ରାଇରଙ୍ଗପୁର ୦୩/୦୩: ଦଶମ ପରୀକ୍ଷା ସରିଥିଲା ଚାରି ସାଙ୍ଗ ଖୁସିରେ ଥିଲେ । ବୁଲାବୁଲି କରିବାକୁ ପ୍ଲାନ କରିଥିଲେ । ହେଲେ ଏହି ଯୋଜନା ଭିତରେ ଘଟିଗଲା ବଡ଼ ଅଘଟଣ । ଚାରି ସାଙ୍ଗ ପରୀକ୍ଷା ସରିବା ପରେ ବାଇକ୍ ଧରି ଖୁସିରେ ଛେଳି ଚୋରି କରିବାକୁ ବାହାରି ଯାଇଥିଲେ । ମୟୂରଭଞ୍ଜ ଜିଲ୍ଲା ତିରିଂ ନିକଟସ୍ଥ ହେରୋଗଡ଼ା ଗାଁରୁ ଛେଳି ଚୋରି କରିଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଯାଇଥିଲେ । ୪ ପିଲାଙ୍କ ମଧ୍ୟରୁ ଦୁଇ ଜଣ ସେଠାରୁ ଖସି ପଳାଇଥିଲେ । ମାତ୍ର ଅନ୍ୟ ଦୁଇଜଣ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଗ୍ରାମବାସୀ ସବୁ ଆଇନକାନୁନ ଭୁଲି ଦୁଇ ପିଲାଙ୍କୁ ନିସ୍ତୁକ ପିଟିଥିଲେ । ଫଳରେ ସେମାନେ ଚେତାଶୂନ୍ୟ ହୋଇପଡ଼ିଥିଲେ । ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପିଲାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଜଣେ ପିଲାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ , ହେରୋଗଡ଼ା ସାହିରେ ୪ ଜଣ ଛେଳି ଚୋରି କରିଥିଲେ । ଏହି ସମୟରେ ଗ୍ରାମବାସୀ ସେମାନଙ୍କୁ ଧରିବା ପାଇଁ ଗୋଡ଼ାଇଥିଲେ। ତେବେ ୨ ଜଣ ଖସଯାଇଥିବା ବେଳେ ଅନ୍ୟ ଦୁଇଜଣ ଦଶମ ଛାତ୍ର ଧରାପଡିଯାଇଥିଲେ। ଏହା ପେର ଗ୍ରାମବାସୀମାନେ ସେମାନଙ୍କ ବାନ୍ଧି ନିସ୍ତୁକ ମାଡ଼ ମରିଥିଲେ । ଯେଉଁଥିରେ ଦୁଇ ଜଣ ଛାତ୍ର ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାଇରଙ୍ଗପୁର ଉପଖଣ୍ଡ ମେଡିକାଲକୁ ନିଆଯାଇଥିଲା ହେଲେ ସେବେ ବେଳକୁ ବହୁ ଡେରି ହୋଇଯାଇଥିଶ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟଜଣଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେ ଓ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଓ ଗୁରୁତର ପିଲାଙ୍କ ପରିବାରଲୋକ ଛେଳି ଚୋରି ଘଟଣାକୁ ଅସ୍ବୀକାର କରିଛନ୍ତି।