PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ପାରିତ;ନିଲାମ ହେବ ୨୪ ଖଣି

ଭୁବନେଶ୍ୱର,୨୧/୦୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଲେ ବି କେନ୍ଦ୍ର ସରକାର କୋଇଲା ରୟାଲଟି ବଢ଼ାଉ ନାହାନ୍ତି । ଫଳରେ ଓଡ଼ିଶା ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି । ଆଜି ଖଣି ଓ ଇସ୍ପାତ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ଦେଇ ଖଣି ମନ୍ତ୍ରୀ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏକଥା କହିିଛନ୍ତି ।  ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ, କେନ୍ଦ୍ର ସରକାର ରାଜ୍ୟରେ ବର୍ତ୍ତମାନ ୩୦ଟି କୋଇଲା ଖଣି କାର୍ଯ୍ୟକ୍ଷମ ରହିଛି । ଏହି ଖଣି ଗୁଡିକର ବିଗତ ୨୦୧୮-୧୯ ବର୍ଷରେ ୧୪୫.୩୮ ମିଲିୟନ ଟନ ଉତ୍ପାଦନ ହୋଇଅଛି । ଏଥିରୁ ସରକାର ରାଜସ୍ୱ ବାବଦକୁ ୧୯୪୮ କୋଟି ରାଜସ୍ୱ ପାଇଛନ୍ତି । କୋଇଲା ରାଜସ୍ୱ ପ୍ରତି ତିନି ବର୍ଷରେ ସଂଶୋଧନ ବିଧି ବ୍ୟବସ୍ଥା ଥିବା ସତ୍ୱେ କେନ୍ଦ୍ର ସରକାର ଏହା ଏପର୍ଯ୍ୟନ୍ତ ବୃଦ୍ଧି କରିନାହାନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ୨୦୧୭ ମସିହା ଠାରୁ ଏକାଧିକ ଥର ଦାବି କରିବା ସତ୍ୱେ କେନ୍ଦ୍ର ସରକାର ଏହାର କର୍ଣ୍ଣପାତ କରିନାହାନ୍ତି । ଫଳତଃ ରାଜ୍ୟର ପ୍ରଭୁତ ରାଜସ୍ୱ ହାନି ହୋଇଛି ।

ସେ କହିଥିଲେ, ୨୦ ମାର୍ଚ୍ଚରେ ଅବଧି ସରିବାକୁ ଯାଉଥିବା ୨୪ଟି କାର୍ଯ୍ୟକ୍ଷମ ଖଣିର ନିଲାମ ପ୍ରକ୍ରିୟା ଅତିଶୀଘ୍ର ହେବାକୁ ଯାଉଛି । ୫ ଟି ମିନେରାଲ ବ୍ଲକକୁ ୨୦୧୫-୧୬ ବର୍ଷରେ ଇ-ନିଲାମ ମଧ୍ୟମରେ ଦିଆଯାଇ ଅଦ୍ୟାବଧି ୨୪୯୨୦ କୋଟି ଟଙ୍କ ଅଧିକ ରାଜସ୍ୱ ଆସନ୍ତା ୫୦ ବର୍ଷ ମଧ୍ୟରେ ମିଳିବାକୁ ଯୋଜନା କରାଯାଇଛି । ୨୦୧୮-୧୯ ମାଲିମକଦ୍ଦମା ପାଇଁ କୌଣସି ନିଲାମ କରାଯାଇ ପାରିଲା ନାହିଁ । ଅଦ୍ୟାବଧି ଲୁହା ପଥର, ମାଙ୍ଗାନିଜ କ୍ରୋମାଇଟ କୋଇଲା ଏବଂ ବକ୍ସାଇଟରେ ୧୪୩ ଗୋଟି ୱର୍କିଂ ମାଇନିଙ୍ଗ ଲିଜ କାର୍ଯ୍ୟ କରୁଛି ବୋଲି ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରକାଶ କରିଛନ୍ତି ।

ସେ କହିଥିଲେ, ଖଣି ଉତ୍ତୋଳନ ପ୍ରେରଣ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି ୨୦୧୨-୧୩ରେ ୧୮୬.୬୮ ନିୟୁତ ଟନର ଉତ୍ତୋଳନ କରାଯାଇଥିବା ବେଳେ ଏହା ୨୦୧୮-୧୯ରେ ୨୯୫.୪୫ ନିୟୁତ ଟନକୁ ବୃଦ୍ଧି ପାଇଛି । ସେହିପରି ଏହି ସମୟ ମଧ୍ୟରେ ଖଣିଜ ପଦାର୍ଥର ବିକ୍ରି ୧୭୩.୫୫ ନିୟୁତ ଟନ୍‌ରୁ ବୃଦ୍ଧି ପାଇ ୩୧୦.୦୮ ନିୟୁତ ଟନରେ ପହଞ୍ଚିଛି । ଗତ ୫ବର୍ଷ ମଧ୍ୟରେ ୩୨୦୦୫.୮୯ କୋଟି ରାଜସ୍ୱ ଆଦାୟ କରାଯାଇଅଛି । ଯାହା ମଧ୍ୟରୁ ୧୦୪୭୯ କୋଟି ୨୦୧୮-୧୯ ମଧ୍ୟରେ ଆଦାୟ କରାଯାଇଛି, ଯାହାକି ସର୍ବକାଳିନ ଅଧିକ ରାଜସ୍ୱ ଅଟେ ।ଯଦି କେନ୍ଦ୍ର ସରକାର କୋଇଲା ବାବଦରେ ରୟାଲଟି ମଇ ୨୦୧୫ରୁ ଏବଂ ଲୌହ ପଥର ଆଦି ରୟାଲଟିର ସଂଶୋଧନ ସେପ୍ଟେମ୍ବର ୨୦୧୭ରୁ କରିଥାନ୍ତେ ତାହେଲେ ରାଜସ୍ୱ ଆହୁରି ବୃଦ୍ଧି ପାଇଥାନ୍ତା । ୨୦୧୮-୧୯ ମସିହାରେ ରାଜ୍ୟରେ ସମୁଦାୟ ୧୯.୨୬ ନିୟୁତ ଟନ ଇସ୍ପାତ ଉତ୍ପାଦନ କରାଯାଇଅଛି ଯାହାକି ଦେଶର ପ୍ରାୟତଃ ୧୮% ଭାଗ ଅଟେ । ଅଦ୍ୟାବଧି ଲୁହାପଥର, ମାଙ୍ଗାନିଜ ପଥର, ଲୁହା ଏବଂ ମାଙ୍ଗାନିଜ ପଥର, କ୍ରୋମାଇଟ୍‌ ଚୂନପଥର ଓ ଡୋଲୋମାଇଟ ପାଇଁ ୮୫୪୨.୪୦ ହେକ୍ଟରରେ ନିହିତ ଥିବା ବ୍ଲକକୁ ନିଲାମ କରିବା ପାଇଁ ଯୋଜନା ଚାଲିଛି, ଯେଉଥିରେ ମୋଟ ୩୦୬୩.୭୮ ମିଲିୟନ ଟନ ପରିମିତ ଖଣିଜ ପଦାର୍ଥ ଗଚ୍ଛିତ ଥିବାର ଆକଳନ ହୋଇଛି ।

ବିଗତ ଦିନରେ ଯେଉଁ ଖଣି ପଟ୍ଟାଦାରମାନେ ବିନା ବୈଧାନିକ ଅନୁମତିରେ ଅଥବା ବୈଧାନିକ ପରିମିତ ପରିମାଣ ଠାରୁ ଅଧିକ ଉତ୍ତୋଳନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ (କମନ କଜ) ମାମଲାରେ ଅଗଷ୍ଟ ୨୦୧୭ରେ ଦେଇଥିବା ଆଦେଶ ଅନୁଯାଇ ମୋଟ ୧୩୨ ଜଣ ଲୁହା, ମାଙ୍ଗାନିଜ ଖଣି ପଟ୍ଟାଦାରଙ୍କ ବିରୁଦ୍ଧରେ ୧୯୨୫୯କୋଟି ଟଙ୍କା ଦେୟ ନିମନ୍ତେ ନୋଟିସ ଜାରି କରାଯାଇଥିଲା । ତନ୍ମଧ୍ୟରୁ ଏଯାବତ୍‌ ୧୪୦୩୭ କୋଟି ଟଙ୍କା ଆଦାୟ କରାଯାଇଛି । ଏହି ଆଦାୟ ଅର୍ଥ ଓଡ଼ିଶା ଖଣି ଅଞ୍ଚଳ ପରିଷଦ ଗଠିତ ହୋଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ୱାବଧାନରେ ଖଣି କାର୍ଯ୍ୟ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଉନ୍ନତି ନିମନ୍ତେ ବ୍ୟୟ କରାଯାଉଅଛି ।
ଡିସେମ୍ବର ୨୦୧୮ ସୁଦ୍ଧା ଖଣିଜ ପାଣ୍ଠି ବାବଦରୁ ୬୦୮୮.୪୪ କୋଟି ଟଙ୍କା ସଂଗୃହୀତ ହୋଇଅଛି । ରାଜ୍ୟ ସରକାରଙ୍କ ଠାରୁ ୨୦ଟି ଖଣି ପଟ୍ଟାର ଲିଜ ଅବଧି ବଢ଼ିବା ପାଇଁ ଅନୁମତି ମିଳିଅଛି । ୨ଟି ରତ୍ନ ପଥର ଖଣି ଯଥା- ମାଳିପଡା ରୁବି ଏବଂ ବୁଡାପରା ଗାର୍ନେଟ ଖଣିର ସରେଣ୍ଡର ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରାଯାଇଛି । ବଣିଆପଙ୍କ କ୍ରୋମାଇଟ ଖଣିର ଆଂଶିକ ଏରିଆ ସରେଣ୍ଡର ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ୫ଟି ସୂତ୍ରକୁ ଖଣି ଓ ଇସ୍ପାତ ବିଭାଗ ପୂର୍ଣ୍ଣ ମାତ୍ରାରେ ସୂଚାରୁରୂପରେ ସମ୍ପାଦନ କରିଆସୁଛି । ଆର୍ଥିକ ବର୍ଷ ୨୦୧୯-୨୦ ନିମନ୍ତେ ବଜେଟରେ ଇସ୍ପାତ ଓ ଖଣି ବିଭାଗ ପାଇଁ ମୋଟ ୧୨୨.୮୮ କୋଟି ବ୍ୟୟ ବରାଦ ହୋଇଛି । ମନ୍ତ୍ରୀଙ୍କ ଉତ୍ତର ପରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଭାଗୀୟ ଖର୍ଚ୍ଚଦାବୀ ଗୃହୀତ ହୋଇଥିଲା ।

ପୂର୍ବରୁ ଖର୍ଚ୍ଚଦାବୀ ଆଲୋଚନା ଆରମ୍ଭ କରିଥିଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ସରକାରଙ୍କ ଖଣି ନୀତିକୁ ତୀବ୍ର ସମାଲୋଚନା କରିଥିଲେ ମୋହନ । ସେ କହିଥିଲେ, ଖଣି କାରବାରରେ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି । ଫଳରେ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି ରାଜ୍ୟ । ୨୦୦୦ ମାର୍ଚ୍ଚ ସୁଦ୍ଧା ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ଦାବି କରିଥିଲେ । ଖଣି ନିଲାମ ପାଇଁ ହାତରେ ଆଉ ୮ ମାସ ସମୟ ରହିଛି । ଖଣି ନିଲାମ ବିଳମ୍ବିତ ହେଲେ ସଂକଟ ଦେଖାଦେବ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଖଣି ନିଲାମ ପ୍ରକ୍ରିୟା ତ୍ୱରାନ୍ୱ୍ୱିତ କରିବାକୁ ସେ ଦାବି କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ, ରାଜ୍ୟରେ ଯେତେ ଖଣି ରହିଛି ରାଜ୍ୟସରକାର ତୁରନ୍ତ ହାତକୁ ନିଅନ୍ତୁ । କୌଣସି ଘରୋଇ କମ୍ପାନୀକୁ ଖଣି ଦିଅନ୍ତୁ ନାହିଁ । ନିଜେ ରାଜ୍ୟସରକାର କିମ୍ବା ରାଜ୍ୟସରକାରଙ୍କ ନିଗମ ଅଥବା ରାଜ୍ୟସରକାରଙ୍କ ଏଜେନ୍ସି ଦ୍ୱାରା ପରିଚାଳନା କରାଯାଉ । ଏହାଦ୍ୱାରା ରାଜ୍ୟସରକାରଙ୍କ ହାତକୁ ଅଧିକ ଅର୍ଥ ଆସିବ ବୋଲି ସେ କହିଥିଲେ । ଏହି ଆଲୋଚନାରେ ବିଧାୟକ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ, ମିନାକ୍ଷୀ ମହାନ୍ତ, ଅଶ୍ୱିନୀ ପାତ୍ର, ମୁକେଶ ମହାଲିଙ୍ଗ, ପ୍ରିତମ୍‌ ପାଢ଼ୀ, ଦେବେଶ ଆଚାର୍ଯ୍ୟ, ତାରା ପ୍ରସାଦ ବାହିନୀପତି, ରାଜକିଶୋର ଦାସ, ଆଦିତ୍ୟ ମାଢ଼ୀ, ମକରନ୍ଦ ମୁଦୁଲି, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।