ଢେଙ୍କାନାଳ, ୭/୮: ଢେଙ୍କାନାଳ ଭୁବନ ବ୍ଲକରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର । ଭୁବନ ବ୍ଲକର ଏକ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ସ୍କୁଲ କମିଟି, ଟ୍ରୋଲଫ୍ରି ନମ୍ବରରେ ଅଭିଯୋଗ ପରେ କେହି ନଶୁଣିବାରୁ ଗୁରୁବାର ଛାତ୍ରୀ ଓ ତାଙ୍କ ପରିବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଶିକ୍ଷକଙ୍କ ଏପରି ବ୍ୟବହାର ଯୋଗୁଁ ଛାତ୍ରୀ ସ୍କୁଲ ଯିବାକୁ ଭୟ କରୁଛନ୍ତି । ନ୍ୟାୟ ଦାବି କରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଦାବି କରିଛନ୍ତି । ଗତ ଦୁଇ ମାସ ହେଲା ସ୍କୁଲରେ ଓଡିଆ ଓ ଇଂରାଜୀ ପଢାଉଥିବା ଶିକ୍ଷକ ଏପରି ହଇରାଣ କରୁଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଶ୍ରେଣୀରେ ଉକ୍ତ ଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଅଶାଳୀନ ବ୍ୟବହାର କରିଥାନ୍ତି । ଛାତ୍ରୀ ଲୋକ ଲଜ୍ଜା ଭୟରେ କିଛି କହି ପାରନ୍ତି ନାହିଁ କିମ୍ବା ଭୟରେ ଘରେ କହୁନଥିଲେ। ଅଧିକ ହେବାରୁ ସହପାଠୀମାନେ ଘରେ ଜଣାଇବାକୁ କହିଥିଲେ। ୫ ଦିନ ତଳେ ଛାତ୍ରୀ ଘରେ ଜଣାଇବା ପରେ ସ୍କୁଲ କମିଟି ବସିଥିଲା । ବୈଠକ ଅଧାରୁ ଯାହା କରିବା କଥା କରନ୍ତୁ ବୋଲି କହି ଶିକ୍ଷକ ଜଣକ ଉଠି ଆସିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରେ ସ୍କୁଲରେ ଲାଗିଥିବା ଟ୍ରୋଲଫ୍ରି ନମ୍ବରରେ ମଧ୍ୟ ଯୋଗାଯୋଗ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ । ୫ ଦିନ ହେଲା ଛାତ୍ରୀ ମାନସିକ ସନ୍ତୁଳନ ହରାଇ ସ୍କୁଲକୁ ଯାଉନାହାନ୍ତି। ସମ୍ପୃକ୍ତ ଶିକ୍ଷକ ବି ସ୍କୁଲକୁ ଆସୁନାହାନ୍ତି। ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିବା ଛାତ୍ରୀଙ୍କ ବାପା ଏହା କହିଛନ୍ତି । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଝିଅକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଏସମ୍ପର୍କରେ ସମ୍ପୃକ୍ତ ଶିକ୍ଷକଙ୍କର ମତାମତ ମିଳିପାରିନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି କହିଛନ୍ତି, ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ: ଦ...