ବାଲେଶ୍ବର, ୧୪।୩ : ବୁଢାବଳଙ୍ଗ ନଦୀରେ ଭାସିଗଲେ  ଅଷ୍ଟମ ଶ୍ରେଣୀ ଛାତ୍ର। ବାଲେଶ୍ଵର ଟାଉନ୍ ଅନ୍ତର୍ଗତ ବୁଢ଼ା ବଳଙ୍ଗ ନଦୀର ବାଲିଘାଟ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ୪ ନାବାଳକ ନଦୀ ରେ ଗୋଡ଼ ଧୋଉ ଥିବା ବେଳେ ଗୋଡ଼ ଖସି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ। ନିଖୋଜ ଛାତ୍ର ଜଣକ ହେଉଛନ୍ତି ବାଲେଶ୍ଵର ଚାନ୍ଦମାରି ପଡ଼ିଆ ଅଞ୍ଚଳର। ତେବେ ଅନ୍ୟ ସାଙ୍ଗ ମାନେ ସୁରକ୍ଷିତ ବାହାରକୁ ବାହାରି ଆସିଥିଲା ବେଳେ ଜଣେ ଛାତ୍ର  ନିଖୋଜ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଟାଉନ୍ ଥାନା ପୋଲିସ ପହଞ୍ଚି ଖୋଜା ଖୋଜି କରୁଛନ୍ତି।