PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

Realme 11 Pro 5G Series ଲଞ୍ଚ୍ ପୂର୍ବରୁ କମ୍ପାନୀର ନୂଆ ବ୍ରାଣ୍ଡ୍ ଆମ୍ବାସଡର ହେଲେ ଶାହରୁଖ ଖାନ୍, କ୍ୟାମେରା ହେବ ଖାସ୍

ନୂଆଦିଲ୍ଲୀ ୨୬/୫: ବଲିଉଡ ସୁପରଷ୍ଟାର୍ ଶାହରୁଖ ଖାନ୍ ବଜେଟ୍ ସ୍ମାର୍ଟଫୋନ ପ୍ରସ୍ତୁତ କରୁଥିବା ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ Realme ସହିତ ହାତ ମିଶାଇଛନ୍ତି । କମ୍ପାନୀ ଗୁରୁବାର ଏକ ଟ୍ୱିଟ୍ କରି ଜଣାଇଛି କି ଶାହରୁଖ ଖାନ୍ କମ୍ପାନୀର ନୂଆ ବ୍ରାଣ୍ଡ୍ ଆମ୍ବାସଡର ହୋଇଛନ୍ତି । ଶାହରୁଖ ରିୟଲମିର ‘Dare to Leap’ ମୋଟୋର ପାର୍ଟ ହୋଇଛନ୍ତି । ଆଗାମୀ ମାସରେ ବ୍ରାଣ୍ଡ୍ ନିଜ Realme 11 Pro 5G series ଲଞ୍ଚ୍ କରିବାକୁ ଯାଉଛି, ଯାହା ପୂର୍ବରୁ ଶାହରୁଖଙ୍କୁ ବ୍ରାଣ୍ଡ୍ ପାଇଁ ଆସାଇନ୍ କରାଯାଇଛି ।

ରିୟଲମି ଟ୍ୱିଟରରେ ଏକ ଟ୍ୱିଟରେ ଲେଖିଛି କି ‘ରିଲରୁ ରିୟଲ ପର୍ଯ୍ୟନ୍ତ, ଶାହରୁଖ ଖାନ ଆମ ଡେୟର ଟୁ ଲିପ୍ ପାୟନିୟର ରୂପେ ଆଗାମୀ ଲିପ୍ ନେବା ପାଇଁ ପ୍ରସ୍ତୁତ । ହେଲୋ ନ୍ୟୁ ବ୍ରାଣ୍ଡ୍ ଆମ୍ବାସଡର’ ଫଟୋ ତଳେ ଲେଖା ହୋଇଛି – ଜୁନରେ ଦେଖା ହେବା ।

କମ୍ପାନୀର ୱେବସାଇଟ ଅନୁସାରେ ଏହି ନୂଆ ସିରିଜରେ ଯେଉଁ କ୍ୟାମେରା ରହିବ ତାହା ସବୁଠାରୁ ଅଧିକ ପିକ୍ସେଲ ୨୦୦ ଏମପି ପାୱର ସହିତ ଆସିବ । ଏଥିରେ ଅପଗ୍ରେଡେଡ୍ ISOCELL HP3 ସୁପରଜୁମ୍ ୨୦୦ ଏମପି ସେନ୍ସର କ୍ୟାମେରା ରହିବ । କମ୍ପାନୀ ମେ ୨୪ରେ ନୂଆ ସିରିଜର ଫୋନର ସ୍ମାର୍ଟଫୋନର ଟିଜର ମଧ୍ୟ ଜାରି କରିଥିଲା । ଏହାକୁ କମ୍ପାନୀ ନେକ୍ସ୍ଟ ଲେବଲ ମାଷ୍ଟର ଡିଜାଇନ୍ ସହିତ ଟିଜ୍ କରୁଛି ।