ଫିରିଙ୍ଗିଆ, ୧୧/୮ କନ୍ଧମାନ ଏସପି ହରିଷ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଚ୍ଛାପଡ଼ାର ଛାତ୍ରଛାତ୍ରୀମାନେ ଗୋଚ୍ଛାପଡ଼ା ଥାନା ବୁଲିବା ସହ ଥାନା ଅଧିକାରୀଙ୍କ ସହ  ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି l ପୋଲିସର କାର୍ଯ୍ୟକାରିତା ଏବଂ ଆବଶ୍ୟକ ସ୍ଥଳେ ସାଧାରଣ ବ୍ୟକ୍ତିଙ୍କ ସମେତ ଛାତ୍ରଛାତ୍ରୀମାନେ ମଧ୍ୟ ସିଧାସଳଖ ଆସି ଗୋଚ୍ଛାପଡ଼ା ଥାନା ରେ ସେମାନଙ୍କର ଅଭିଯୋଗ କରିପାରିବା ନେଇ ଏକ ଏକ୍ସପୋଳର ଭିଜିଟ୍ ଜରିଆରେ ଜ୍ଞାନ ଆହରଣ କରିବା ପାଇଁ କାର୍ଯ୍ୟକ୍ରମ ଗୋଚ୍ଛାପଡ଼ା ଥାନାରେ ଅନୁଷ୍ଠିତ ହୋଇଛି।

 ଗୋଚ୍ଛାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷକ ମାନଙ୍କ ତତ୍ତ୍ବାବଧାନରେ ଗୋଚ୍ଛାପଡ଼ା ଥାନାରେ ପହଞ୍ଚିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଗୋଚ୍ଛାପଡ଼ା ଥାନା ଅଧିକାରୀ ଚିରଞ୍ଜିବି ବେହେରା, ଏସ ଆଇ ଅଶୋକ ପରିଡା, ଏସଆଇ ଅନନ୍ତ ପ୍ରଧାନ, ଏଏସଆଇ ରମାକାନ୍ତ ଭୋଇ, ଏଏସଆଇ ତ୍ରିଲୋଚନ ମଲିକ   ଚକୋଲେଟ୍ ଦେଇ ସ୍ବାଗତ କରିଥିଲେ । ପରେ ସେମାନେ ସମସ୍ତେ ଥାନା ବୁଲି ଦେଖିଥିଲେ। ପୁଲିସ୍ ର କାର୍ଯ୍ୟ କଳାପ ବାବଦରେ ଓ ବିଭିନ୍ନଅପରାଧ ଓ ସେମାନଙ୍କ ବିରୋଧରେ ପୋଲିସ ନେଉଥୁବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ, ଥାନାରେ ଥିବା ମାଲଖାନା, ପୋଲିସ୍ ର କାର୍ଯ୍ୟ ଶୈଳୀ ଆଦି ଭଳି ବିଭିନ୍ନ ବିଷୟରେ  ଛାତ୍ରଛାତ୍ରୀ ପଚାରି ବୁଝିଥିଲେ। ସେମାନଙ୍କୁ ଏହି ସବୁ ବାବଦରେ  ଥାନା ଅଧିକାରୀ ଙ୍କ ସହିତ ଖୋଲା ଖୋଲି ଆଲୋଚନା କରିଥିଲେ।  ଏପରିକି ବର୍ତ୍ତମାନ ସମାଜ‌ରେ ଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଯୌନ ଶେଷଣ ଓ ଏହାର ଆଇନ ବାବଦରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ପୋଲିସ, ଥାନା ଓ ଏହି ବାବଦରେ ଜାଣିବାକୁ ପାଇବା ସହ ଆବଶ୍ୟକ ସ୍ଥଳେ ସେମାନେ ଯେ କୌଣସି ସମସ୍ୟାରେ ଭୟ ନ କରି ନିଜେ ପୁଲିସ୍‌ ନିକଟରେ ପହଞ୍ଚି ପାରିବେ ବୋଲି କହିଛନ୍ତି ଗୋଚ୍ଛା ପଡ଼ା ଥାନା ଅଧିକାରୀ ଚିରଞ୍ଜିବି ବେହେରା।