ମୁମ୍ୱାଇ : ଶାହରୁଖ ଖାନ ତାଙ୍କର ଜେଣ୍ଟଲ ଅନ୍ଦାଜ ପାଇଁ ଖୁବ୍ ଜଣାଶୁଣା। ତାଙ୍କର ରେସ୍ପେକ୍ଟଫୁଲ ଓ ଜେଣ୍ଟଲ ବ୍ୟବହାରକୁ ସମସ୍ତେ ପ୍ରଶଂସା କରନ୍ତି। ବିଶେଷକରି ଝିଅମାନେ ତାଙ୍କର ଦିୱାନା। ନିକଟରେ, ଏକ କାର୍ଯ୍ୟକ୍ରମ ଅବସରରେ, ଜଣେ ମହିଳା ପ୍ରଶଂସକ ଶାହରୁଖଙ୍କୁ ତାଙ୍କର ହୃଦୟ କଥା ଜଣାଇ ଥିଲେ। କହିଥିଲେ - ମୁଁ ମୋ ସ୍ୱାମୀଙ୍କ ଅପେକ୍ଷା ଆପଣଙ୍କୁ ଅଧିକ ଭଲ ପାଏ। ଏହାପରେ ଶାହରୁଖ କ'ଣ କହିଥିଲେ ଜାଣନ୍ତୁ।

ଘଟଣା ଏୟା ଯେ, ଶାହରୁଖ ମାଙ୍ଗାଲୋର ଯାଇ ଥିଲେ, ଏବଂ ଏହି ଗସ୍ତ ସମୟରେ ଜଣେ ମହିଳା ପ୍ରଶଂସକ ତାଙ୍କୁ କହିଥିଲେ, ମୁଁ ମୋ ସ୍ୱାମୀଙ୍କ ଅପେକ୍ଷା ଆପଣଙ୍କୁ ଅଧିକ ଭଲ ପାଏ। ଶାହରୁଖ ଏହା ଶୁଣି ହସିଲେ ଏବଂ କହି ଥିଲେ, ଏସବୁକୁ ବ୍ୟକ୍ତିଗତ ଭାବରେ କହିବା ଉଚିତ୍। ଶାହରୁଖଙ୍କ କଥା ଶୁଣିବା ପରେ ସମସ୍ତେ ହସିବା ଆରମ୍ଭ କରି ଦିଅନ୍ତି।

ଏହାପରେ, ଶାହରୁଖ କୁହନ୍ତି , ମୁଁ ଆପଣଙ୍କର ଭାବନାକୁ ବୁଝି ପାରୁଛି, ଆପଣଙ୍କର ସ୍ୱାମୀ ମଧ୍ୟ ନିଶ୍ଚିତ ଭାବେ ବୁଝି ଥିବେ। ମୁଁ ଆପଣଙ୍କ ସ୍ୱାମୀଙ୍କୁ ଭଲ ପାଉଛି। ମୁଁ ଆପଣଙ୍କ ପରିବାରକୁ ମଧ୍ୟ ଭଲ ପାଉଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଶାହରୁଖ ତାଙ୍କର ଏକ ପିଲାଦିନର ଫଟୋ ବିଷୟରେ ମଧ୍ୟ କହି ଥିଲେ- ଏହି ଫଟୋଟି ବର୍ତ୍ତମାନ ଟିକେ ଅଜବ ଦେଖା ଯାଉଛି, କିନ୍ତୁ ବିଚରା , ମୁଁ ଏଥିରେ ବିନା ପୋଷାକରେ ଅଛି। ଏହା ମୋର ଏକମାତ୍ର ପିଲାଦିନର ଫଟୋ , ଯାହା ମୋ ପାଖରେ ଅଛି।

କହି ରଖୁଛୁ କି , ଶାହରୁଖ ତାଙ୍କ ପିଲାଦିନର ପାଞ୍ଚ ବର୍ଷ ମାଙ୍ଗାଲୋରରେ ବିତାଇ ଥିଲେ। ପ୍ରଶଂସକମାନେ ଏହି କାର୍ଯ୍ୟକ୍ରମରେ ଅଭିନେତାଙ୍କୁ ହୃଦୟକୁ ବହୁତ ସ୍ୱାଗତ କରି ଥିଲେ। ଶାହାରୁଖଙ୍କ ପ୍ରଫେସନାଲ ଜୀବନ ବିଷୟରେ କହିବାକୁ ଗଲେ, ସେ ଶେଷ ଥର ପାଇଁ ଫିଲ୍ମ ‘ଡଙ୍କି’ରେ ନଜର ଆସି ଥିଲେ। ଏହି ଫିଲ୍ମରେ ଶାହରୁଖଙ୍କ ସହ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଥିଲେ। ଏବେ ସେ ଫିଲ୍ମ କିଙ୍ଗରେ ନଜର ଆସିବେ। ଏହି ପ୍ରୋଜେକ୍ଟ ଶାହରୁଖଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖେ, କାରଣ ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ସୁହାନାଙ୍କ ସହ କାମ କରିବେ। କିଙ୍ଗ୍ ରେ ଶାହରୁଖ , ସୁହାନା ଖାନଙ୍କ ବ୍ୟତୀତ ଦୀପିକା ପାଦୁକୋଣ , ଅନିଲ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ଶାହାରୁଖ ଫିଲ୍ମରେ ଜବରଦସ୍ତ ଆକ୍ସନ୍ ସିକ୍ୱେନ୍ସରେ ନଜର ଆସିବେ। ଏହା ବ୍ୟତୀତ, ତାଙ୍କର ଲୁକ୍ ମଧ୍ୟ ଖୁବ୍ ସ୍ୱତନ୍ତ୍ର ହେବ , ଯାହା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 

ଆହୁରି ମଧ୍ୟ ପଢନ୍ତୁ : Mirzapur The Movie: ମୁନ୍ନା ଭୈୟାରୁ ରବି କିଶନଙ୍କ ଯାଏ ...ଟିଜରର ୬ ଆକର୍ଷକ ଫ୍ରେମ୍‌ ...ଦେଖିଲେ ଲୋମ ଟାଙ୍କୁରି ଉଠିବ