ରାଉରକେଲା,୨୧/୭: କୋଏଲ ନଦୀକୁ ଡେଇଁ ଜଣେ ସ୍କୁଲ ଛାତ୍ରୀ ନିଖୋଜ । ସେକ୍ଟର - ୧୬ ତୁମକେଲା ଘାଟରେ ଏହି ଘଟଣା ଘଟିଛି । ଛାତ୍ରୀ ଜଣକ ଘର ସେକ୍ଟର - ୯ ଅଞ୍ଚଳରେ ।
ସେକ୍ଟର - ୧୬ ଏନଏସି ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଆଜି ସ୍କୁଲକୁ ଯାଇଥିଲେ। ସ୍କୁଲରୁ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ପରିବାର ଲୋକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଛାତ୍ରୀ ରାଗି ଯାଇ ସାଇକେଲ ନେଇ ତୁମାକେଲା କୋଏଲ ନଦୀ ଘାଟକୁ ଯାଇଥିଲେ। ସେଠାରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଥିଲେ। ପରିବାର ଲୋକଙ୍କ ଠାରୁ ଖବର ପାଇ ସେକ୍ଟର - ୧୫ ପୋଲିସ ଓ ଅଗ୍ନିଶମ କର୍ମଚାରୀ ନଦୀଘାଟ ପହଞ୍ଚି ନଦୀରେ ଖୋଜାଖୋଜି ଚଳାଇଛନ୍ତି।