ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | May 15, 2025 8:35 PM

ଆଠମଲ୍ଲିକ, ୧୫।୫ -  ଶିକ୍ଷା କ୍ଷେତ୍ରରେ ଆଠମଲ୍ଲିକ ହେଉଛି ଅଗ୍ରଣୀ ଅଞ୍ଚଳ । ସେହି ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆଠମଲ୍ଲିକ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ଜନ ଆକାଂକ୍ଷା ଆଜି ପୂରଣ ହୋଇଛି । ଏହାର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।  

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି। ଏଥି ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଠମଲ୍ଲିକରେ ରାଜ୍ୟ ସରକାରଙ୍କ ତରଫରୁ ପାଖାପାଖି ୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି । ଟାଙ୍ଗିଆନିଶା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଠାରେ ବହୁତ ଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ କରିବା ପାଇଁ ଗୁରୁଜନ, ବୁଦ୍ଧିଜୀବୀ ଏବଂ ଯୁବସମାଜର ଅପେକ୍ଷା ରହିଥିଲା । ଗୁରୁବାର ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରାୟ ୧୩୯ କୋଟି ଟଙ୍କାର ପ୍ରକଳ୍ପ ଆଠମଲ୍ଲିକରେ ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବ । ଏହି ବିଦ୍ୟାଳୟ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ବିଶେଷ ଉପକୃତ ହେବେ । ଏହାର ଏବେ ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ଶିଶୁବାଟିକା ଆରମ୍ଭ ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଜଣରୁ ଅଧିକ   ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ ।   

ଶ୍ରୀ ପ୍ରଧାନ କହିଛନ୍ତି ଡବଲ ଅଞ୍ଜିନ ସରକାରରେ ଆଠମଲ୍ଲିକରେ ଚାଷ ଓ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବ । ଘର ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଯିବ । ଏଠାରେ ପର୍ଯ୍ୟଟନର ବିକାଶ କରାଯିବ ସହ ଚାଷୀମାନଙ୍କ ଜୀବନରେ ଉନ୍ନତି ଅଣାଯିବ । ଆଠମଲ୍ଲିକକୁ କୃଷି ଆଧାରିତ ଅଞ୍ଚଳରେ ପରିଣତ କରିବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ଆମେ ସମସ୍ତେ ସହଯୋଗୀ ହେବା । ଆଠମଲ୍ଲିକ ଅଞ୍ଚଳର ବିକାଶ ଆମ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

 ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର କିଶୋରନଗର ବ୍ଲକ ଓସକାପାଲ୍ଲି-କରମଲକଟା ରାସ୍ତାର ୩.୩୬୦ କିମି ଠାରେ କରମଲକଟା ନାଳ ଉପରେ ସେଉଳ ସେତୁ, ହଣ୍ଡପା-ପଟାପଥର ଭାୟା ବିଲେଇନାଳୀ ରାସ୍ତା, ବାମୁର-ଧଉରାପାଲି-ମାଧପୁର ରାସ୍ତା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଧଉରାପାଲିର ନୂଆ ଛାତ୍ରୀ ନିବାସର ଉଦଘାଟନ କରିଥିଲେ । ସେହିପରି ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କିଶୋରନଗର ବ୍ଲକର ବାମୁର ଠାରୁ ଧଉରାପାଲି ଭାୟା ତାଳପଦର, ଜଇରାଟ ଓ ବାଲିଜେରେଙ୍ଗ ରାସ୍ତାର ଉନ୍ନତିକରଣ ଏବଂ ଘୋଷର ଠାରୁ ଅଙ୍ଗପଡ଼ା ଭାୟା କଡିଙ୍ଗବାହାଳ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.