ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବଟିକା ଖାଇବା ଆଉ ଦରକାର ନାହିଁ, ଔଷଧ ବଦଳରେ ଲଗାନ୍ତୁ ଭିଟାମିନ୍ ପ୍ୟାଚ୍

Published By : Swapna Ray | March 18, 2025 3:51 PM

ନୂଆଦିଲ୍ଲୀ, ୧୮।୩: ପୁରୁଣା ହେଲା ଔଷଧ ଖାଇବା ପ୍ରଣାଳୀ । ଏବେ ରୋଗୀଙ୍କୁ ବଟିକା ଚୋବେଇ ଖାଇବା କିମ୍ୱା ଗିଳିବା ଭଳି ସମସ୍ୟା ସାମନା କରିବାକୁ ପଡ଼ିବନି । ଆସିଗଲା ଭିଟାମିନ୍ ପ୍ୟାଚ୍ । ପାରମ୍ପରିକ ଭିଟାମିନ୍ ସପ୍ଲିମେଣ୍ଟ ତୁଳନାରେ ଆଜିକାଲି ଭିଟାମିନ୍ ପ୍ୟାଚ୍‌ର ଚାହିଦା ବେଶି । ଏହାର ବ୍ୟବହାର ସହଜ ହୋଇଥିବା ବେଳେ ଔଷଧ ଗିଳିବା ସମସ୍ୟା ରୋଗୀଙ୍କୁ ସାମନା କରିବାକୁ ପଡ଼ିନଥାଏ । ଏହି ଭିଟାମିନ୍ ଦେଖିବାକୁ ଷ୍ଟିକର ଭଳି । ଏହାକୁ ବାହୁ, ଜଙ୍ଘରେ ଲଗାଇପାରିବେ । ସେହିପରି ଏହି ଷ୍ଟିକରରେ ସାମଗ୍ରୀ ଜେଲି ଭଳି ରହିଥାଏ । ଯାହାକୁ ତ୍ୱଚାରେ ଲଗାଇବା ଦ୍ୱାରା ଏହା ତାହାକୁ ଅବଶୋଷିତ କରିଥାଏ । ଏହି ପ୍ୟାଚ୍‌କୁ ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ବଟିକା ଖାଇବାର ଆବଶ୍ୟକତା ନାହିଁ । 

ବିଶେଷ କରି ବଟିକା ଗିଳିବାରେ ସମସ୍ୟା ସାମନା କରୁଥିବା ରୋଗୀଙ୍କ ପାଇଁ ଭିଟାମିନ୍ ପ୍ୟାଚ୍ ବ୍ୟବହାର ଖୁବ୍ ସହଜ ଓ ସୁବିଧା । ସେହିପରି ହଜମ ସମସ୍ୟା ଥିବା ରୋଗୀଙ୍କ ପାଇଁ ଏହା ଲାଭକାରୀ । ବିଶେଷ କରି ଗ୍ୟାଷ୍ଟ୍ରିକ୍ ରୋଗୀଙ୍କ ପାଇଁ ଏହା ଭିଟାମିନର ଏକ ଉତ୍ତମ ବିକଳ୍ପ । ଏହି ଭିଟାମିନ ପ୍ୟାଚ୍ ପାଚନ ପ୍ରଣାଳୀକୁ ଠିକ୍ କରେ ଓ ରକ୍ତପ୍ରବାହରେ ସିଧାସଳଖ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ତ୍ୱଚା ମାଧ୍ୟମରେ ପହଞ୍ଚାଉଥିବା ଦାବି କରାଯାଉଛି । ଭିଟାମିନ୍ ତ୍ୱଟାର ବାହ୍ୟ ପରସ୍ତ ଦେଇ ପାସ୍ କରୁଥିବା ବେଳେ କୋଷିକା ମାଧ୍ୟମରେ ରକ୍ତରେ ଏହା ବ୍ୟାପିଥାଏ । ଏହା କିଛି ଘଣ୍ଟା ପର୍ଯ୍ୟନ୍ତ ପୋଷକ ତତ୍ତ୍ୱକୁ ନିୟନ୍ତ୍ରିତ କରିଥାଏ । 

ଅନ୍ୟପକ୍ଷରେ ଔଷଧ ତଥା ଅନ୍ୟ ସପ୍ଲିମେଣ୍ଟ ତୁଳନାରେ ଭିଟାମିନ୍ ଭଲଭାବେ କାମ କରୁଥିବା ଗବେଷଣାରୁ ଜଣାପଡ଼ିଛି । ଅନ୍ୟପଟେ ଏହାର ଭଲ ଦିଗ ରହିଥିବା ବେଳେ ଖରାପ ଦିଗ ବି ଅଛି । ଭଟାମିନ୍ ପ୍ୟାଚ୍ ମହଙ୍ଗା ହୋଇଥିବା ବେଳେ ତ୍ୱଚା ଜନିତ ସମସ୍ୟା ବି ସୃଷ୍ଟି ହୋଇପାରେ । ଏଥିରେ ତ୍ୱଚା ନାଲି ପଡ଼ିବା ତଥା ପୋଡ଼ାଜଳା ହେବା ଆଜି ସମସ୍ୟା ଦେଖାଦେଇପାରେ । ଏଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.