PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ପୋଷା ଜୀବଙ୍କ ସହ ୧୦ ମିନିଟ୍ ସମୟ ବିତାଇଲେ ଦୂର ହୋଇଥାଏ ମାନସିକ ଚାପ, ମିଳିଥାଏ ଅନେକ ଫାଇଦା

ନୁଆଦିଲ୍ଲୀ ୧୮/୭: ଗୃହପାଳିକ ପଶୁଙ୍କ ସହିତ ସମୟ ବିତାଇଲେ ଷ୍ଟୁଡେଣ୍ଟଙ୍କ ମୁଡ୍ ଭଲ ରହିଥାଏ । କେବଳ ଭଲ ନୁହେଁ, ତାଙ୍କ ଷ୍ଟ୍ରେସ୍ ଲେବଲ ମଧ୍ୟ କମିଥାଏ । ଏକ ରିସର୍ଚ୍ଚରୁ ଏହା ଜଣାପଡିଛି । ପ୍ରାୟ ଷ୍ଟୁଡେଣ୍ଟ ପାଠପଢା ଓ ପରୀକ୍ଷାକୁ ନେଇ ଷ୍ଟ୍ରେସରେ ରହିଥାନ୍ତି । ଏହାକୁ ନେଇ ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟିର ଗବେଷକ ଏହି ରିସର୍ଚ୍ଚ କରିଛନ୍ତି ।

ଅନେକ ୟୁନିଭର୍ସିଟି ‘ପେଟ୍ ୟୋର ଷ୍ଟ୍ରେସ୍ ଅୱେ’(ଆପଣଙ୍କ ଚିନ୍ତାକୁ ଦୂର କରେ ପୋଷା ଜୀବ) ପ୍ରୋଗ୍ରାମ ଆରମ୍ଭ କରିଛନ୍ତି । ଏଠାରେ ଅନେକ ଷ୍ଟୁଡେଣ୍ଟ କୁକୁର ଓ ବିଲେଇ ସହିତ ସମୟ ବିତାଇଥିଲେ । ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟିରେ ଏସୋସିଏସନ୍ ପ୍ରଫେସର ପେଟ୍ରିସିୟା ପେଣ୍ଡ୍ରୀ କହିଛନ୍ତି ଯେ ସେ ଅଧ୍ଯୟନରେ ଜାଣବାକୁ ପାଇଲେ ଯେ ଏହି ପୋଷା ଜନ୍ତୁଙ୍କ ସହିତ ପ୍ରାୟ ୧୦ ମିନିଟ୍ ରହିବା ପରେ ସ୍ୱାସ୍ଥ୍ଯରେ ଅନେକ ଫରକ ଦେଖାଦେଇଥିଲା । ଅଧ୍ଯୟନରେ ଯେଉଁ ଷ୍ଟୁଡେଣ୍ଟ କୁକୁର ଓ ବିଲେଇମାନଙ୍କ ସହିତ ସମୟ ବିତାଇଲେ ସେମାନଙ୍କ ନିକଟରେ  କର୍ଟିସୋଲ ହର୍ମୋନର ଅଭାବ ଦେଖାଗଲା । ଚିନ୍ତା ବଢାଇବାରେ ଏହି ହର୍ମୋନର ମୁଖ୍ଯ ଭୂମିକା ଥାଏ ।

ଏହି ଅଧ୍ଯୟନରେ ୨୪୯ କଲେଜ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା । ଏମାନଙ୍କୁ ୪ଟି ଗ୍ରୁପରେ ବାଣ୍ଟିଦିଆଯାଇଥିଲା । ଅଧ୍ୟୟନକର୍ତ୍ତା ପ୍ରଥମ ଗ୍ରୁପର ଷ୍ଟୁଡେଣ୍ଟ୍ସଙ୍କୁ କୁକୁର ଓ ବିଲେଇ ସହିତ ୧୦ ମିନିଟ୍ ସମୟ ବିତାଇବାପାଇଁ ଦେଲେ  ଏବଂ ଅନ୍ଯ ଗ୍ରୁପର ଷ୍ଟୁଡେଣ୍ଟଙ୍କୁ  ସେହି ପ୍ରଥମ ଗ୍ରୁପର ପିଲାଙ୍କୁ ପୋଷା ଜୀବଙ୍କ ସହିତ ଖେଳୁଥିବାର ଦେଖିବାକୁ କୁହାଗଲା ।

ତୃତୀୟ ଗ୍ରୁପକୁ ସେହି ପୋଷା ଜୀବଙ୍କ ଫଟୋ ସ୍ଲାଇଡ୍ ଶୋରେ ଦେଖାଗଲା ଏବଂ ଚତୁର୍ଥ ଗ୍ରୁପକୁ କେବଳ ଅପେକ୍ଷା କରିବାକୁ କୁହାଗଲା । ଏହାପରେ ସବୁ ଷ୍ଟୁଡେଣ୍ଟଙ୍କ ସେଲାଇବାର ସାମ୍ପଲ ନିଆଗଲା ଯେଉଁଥିରେ ଏହା ଜଣାପଡିଲା ଯେ ଯେଉଁ ଛାତ୍ରମାନେ ପେଟ୍ସଙ୍କ ସହ ସମୟ ବିତାଇଥିଲେ ସେମାନଙ୍କ ସେଲାଇବାରେ କର୍ଟିସୋଲର ସ୍ତର ବହୁତ କମ୍ ଥିଲା । ପେଣ୍ଡ୍ରୀ କହିଲେ ଯେ ଏହିଭଳି ସମୟ ବିତାଉଥିବା ଷ୍ଟୁଡେଣ୍ଟ୍ସଙ୍କ ଷ୍ଟ୍ରେସ୍ ହରମୋନ ହ୍ରାସ ପାଇବା ଫଳରେ ତାଙ୍କ ମେଣ୍ଟାଲ୍ ହେଲ୍ଦକୁ ଫାଇଦା ମିଳିଥାଏ ।

ସମ୍ବନ୍ଧିତ ଖବର