PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ଆପ୍‌କୁ ଯିବେ!

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଆମ୍‌ ଆଦ୍‌ମି ପାର୍ଟି (ଆପ୍‌)କୁ ଯାଇପାରନ୍ତି ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ । ଉଭୟ ନେତା କଂଗ୍ରେସରୁ ବିଦା ହେବା ପରେ ଏଭଳି ଚର୍ଚ୍ଚା ଶୁଣିବାକୁ ମିଳିଛି । ଯଦିଓ ଉଭୟ ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି ।
ରାଜନୈତିକ ବିଶ୍ଳେଷକଙ୍କ କହିବାନୁଯାୟୀ କଂଗ୍ରେସରୁ ବିଦା ହେବା ପରେ ଶ୍ରୀକାନ୍ତଙ୍କ ପାଇଁ ବିଶେଷ ବିକଳ୍ପ ନାହିଁ । ପ୍ରମୁଖ ରାଜନୈତିକ ଦଳ ବିଜେଡି କିମ୍ବା ବିଜେପିକୁ ସେ ଯିବା ସମ୍ଭାବନା କ୍ଷୀଣ । ବିଜେଡି କିମ୍ବା ବିଜେପି ତାଙ୍କ ନାଁ ନେବାକୁ ମଧ୍ୟ ଚାହୁଁନଥିବା ଜଣାପଡ଼ିଛି । ନିକଟରେ ଯେଉଁ ବିଜୁ ଅନୁଗତମାନେ ବିଜେଡି ଓ ବିଜେପିରୁବାହାରି ବିକଳ୍ପ ସନ୍ଧାନ କରୁଛନ୍ତି, ସେମାନଙ୍କ ସହ ବି ଶ୍ରୀକାନ୍ତଙ୍କ ସମ୍ପର୍କ ସେତେ ଭଲ ନୁହେଁ । ତେଣୁ ଶ୍ରୀକାନ୍ତଙ୍କୁ ରାଜନୈତିକ ବିକଳ୍ପ ମିଳିବା କଷ୍ଟକର । ଏଭଳି ସ୍ଥିତିରେ ସେ କୌଣସି ଛୋଟ ଦଳରେ ସାମିଲ ହେବା ସମ୍ଭାବନା ବେଶି । ଯାହା ଶୁଶାଯାଉଛି, ଶ୍ରୀକାନ୍ତ ଓ ସଗରିଆ ନିଜ ସମର୍ଥକମାନଙ୍କ ସହ ଆମ୍‌ ଆଦ୍‌ମି ପାର୍ଟିରେ ଯୋଗ ଦେଇପାରନ୍ତି ।
ଏ ନେଇ ପଚାରିବାରୁ ଆପ୍‌ ଓଡ଼ିଶା ଶାଖା ମୁଖ୍ୟ ନିଶିକାନ୍ତ ମିଶ୍ର କହିଛନ୍ତି, ଆମେ ଦୁର୍ନୀତି ବିରୋଧରେ ଅଭିଯାନ ଚଳାଇଛୁ । ଦୁର୍ନୀତି ବିରୋଧୀ ଅଭିଯାନ ନେଇ ଶ୍ରୀ ଜେନାଙ୍କ ସହ ପୂର୍ବରୁ ଆଲୋଚନା ହୋଇଥିଲା । ଦୁର୍ନୀତି ବିରୋଧରେ ମିଳିତ ପ୍ରଚାର ପାଇଁ କଥା ହୋଇଥିଲା । ଏବେ ଯଦି ସେ ଆପ୍‌ରେ ମିଶିବାକୁ ଆଗ୍ରହ ପ୍ରକାଶ କରନ୍ତି, ତା’ହେଲେ ଆମେ ସ୍ୱାଗତ କରିବୁ ବୋଲି ନିଶିକାନ୍ତ କହିଛନ୍ତି ।

ସମ୍ବନ୍ଧିତ ଖବର