ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା

Published By : Harapriya Sethi | January 6, 2025 2:59 PM

ଆନନ୍ଦପୁର,୦୬/୦୧: ଆନନ୍ଦପୁର ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥର ଆନନ୍ଦପୁର ଅଞ୍ଚଳ ଅଧିନ ରାସ୍ତା ପାଲଟିଛି ମରଣ ଜନ୍ତା । ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁଁ ନିୟମିତ ଭାବେ ଦୁର୍ଘଟଣା ଘଟି ମୁଣ୍ଡ ଗଡୁଛି । ଏହାର ପ୍ରତିବାଦ କରି ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ   ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା ଦେଇଛି ଧନେଇ ସେବା ସଂଘ । 

ସୂଚନା ମୁତାବକ, ରାସ୍ତା କାମ ସରିଯାଇଥିବା ଦର୍ଶାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୀର୍ଘ ୧୦ ବର୍ଷ ହେବ ଏହି ରାସ୍ତାରୁ ଟୋଲ୍‌ ଆଦାୟ କରୁଛନ୍ତି । ହେଲେ ଆଜି ଯାଏଁ ସରିଲାନି ରାସ୍ତା କାମ । ଟେଣ୍ଡର ମାଧ୍ୟମରେ ବଡ଼ ଠିକା ସଂସ୍ଥା କାମ ନେଉଛନ୍ତି । ଏହାପରେ କାମକୁ ଭାଗ ଭାଗ କରି ଛୋଟ ଛୋଟ ଠିକାଦାରଙ୍କୁ ଦେଇ ପୁରା ହେଉଛି । ଯାହା ଫଳରେ ଏଭଳି ପରିସ୍ଥିତି ଉପୁଜୁଥିବାର ଅଭିଯୋଗ ହୋଇଛି ।  ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଏହି କାମକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଅସମ୍ପୂର୍ଣ୍ଣ ରାସ୍ତାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବି ନେଇ ଧନେଇ ସେବା ସଂଘ ତରଫରୁ ଶାଳପଡ଼ା ଓଭର ବ୍ରିଜ୍‌ ତଳେ ଗଣଧାରଣା ହୋଇଛି । ଆଗାମୀ ୭ ଦିନ ମଧ୍ୟରେ ଯଦି ଏହାର ସମାଧାନ ନହୁଏ, ତେବେ ଜାତୀୟ ରାଜପଥକୁ ପୁରା ବନ୍ଦ କରିବାକୁ ସଂଘ ଚେତାବନୀ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.