ଭୁବନେଶ୍ୱର ୨୦/୦୫: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ । ମଧ୍ୟାହ୍ନ ସାଢ଼େ ୧୨ଟାରେ ପରୀକ୍ଷା ଫଳ ଘୋଷଣା ହୋଇଛି। ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୁକ୍ତ +2 ପରୀକ୍ଷା ଫଳ ପୁସ୍ତିକା ଉନ୍ମଚୋନ କରିବା ଫଳ ଘୋଷଣା କରିଛନ୍ତି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଛି। ଆଜି ଅପରାହ୍ନ ୩ଟାରୁ ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରେ ନିଜର ପରୀକ୍ଷା ଫଳ ଦେଖିପାରିବେ। ପରୀକ୍ଷା ଫଳ ଲୋକାର୍ପଣ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ସଚିବ ଏନ୍ ତିରୁମାଲା ନାଏକ, ସିଏଚ୍ଏସ୍ଇ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ପରିଡ଼ା ଓ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ।
କଳା ପରୀକ୍ଷାରେ ମୋଟ୍ ପାସ୍ ହାର ୮୪.୫୦ ପ୍ରତିଶତ ରହିଛି। କଳାରେ ଛାତ୍ରଙ୍କ ପାସ୍ ହାର ୭୭.୯୭ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୮୯.୪୫ ପ୍ରତିଶତ। । ବାଣିଜ୍ୟ ସର୍ବମୋଟ୍ ପାସ୍ ହାର ରହିଛି ୮୮.୦୭ ପ୍ରତଶତ ରହିଛି। ୮୬.୦୭ ପ୍ରତିଶତ ଛାତ୍ର କୃତକାର୍ଯ୍ୟ କରିଛନ୍ତି। ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି।
ଚଳିତ ବର୍ଷ ବିଜ୍ଞାନରେ ସର୍ବମୋଟ୍ ୮୮.୮୦ ପ୍ରତିଶତ ପାସ୍ ହୋଇଛନ୍ତି। ଛାତ୍ରଙ୍କ ପାସ୍ ହାର ପ୍ରତିଶତ ୮୭.୪୧ ଏବଂ ଛାତ୍ରୀଙ୍କ ପାସ୍ ହାର ୯୦.୨୪ ପ୍ରତିଶତ ରହିଛି। । ଧନ୍ଦାମୂଳକରେ ସର୍ବମୋଟ୍ ପାସ୍ ହାର ୭୭.୬୨ ପ୍ରତିଶତ ରହିଛି । ଧନ୍ଦାମୂଳକ ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୮୦.୪୩ ପ୍ରତିଶତ ରହିଛି। ମୋଟ ୪,୦୧, ୬୨୩ ପଞ୍ଜୀକୃତ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିଲେ ସେଥିରୁ ୩, ୯୮,୦୯୦ଜଣ ପରୀକ୍ଷା ଦେଇଥିଲେ । ମୋଟ୍ ୩, ୪୧, ୭୮୧ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି, କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ ୱେବ୍ସାଇଟ୍ www.results.odisha. gov.in,www.results. digilocker.gov.inରେ ଦେଖିପାରିବେ ।