ଦଶରଥପୁର,୨୬/୦୮: ବନ୍ୟା ପାଣିରେ ଭାସି ଛାତ୍ର ନିଖୋଜ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ମଲ୍ଲିକାପୁର ପଞ୍ଚାୟତରୁ ସାମ୍ନାକୁ ଆସିଛି ଏହି ଘଟଣା । ନିଖୋଜ ଛାତ୍ର ଜଣକ ହେଲେ ୮ ୱାର୍ଡର ମନ୍ମଥ ରଣାଙ୍କ ୧୯ ବର୍ଷୀୟ ପୁଅ ମଦନ ମୋହନ ରଣା ।
ସୂଚନା ମୁତାବକ, ଦଶରଥପୁର ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟାରେ ମଦନ ମୋହନ ନିଖୋଜ ହୋଇଥିବା ଜଣାପଡିଛି। ମଲ୍ଲିକାପୁର-ବଉଳାଙ୍ଗ ଦେଇଯାଇଥିବା ନଦୀରେ ଭାସି ନିଖୋଜ ହୋଇଯାଇଛନ୍ତି । ଶୌଚ ହେବାକୁ ଯାଇଥିବାବେଳେ ନଦୀରେ ଗୋଡ଼ ଖସିଯିବାରୁ ସେ ବନ୍ୟା ପାଣିରେ ଭାସି ଯାଇଥିଲେ। ଖବରପାଇ ସ୍ଥାନୀୟ ଲୋକେ ଏବଂ ଓଡ୍ରାଫ ଟିମ ମଦନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ତାଙ୍କର ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରିନାହିଁ।