ଭୁବନେଶ୍ବର, ୨୦।୫: ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଯୁକ୍ତ ୨ ପାସ୍ ଛାତ୍ରଛାତ୍ର । ରେଜଲ୍ଟ ପ୍ରକାଶ ପାଇବା ପରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ସୁଯୋଗ ପାଇବେ । ପରୀକ୍ଷାର୍ଥୀ ଜଣଙ୍କ ପାସ୍ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁଯୋଗ ମିଳିବ । ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ।
୨୦୨୬ରେ ସବୁଥିରେ ପାସ୍ କରିଥିଲେ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ । ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରିବ । ରି-ଚେକିଂ ପାଇଁ ମେ’ ୨୭ ସୁଦ୍ଧା ଆବେଦନ କରିହେବ ।
କଳା ପରୀକ୍ଷାରେ ମୋଟ୍ ପାସ୍ ହାର ୮୪.୫୦ ପ୍ରତିଶତ ରହିଛି। କଳାରେ ଛାତ୍ରଙ୍କ ପାସ୍ ହାର ୭୭.୯୭ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୮୯.୪୫ ପ୍ରତିଶତ। । ବାଣିଜ୍ୟ ସର୍ବମୋଟ୍ ପାସ୍ ହାର ରହିଛି ୮୮.୦୭ ପ୍ରତଶତ ରହିଛି। ୮୬.୦୭ ପ୍ରତିଶତ ଛାତ୍ର କୃତକାର୍ଯ୍ୟ କରିଛନ୍ତି। ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି।
ଚଳିତ ବର୍ଷ ବିଜ୍ଞାନରେ ସର୍ବମୋଟ୍ ୮୮.୮୦ ପ୍ରତିଶତ ପାସ୍ ହୋଇଛନ୍ତି। ଛାତ୍ରଙ୍କ ପାସ୍ ହାର ପ୍ରତିଶତ ୮୭.୪୧ ଏବଂ ଛାତ୍ରୀଙ୍କ ପାସ୍ ହାର ୯୦.୨୪ ପ୍ରତିଶତ ରହିଛି। । ଧନ୍ଦାମୂଳକରେ ସର୍ବମୋଟ୍ ପାସ୍ ହାର ୭୭.୬୨ ପ୍ରତିଶତ ରହିଛି । ଧନ୍ଦାମୂଳକ ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୮୦.୪୩ ପ୍ରତିଶତ ରହିଛି। ମୋଟ ୪,୦୧, ୬୨୩ ପଞ୍ଜୀକୃତ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିଲେ ସେଥିରୁ ୩, ୯୮,୦୯୦ଜଣ ପରୀକ୍ଷା ଦେଇଥିଲେ । ମୋଟ୍ ୩, ୪୧, ୭୮୧ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ଆହୁରି ପଢନ୍ତୁ : ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ