କେନ୍ଦ୍ରାପଡ଼ା,୧୫।୭ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବଉଳକଣି(ସୁନେଲିପଡା) ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍କୁଲ ଛୁଟି ସମୟରେ ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ବାହାରପଟୁ ତାଲା ପକାଇ  ଶିକ୍ଷୟିତ୍ରୀ ପଳାଇଥିଲେ। ପ୍ରାୟ ୨ ଘଣ୍ଟା ପରେ ତାଲା ଖୋଲି ଛାତ୍ରୀଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। 

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ବିଦ୍ୟାଳୟ ଛୁଟି ସମୟରେ ଛାତ୍ରୀ ଜଣଙ୍କ ଶୋଇପଡିଥିବାରୁ ଶିକ୍ଷୟିତ୍ରୀ ଜଣଙ୍କ ତାଙ୍କୁ ଦେଖି ପାରି ନ ଥିଲେ। ଛାତ୍ରୀ ଜଣଙ୍କର ନିଦ ଭାଙ୍ଗିବା ପରେ ଉଠି ବାହାକୁ ବାହାରି ନ ପାରି କାନ୍ଦିବାରୁ ଗ୍ରାମବାସୀ ଜାଣିବାକୁ ପାଇଥିଲେ। ତତ୍କାଳ ଶିକ୍ଷୟିତ୍ରୀଙ୍କୁ ଖବର ଦିଆଯାଇଥିଲା। ଶିକ୍ଷୟିତ୍ରୀଙ୍କ ଆସିବାରେ ବିଳମ୍ବ ହେବାରୁ ତାଲା ଭାଙ୍ଗି ଛାତ୍ରୀଙ୍କୁ  ଉଦ୍ଧାର କରାଯାଇଛି।