କଟକ,୧୬/୪୦୪: ଟ୍ରାଫିକ୍ ଉଲ୍ଲଂଘନକାରୀ ତଥା ଅମାନିଆ ଗାଡ଼ି ଚାଳକଙ୍କ ବିରୋଧରେ ପୁଣି ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଅଭିଯାନ । ଏହି ଅଭିଯାନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବ୍ୟାପକ ଭାବେ ଗାଡ଼ି ଯାଞ୍ଚ୍ କରାଯିବା ସହ ବିନା ଡ୍ରାଇଭିଂ ତଥା ଅବୈଧ ଲାଇସେନ୍ସଧାରୀଙ୍କ ବିରୋଧରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଘୋଷଣା କରାଯାଇଛି । ଏହି ମର୍ମରେ ରାଜ୍ୟର ସମସ୍ତ ଆରଟିଓଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ବିଶେଷ ଭାବରେ ଟ୍ରାକ୍ଟର, ହାଇୱା, ଡମ୍ପର ଓ ଟିପ୍ପର୍‌ ଗୁଡ଼ିକୁ ଯାଞ୍ଚ କରାଯିବ ।

ଅଧିକ ପଢ଼ନ୍ତୁ :- ଆସିଲା ସହରାଞ୍ଚଳ ପାର୍କିଂ ନୀତି: ଏଣିକି ଗାଡ଼ି କିଣିବା ବେଳେ ପାର୍କିଂ ସାର୍ଟିଫିକେଟ ଦେବାକୁ ବାଧ୍ୟ, ରାସ୍ତା କଡ଼ରେ ରଖିଲେ ଫାଇନ୍

ପୂର୍ବରୁ ମାର୍ଚ୍ଚ ୨୧ ତାରିଖରୁ ଏପ୍ରିଲ ୧୦ ଯାଏଁ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ବିଶେଷ ଅଭିଯାନ କରାଯାଇଥିଲା । ଏହି ସମୟରେ ଅନେକ ସଂଖ୍ୟାରେ ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା । ଏଥିସହ ଅନେକ ହାଲୁକା ଯାନ ଲାଇସେନ୍ସରେ ଭାରୀଯାନ ମଧ୍ୟ ଚଳାଉଥିଲେ । ଏଭଳି ଲାଇସେନ୍ସଧାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସଡ଼କ ଦୁର୍ଘଟଣା ପାଇଁ ଏମାନେ ମୁଖ୍ୟ କାରଣ ସାଜିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ଟ୍ରାଫିକ୍ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଥିବା ଏସ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।