ମୁମ୍ୱାଇ : ଚଳିତ ବର୍ଷର ସବୁଠୁ ବଡ଼ ଫିଲ୍ମ ଗୁଡ଼ିକ ମଧ୍ୟରେ ‘ମିର୍ଜାପୁର : ଦି ମୁଭି ’ ଗୋଟିଏ। ଯଦିଓ ଏହାକୁ ନେଇ ଏପର୍ଯ୍ୟନ୍ତ ଚର୍ଚ୍ଚା ହୋଇ ନଥିଲା, କିନ୍ତୁ ଶେଷରେ ଟିଜରଟି ଆସିଛି ଏବଂ ଏହାପରେ ମାହୋଲ ପୂରା ସରଗରମ ହୋଇଛି। ୨ ମିନିଟ୍ ୨୨ ସେକେଣ୍ଡର ଏହି ଟିଜରରେ ବିଭିନ୍ନ ଦୃଶ୍ୟ ଏବଂ ଅଭିନେତାଙ୍କୁ ଦେଖିବାକୁ ମିଳୁଛି। ଫିଲ୍ମର ପ୍ରଥମ ଆକର୍ଷଣୀୟ ଫ୍ରେମ୍ ବିଷୟରେ ଆଲୋଚନା କରିବା - ଗୁଡ୍ଡୁ ପଣ୍ଡିତ ଭୂମିକାରେ ଅଲି ଫଜଲ ହାତରେ ବନ୍ଧୁକ ଧରି ତାଙ୍କ ସିଗ୍ନେଚର୍ ଷ୍ଟାଇଲରେ ମିର୍ଜାପୁରର ସିଂହାସନ ପାଇଁ ଲଢ଼ୁଥିବା ଦେଖିବାକୁ ମିଳିଛି।
ଦ୍ୱିତୀୟ ଫ୍ରେମ୍ରେ ଜିତେନ୍ଦ୍ର କୁମାର ଅଛନ୍ତି , ଯେଉଁଥିରେ ସେ ଗୁଡ୍ଡୁ ଭୈୟାଙ୍କୁ ସାମ୍ରାଜ୍ୟ ପରିଚାଳନା କରିବା ନେଇ ଆଲୋଚନା କରୁଛନ୍ତି। ସେ ପୂର୍ବରୁ ମିର୍ଜାପୁର ସିରିଜରେ ନଜର ଆସି ନଥିଲେ, କିନ୍ତୁ ଫିଲ୍ମରେ ତାଙ୍କୁ ବବଲୁ ପଣ୍ଡିତଙ୍କ ରୋଲରେ କାଷ୍ଟ କରାଯାଇଛି। ବିକ୍ରାନ୍ତ ମେସି ଫେରି ନଥିବାରୁ, ଜିତେନ୍ଦ୍ର କୁମାରଙ୍କୁ ବବଲୁ ପଣ୍ଡିତ ଭୂମିକା ଦିଆ ଯାଇଛି।
ରବି କିଶନ ଟିଜରରେ ଖୁବ୍ ଭୟଙ୍କର ଲାଗୁଛନ୍ତି। ସେ ଜଣେ ରକ୍ତାକ୍ତ ବ୍ୟକ୍ତିଙ୍କୁ ଯନ୍ତ୍ରଣା ଅନୁଭବ କରାଇବା ପାଇଁ ତାଙ୍କ କ୍ଷତରେ ଲୁଣ ଘଷୁ ଥିବାର ଦେଖାଯାଉଛି। ତାଙ୍କର ଡାଏଲଗ୍ ଡେଲିଭରୀ ମଧ୍ୟ ସମାନ ଭାବରେ ପ୍ରଭାବଶାଳୀ ଏବଂ ସେ ଫିଲ୍ମରେ ଏକ ଦମଦାର ଭୂମିକାରେ ଥିବାର ସାବ୍ୟସ୍ତ କରୁଛନ୍ତି।
ପରବର୍ତ୍ତୀ ଦୃଶ୍ୟରେ ମୁନ୍ନା ଭୈୟା ଆସୁଛନ୍ତି , ଯାହା ଏକ ଦୁର୍ଗା ପୂଜା ମଣ୍ଡପର ଦୃଶ୍ୟ ମନେହେଉଛି। ଏଠାରେ ଦୁଇ ପାର୍ଶ୍ୱରୁ ଖୁବ୍ ଗୁଳି ବିନିମୟ ହେଉଛି। ମୁନ୍ନା ଭୈୟା (ଦିବ୍ୟେନ୍ଦୁ) ଏବଂ ଗୁଡ୍ଡୁ ପଣ୍ଡିତ ମୁହାଁମୁହିଁ ହେଉଛନ୍ତି। ଏହି ଫ୍ରେମ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଲାଗୁଛି।
ଟିଜର ସରୁ ସରୁ ପଙ୍କଜ ତ୍ରିପାଠୀ ପୁଣି ନଜର ଆସୁଛନ୍ତି। ଏହି ଥର କାଲିନ ଭୈୟା ନିଜ ଘରେ ଅଛନ୍ତି , ହାତରେ ବନ୍ଧୁକ ଧରି ଶତ୍ରୁ ସଂହାର କରୁଛନ୍ତି। ତାଙ୍କ ମୁଣ୍ଡରେ ବ୍ୟାଣ୍ଡେଜ ଲାଗିଛି, ଆପଣଙ୍କୁ ଏହା ଦେଖିଲେ କିଛି କ୍ଷଣରେ ପୂରା ସିରିଜ ମନେପଡ଼ିଯିବ।
ଏପଟେ ଅଭିଷେକ ବାନାର୍ଜୀ ମଧ୍ୟ ନିଜର କମ୍ପାଉଣ୍ଡରର ରୋଲକୁ ଦୋହରାଇଛନ୍ତି । ଯାହାଙ୍କର ଟିଜରରେ ଏକ ଭୟଙ୍କର ସିନ୍ ଅଛି। ଯେଉଁଠି ସେ କୌଣସି ପ୍ଲାନିଂ ସେଟ୍ କରିବା ଚେଷ୍ଟାରେ ଲାଗିଛନ୍ତି ଏବଂ କିଛି ଫ୍ରେମରେ ନଜର ଆସୁଛନ୍ତି।
ଆହୁରି ମଧ୍ୟ ପଢନ୍ତୁ - Alia Bhatt Water Bottle Price: ଆଲିଆଙ୍କ ବୋତଲର ଦାମ କେତେ ? ଭାଇରାଲ ହେଉଛି ଭିଡିଓ....