ପ୍ରମୂଖ ଖବର
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ହରିଦ୍ୱାର ମନସା ଦେବୀ ମନ୍ଦିରରେ ବଡ଼ ଅଘଟଣ, ଦଳାଚକଟାରେ ୮ ମୃତ

Published By : Ankita S | July 27, 2025 10:22 AM

ଡେରାଡୁନ,୨୭/୦୭: ଉତ୍ତରାଖଣ୍ଡ ହରିଦ୍ୱାରରରେ ଥିବା ମନସା ଦେବୀ ମନ୍ଦିରରେ ବଡ଼ ଅଘଟଣ ଘଟିଛି । ଦଳଚକଟା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଥିବା ଖବର ମିଳିଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା । ଏ ନେଇ ଦଳଚକଟା ପରି ସ୍ଥିତି ଉପୁଜିଥିଲା । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପୁଲିସ ଓ ପ୍ରଶାସନିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗଡ଼ୱାଲ ଡିଭିଜନ କମିଶନର ବିନୟ ଶଙ୍କର ପାଣ୍ଡେ ଏ ନେଇ ସୂଚନା ଦେଇଛନ୍ତି । ଘଟଣାରେ ମାଜିଷ୍ଟେଟ୍ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହୟତା ରାଶି ଘୋଷଣା ହୋଇଛି । ଦୁର୍ଘଟଣାକୁ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

କରେଣ୍ଟ ଲାଗିବାରୁ ଦଳଚକଟା ସ୍ଥିତି ହେଲା କି ? ପ୍ରାରମ୍ଭିକ ସୂଚନା ଅନୁସାରେ, ମନ୍ଦିରକୁ ଯିବାକୁ ଥିବା ସିଢି ରାସ୍ତାରେ ଏହି ଅଘଟଣ ଘଟିଛି । ସକାଳୁ ସକାଳୁ ମନ୍ଦିରରେ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ସିଢିରେ କରେଣ୍ଟ ଲାଗିବାରୁ ଭୟରେ ଲୋକ ଦୌଡ଼ା ଦୌଡ଼ି କରିଥିଲେ । ଫଳରେ ଦଳାଚକଟା ଘଟିଥିବା ଆଶଙ୍କା କରାଯାଉଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ ହୋଇଛନ୍ତି । ଅଘଟଣର ପ୍ରକୃତ କାରଣ କଣ ତାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଗଡ଼ୱାଲ ଡିସି ବିନୟ କୁମାର ପାଣ୍ଡେ ।

ବିହାରର ଜଣେ ଆହତ ଶ୍ରଦ୍ଧାଳୁ କହିଛନ୍ତି, ''ହଠାତ୍‌ ଭିଡ଼ ଜମିଥିଲା । ଦଳାଚକଟା ସ୍ଥିତି ଉପୁଜିଥିଲା । ଏଥିରେ ମୁଁ ତଳେ ପଡିଗଲି ଓ ମୋ ହାତ ଭାଙ୍ଗିଯାଇଛି ।''

ଦୁଃଖ ପ୍ରକାଶ କଲେ ସିଏମ୍‌- ଦୁର୍ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ''ହରିଦ୍ୱାର ସ୍ଥିତ ମନସା ଦେବୀ ମନ୍ଦିରରେ ଦଳଚକଟାର ଅତ୍ୟନ୍ତ ଦୁଃଖଦ ଖବର ଶୁଣିଛି । ୟୁକେଏସଡିଆରଏଫ, ସ୍ଥାନୀୟ ପୁଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ କାର୍ଯ୍ୟରେ ଲାଗିଛନ୍ତି । ଘଟଣାକୁ ନେଇ ନିରନ୍ତର ସ୍ଥାନୀୟ ପ୍ରଶାସନ ସମ୍ପର୍କରେ ରହିଛି । ସ୍ଥିତି ଉପରେ ଲଗାତାର ନଜର ରହିଛି । ପ୍ରାର୍ଥନା କରୁଛି ମନସା ମାତା ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁସ୍ଥ ରଖନ୍ତୁ ।''





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.