ନୂଆଦିଲ୍ଲୀ,୧୯।୨: ଲଗାତାର ୩ ଦିନର ଲାଭ ପରେ ସପ୍ତାହର ଚତୁର୍ଥ ଦିନରେ ସେୟାର ବଜାର କାରବାରରେ ଲାଗିଲା ହଠାତ୍ ବ୍ରେକ୍। ଫାଇନାନ୍ସିଆଲ ,ମେଟାଲ,ଅଟୋ ଓ ଏଫ୍ଏମସିଜି ସେୟାରରେ ପ୍ରବଳ କିଣାବିକା କାରଣରୁ ବାଜରରେ ପ୍ରବଳ ହ୍ରାସ ଦେଖିବାକୁ ମିଳିଛି। କାରବାର ବେଳେ ସେନସେକ୍ସ ୧୪୦୦ ପଏଣ୍ଟ ହ୍ରାସ ପାଇଛି। ବିଏସ୍ଇ ସେନସେକ୍ସ ୧୨୩୬.୧୧ ପଏଣ୍ଟ ଅର୍ଥାତ ୧.୪୮ ହ୍ରାସ ସହିତ ୮୨,୪୯୮.୧୪ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫଟି ମଧ୍ୟ ୩୬୫ ପଏଣ୍ଟ ଅର୍ଥାତ ୧.୪୧% ହ୍ରାସ ପାଇ ୨୫,୪୫୪.୩୫ ପଏଣ୍ଟରେ ଥିଲା। ଏହି ହ୍ରାସ ସହିତ ବିଏସ୍ଇ ମାର୍କେଟ କ୍ୟାପ୍ ୭.୫୫ ଲକ୍ଷ କୋଟି ଟଙ୍କା ହ୍ରାସ ସହିତ ୪୬୪ ଲକ୍ଷ କୋଟି ଟଙ୍କା ହୋଇଛି।

ଫେଡେରାଲ ରିଜର୍ଭର ଅଧିକାରୀ ଏହି କଥାକୁ ନେଇ ମତଭେଦ ଯେ,ସୁଧାହାରରେ ଆଗକୁ ଆହୁରି ହ୍ରାସ ହେବ କି ନାହିଁ। କିଛି ପଲିସି ମେକର୍ସଙ୍କ କହିବା ଅନୁସାରେ,ଯଦି ଦରଦାମ୍ ବୃଦ୍ଧି ଉଚ୍ଚସ୍ତରରେ ରହେ,ତେବେ ଏହାଦ୍ବାରା ଋଣ ନେବା ଖର୍ଚ୍ଚ ବଢିବାର ଆଶଙ୍କାରହିଛି। କିଛି ବିଶେଷଜ୍ଞଙ୍କ ବର୍ତ୍ତମାନ ଏଥିରେ କୌଣସି ପରିବର୍ତ୍ତନ କରିବାର ସପକ୍ଷରେ ନାହାନ୍ତି। ତୈଳ କମ୍ପାନୀର ଦାମ ବୃଦ୍ଧି, ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ବଢୁଥିବାର ଦେଖି ନିବେଶଙ୍କର ଧାରଣା ପ୍ରଭାବିତ ହୋଇଛି।

ସେନସେକ୍ସର ସେୟାରରେ ଏଚସିଏଲ ଟେକ୍,ଇନଫୋସିସ୍,ଟିସିଏସ୍, ଟେକ୍ ମହିନ୍ଦ୍ରା,ଟାଟା ଷ୍ଟିଲ,ଇଣ୍ଟରନାଲ,ମାରୁତି ସୁଜୁକି, ଭାରତୀ ଏୟାରଟେଲ୍ ଓ ଏସ୍ବିଆଇର ସେୟାରରେ ଦ୍ରୁତ ଗତି ଦେବାକୁ ମିଳିଥିଲା। ସେଭଳି କ୍ୱାଲିଟି ୱାଲ୍ସ, ଇଣ୍ଡିଗୋ,ଏସିଆନ୍ ପେଣ୍ଟସ୍, ଟ୍ରେଣ୍ଟ,ଆକ୍ସିସ୍ ବ୍ୟାଙ୍କ, କୋଟାକ୍ ବ୍ୟାଙ୍କ, ବଜାଜ୍ ଫାଇନାନ୍ସ ଓ ଆଦାନୀ ପୋର୍ଟସ୍ର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି। ବର୍ଡର ମାର୍କେଟରେ ନିଫ୍ଟି ମିଡକ୍ୟାପ୍ ଇଣ୍ଡେକ୍ସରେ ୦.୨୫% ହ୍ରାସ ଦେଖିବାକୁ ମିଳିଛି। ସେଭଳି ନିଫ୍ଟି ସ୍ମଲକ୍ୟାପ୍ ଇଣ୍ଡେକ୍ସରେ ୦.୦୪% ଦୃତ ଦେଖିବାକୁ ମିଳିଛି। ନିଫ୍ଟି ଆଇଟି ଇଣ୍ଡେକ୍ସରେ ୦.୮୮ % ଓ ନିଫ୍ଟି ଫାର୍ମା ଇଣ୍ଡେକ୍ସରେ ୦.୨୨% ହ୍ରାସ ଘଟିଛି।