ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବିବାହ ଶୋଭାଯାତ୍ରାରେ ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ଼ ; ୪ ଆହତ

Published By : Gurupada Nath | March 8, 2025 10:36 PM

ଖଲ୍ଲିକୋଟ,୮/୩ : ବିବାହ ଶୋଭାଯାତ୍ରାରେ ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ଼ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅଞ୍ଚଳରେ । ବରଯାତ୍ରୀମାନେ ଡିଜେ ଗୀତର ତାଳେ ତାଳେ ନାଚି ନାଚି ଯାଉଥିଲେ। ଏହି ସମୟରେ ସେମାନଙ୍କ ଭିତରେ ଆରମ୍ଭ ହୋଇଗଲା ମାରପିଟ। ଏପରିକି ଜଣେ ଯୁବକକୁ ଛୁରାମାଡ଼ ମଧ୍ୟ ହୋଇଥିଲା। ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। 

ପ୍ରକାଶ ଯେ, , ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମର ରାଜ ସାସମଲଙ୍କ ବିବାହ ବିକ୍ରମପୁରର ଗୋଟିଏ ଝିଅ ସହ ହେଉଥିଲା। ବିକ୍ରମପୁର ଗ୍ରାମର ପାଟଣା ସାହି ଏବଂ ଓଡ଼ିଆ ସାହିର କିଛି ଯୁବକ କନ୍ୟାକୁ ନେଇ ଚଣ୍ଡୀପୀଠ ଗ୍ରାମକୁ ଯାଇଥିଲେ। ବରପକ୍ଷର ନିମନ୍ତ୍ରଣ କ୍ରମେ ସମସ୍ତେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଡିଜେ ଗୀତର ତାଳେ ତାଳେ ନାଚି ନାଚି ଯାଉଥିବାବେଳେ ହଠାତ ପରସ୍ପର ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଲେ। ଅନିଲ ପରିଡ଼ା ନାମକ ଜଣେ ଯୁବକକୁ ଛୁରାମାଡ଼ ହୋଇଥିଲା। ଅନିଲଙ୍କ ପିଠିରେ ଛୁରାମାଡ଼ ହୋଇଛି। 

ଧସ୍ତାଧସ୍ତି ମଧ୍ୟରେ ପ୍ରାୟ ୪ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଡିଜେ ବନ୍ଦ କରି ଚାଲି ଯାଇଥିବା ବେଳେ ବର ବିବାହ କରିବାକୁ ବେଦୀକୁ ଯାଇଥିଲା। ଏପଟେ ଆହତମାନଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ଖବରପାଇ ଖଲ୍ଲିକୋଟ ଆଇଆଇସି ରମେଶ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଣ୍ଡୀପୀଠ ଗ୍ରାମରେ ପହଂଚି ତଦନ୍ତ କରିଛି । ତେବେ ପାଟଣା ସାହି ଏବଂ ଓଡ଼ିଆ ସାହି ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିବାବେଳେ ସମ୍ଭବତଃ ଏଥିପାଇଁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରୁଛି ପୋଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.