ଭୁବନେଶ୍ୱର,: ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ । ପୂର୍ବାହ୍ଣ ୧୧ଟାରେ ଲୋକସେବା ଭବନରେ ହେବାକୁ ଥିବା ୩୮ତମ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିବେ । ବୈଠକରେ ପଞ୍ଚାୟତିରାଜ, ନିର୍ମାଣ, ରାଜସ୍ୱ, ଗଣଶିକ୍ଷା ସହ ସାଧାରଣ ପ୍ରଶାସନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି । ବିଶେଷକରି ଲୋକଙ୍କୁ ଶତପ୍ରତିଶତ ପାଇପଜଳ ପହଞ୍ଚାଇବା ଲାଗି ନୂତନ ନୀତି ଆସିବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ :- ବିଜେପିର ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି : ୭୨ ଜଣ ସଦସ୍ୟଙ୍କୁ ଦାୟିତ୍ଵ, କମିଟିରେ ସ୍ଥାନ ପାଇଛନ୍ତି ୧୮ ମହିଳା