ନୂଆଦିଲ୍ଲୀ,୨୫/୦୬; ଅଭିନେତା ଅନିଲ କୁମାର ରସ୍ତୋଗୀଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ଯେ, ଅଭିନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଣଦେଖା କରିଛନ୍ତି । ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦି ହାତ ଯୋଡି ଅନିସଙ୍କୁ ସ୍ୱାଗତ କରିଛନ୍ତି । ହାତ ମିଳାଇବାକୁ ହାତ ବଢାଇଥିଲେ କିନ୍ତୁ ଅନିଲ ଅଗକୁ ଚାଲି ଯାଇଥିଲେ । ଏହି ଭିଡ଼ିଓକୁ ନୀରବତା ଭାଙ୍ଗିଛନ୍ତି ପଦ୍ମଶ୍ରୀ ଅନିଲ ରସ୍ତୋଗୀ । ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ସାମାନ୍ୟ ଅପ୍ରୀତିକର ପରିସ୍ଥିତିକୁ ନେଇ ସୋସିଆଲ ମିଡିଆ ବିତର୍କ ସୃଷ୍ଟି ହୋଇଥିଲା । ପ୍ରସଙ୍ଗରେ ନୀରବତା ଭାଙ୍ଗି ଜବାବ ଦେଇଛନ୍ତି ପ୍ରଖ୍ୟାତ ଅଭିନେତା ଡକ୍ଟର ଅନିଲ କୁମାର ରସ୍ତୋଗୀ । ନିଜର ସ୍ଥିତି ବୁଝାଇ ସେ ସ୍ପଷ୍ଟ କରିଛନ୍ତି ଯେ, ଯାହା ଘଟିଥିଲା ତାହା ଉଦ୍ଦେଶ୍ୟମୂଳକ ନୁହେଁ । ମୋତ ୮୦ ବର୍ଷ ହେଲାଣି ଏହା ବୟସ ଯୋଗୁଁ ଏକ ସାଧାରଣ ଭୁଲ ଥିଲା ।
ମଙ୍ଗଳବାର ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ରସ୍ତୋଗୀଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଥିଲେ । ମଞ୍ଚ ନିକଟକୁ ଯାଉଥିବା ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାତ ଯୋଡିଥିଲେ । ପ୍ରଧାନମନ୍ତ୍ରୀ ହାତ ମିଳାଇବାକୁ ଆଗକୁ ଆସିଥିଲେ । ଭିନ୍ନ ଅଭିବାଦନ ଶୈଳୀ ଯୋଗୁଁ, ଏହି ମୁହୂର୍ତ୍ତଟି କ୍ୟାମେରାରେ କଏଦ ହୋଇ ସୋସିଆଲ ମିଡିଆରେ ସେୟାର ହୋଇଥିଲା । ଯାହାକୁ ନେଇ ଆଲୋଚନା ହୋଇଥିଲା । ଏହି ଭିଡିଓଟିକୁ ନେଇ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ତୃଣମୂଳ କଂଗ୍ରେସ ମୁଖପାତ୍ର ସାକେତ ଗୋଖଲେ ମଧ୍ୟ ଭିଡିଓଟିକୁ ସେୟାର କରି ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ "ଇଭେଣ୍ଟ ମ୍ୟାନେଜମେଣ୍ଟର ବିଫଳତା" ବୋଲି କହିଛନ୍ତି ।
ଭିଡ଼ିଓକୁ ନେଇ ସମାଲୋଚକକୁ ଜବାବ ଦେଇଛନ୍ତି ଅନିଲ- ଏହି ସମ୍ପୂର୍ଣ୍ଣ ବିଷୟ ଏବଂ ବଢ଼ୁଥିବା ବିବାଦ ଉପରେ, ସେ ସୋସିଆଲ ମିଡିଆରେ ଏହି ଭିଡିଓର ସମ୍ପୂର୍ଣ୍ଣ ସତ୍ୟ କହିଛନ୍ତି ଏବଂ ସେତେବେଳେ ମଞ୍ଚରେ ପ୍ରକୃତରେ କ’ଣ ଘଟିଥିଲା କହିଛନ୍ତି । ସେ କହିଛନ୍ତି, ଯେଉଁମାନେ ଏହି ଘଟଣାର କାହାଣୀ ତିଆରି କରୁଛନ୍ତି କିମ୍ବା ମଜା କରୁଛନ୍ତି, ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ ମୋର ବୟସ ୮୦ ବର୍ଷରୁ ଅଧିକ। ମଞ୍ଚରେ ଯାହା ବି ଘଟିଥିଲା ତାହା ମୋ ବୟସ ଯୋଗୁଁ ଏକ ସ୍ୱାଭାବିକ ତ୍ରୁଟି ଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି । ମୁଁ ବ୍ୟକ୍ତିଗତ ଭାବରେ ସମ୍ପୂର୍ଣ୍ଣ ବିଶ୍ୱାସ କରେ ଯେ, ସେ ଆଜି ଆମ ଦେଶକୁ ନେତୃତ୍ୱ ଦେବା ପାଇଁ ସର୍ବୋତ୍ତମ ଏବଂ ଉପଯୁକ୍ତ ପସନ୍ଦ ।"
ଏହା ବି ପଢନ୍ତୁ...Rohit-Kohali: ୩ ମ୍ୟାଚ୍,୨ କିମ୍ବଦନ୍ତୀ ଏବଂ ଗୋଟିଏ ପ୍ରଶ୍ନ...କ'ଣ ଇଂଲଣ୍ଡରେ ରୋହିତ-କୋହଲିଙ୍କ ବିଶ୍ୱକପ ଆଶା ବଞ୍ଚି ରହିବ ?