ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା,୯ ଗୁରୁତର

Published By : Anindita Ratha | October 27, 2024 11:40 AM

ମୁମ୍ବାଇ,୨୭/୧୦: ମହାରାଷ୍ଟ୍ରର  ବାନ୍ଦ୍ରା ଷ୍ଟେସନରେ ଦଳାଚକଟା। ଆଜି ସକାଳୁ ବାନ୍ଦ୍ରା ପ୍ଲାଟଫର୍ମ ନମ୍ବର ୧ରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ତେବେ ଏଥିରେ ୯ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 ସୂଚନା ମୁତାବକ, ଆଜି ସକାଳୁ ବାନ୍ଦ୍ରା ଷ୍ଟେସନରେ ପ୍ରବଳ ଭିଡ଼ ଜମିଥିଲା। ଲୋକେ ଟ୍ରେନରେ ଚଢ଼ିବା ପାଇଁ ଠେଲାପେଲା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୯ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ମୁମ୍ବାଇର ଭବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଚିକିତ୍ସିତ ଚାଲିଛି।  ତେବେ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ  ଅନୁଯାୟୀ, ଦଳାଚକଟାରେ ଆହତ ୯ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବାନ୍ଦ୍ରା ଟର୍ମିନାସର ପ୍ଲାଟଫର୍ମ ନମ୍ବର ୱାନରେ ସକାଳ ୫ଟା ୫୬ମିନିଟ୍‌ ରେ ଏହି ଘଟଣା ଘଟିଛି। ୨୨୯୧୨ ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସରେ ଟ୍ରେନ୍ରେ ଚଢ଼ିବା ପାଇଁ ଲୋକେ ଠେଲାପେଲା ହୋଇଥିଲେ।

ରେଲଓ୍ୱେ ତରଫରୁ ମିଳିଥିବା ସୂଚନା ମୁତାବକ, ସାପ୍ତାହିକ ଟ୍ରେନ୍ ବାନ୍ଦ୍ରା ଗୋରଖପୁର ଏକ୍ସପ୍ରେସକୁ ରି-ସେଡ୍ୟୁଲ ହୋଇଥିଲା। ଏହି ଟ୍ରେନ୍ ସକାଳ ୫ଟା ୧୦ରରେ ଚାଲିବାର ଥିଲା। ତେବେ ରି-ସେଡ୍ୟୁଲ ଆଜି ସକାଳେ ଟ୍ରେନ୍ ପ୍ଲାଟଫର୍ମରେ ବିଳମ୍ବରେ ପହଞ୍ଚିଥିଲା। ରାତି ପ୍ରାୟ ୩ ରୁ ସାଢ଼େ ୩ଟା ଭିତରେ ଗାଡି ପ୍ଲାଟଫର୍ମକୁ ଆସିଥିଲା। ଷ୍ଟେସନରେ ବହୁ ସଂଖ୍ୟାରେ ଭିଡ଼ ହେତୁ ଜେନେରାଲ ବଗିରେ ଚଢ଼ିବା ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।  ତେବେ ଏହି ଘଟଣାରେ ୯ ନୁହେଁ ମୋଟ ୧୦ ଜଣ ଆହତ ହୋଇଥିବା ରେଲଓ୍ୱେ ସ୍ପଷ୍ଟ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.