ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିପଦ ସଂକୁଳ ଅବସ୍ଥାରେ ବିଦ୍ୟାଳୟ ଗୃହ : ୨ ଟି ଭଙ୍ଗା କୋଠରୀରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା

Published By : Suraj Kumar | October 29, 2024 11:03 PM

ମାଲକାନଗିରି, ୨୯।୧୦ (ଆପ୍ର):ବିପଦ ସଂକୁଳ ଅବସ୍ଥାରେ ଅଛି ବିଦ୍ୟାଳୟ ଗୃହ । ପ୍ରଥମ ରୁ ୫ମ ଶ୍ରେଣୀର ଛାତ୍ର ଛାତ୍ରୀ ଖୁନ୍ଦା ଖୁନ୍ଦୀ ହୋଇ ପଢୁଛନ୍ତି ୨ଟି ଭଙ୍ଗା କୋଠରୀ ରେ। ଏପରି ଦୃଶ୍ୟ ଦେଖିବା କୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ରିକ୍ଲାମେସନ କଲୋନୀ ର ପ୍ରାଥମିକ ବିଦ୍ୟାଳୟ ରେ।   

ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ରିକ୍ଲlମେସନ୍ କଲୋନୀର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗତ କିଛି ବର୍ଷ ଧରି ଶ୍ରେଣୀ ଗୃହ ଗୁଡିକ ପୁରୁଣା ହୋଇଥିବାରୁ ଭାଙ୍ଗି ଯାଇଛି । ତେବେ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଏହି ବିଦ୍ୟାଳୟ ଗୃହ ଗୁଡିକ ରହିଥିବା ବେଳେ ଏହି ଭଙ୍ଗା ରୁଜା ଘର ନିକଟରେ ପିଲାଏ ଖେଳକୁଦ କରୁଛନ୍ତିl ହେଲେ ଏହି ଘର ଗୁଡିକ ଭାଙ୍ଗି ଯିବାରୁ ବିଦ୍ୟାଳୟର ଅଫିସ ରୁମ ଓ  ଅନ୍ୟ ଏକ ଶ୍ରେଣୀ ଗୃହରେ ୫ଟି ଶ୍ରେଣୀର ଛାତ୍ର ଛାତ୍ରୀ ତଳେ ବସି ପାଠ  ପଢୁଛନ୍ତି। ଦୁଇଟି କକ୍ଷରେ ୫ଟି ଶ୍ରେଣୀର ପିଲାଏ ପାଠ କିପରି ପଢୁଥିବା ତାହା ସହଜେ ଅନୁମାନ କରି ହେଉଥିବ।  ଏହି ବିଦ୍ୟାଳୟର ଅର୍ଦ୍ଧ ଭଗ୍ନ ଘର ଗୁଡିକୁ ଦୀର୍ଘ ବର୍ଷ ଧରି ମରା ମତି ହେଉ ନଥିବାରୁ   ପିଲାଙ୍କ ପାଇଁ ଏହା ବିପଦ ପାଳିଟିଛି। ଶ୍ରେଣୀ ଗୃହକୁ ଲlଗିକି ଦୁଇଟି ଭଙ୍ଗା ଗୃହ ରହିଛି କିଛି ବି ଅଘଟଣ ଘଟି ପାରେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। 

ତେବେ ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଅନେକ ଥର ଶିକ୍ଷାବିଭାଗ କୁ ଜଣାଇ ଆସୁଥିବା ବେଳେ କୌଣସି ସୁଫଳ ମିଳି ନଥିବା ପ୍ରକାଶ କରିଛନ୍ତିl ତେବେ ତୁରନ୍ତ ଏହି ଜରାଜୀର୍ଣ୍ଣ ଗୃହକୁ ଭାଙ୍ଗି ନୂତନ ଶ୍ରେଣୀ ଗୃହ ନିର୍ମାଣ କଲେ ଅଞ୍ଚଳ ବାସୀ ଓ ଛାତ୍ର ଛାତ୍ରୀ ଉପକୃତ ହୋଇ ପାରିଥାନ୍ତେ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତିl ତେବେ ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ବିଶ୍ଵନାଥ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆସନ୍ତା ଏକ୍ସମାସ ଛୁଟିରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗୃହ ଗୁଡିକୁ ଭାଙ୍ଗି ଦିଆଯିବ ଏବଂ ଆବଶ୍ୟକ ଅନୁଯାୟୀ ନୂତନ ଗୃହ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.