PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଶାଢ଼ିରେ ପାଇପାରିବେ ଷ୍ଟନିଂ ଲୁକ୍‌… ଏଥିପାଇଁ ବ୍ଲାଉଜ୍‌ କିଣିବା କିମ୍ବା ତିଆରି ବେଳେ ନେକ୍‌ଲାଇନ୍‌ ଡିଜାଇନ୍‌ ଉପରେ ଦିଅନ୍ତୁ ଗୁରୁତ୍ବ

ଭୁବନେଶ୍ୱର ୨୨/୦୯: ପ୍ରାୟଙ୍କ ଧାରଣା ଯେ ଷ୍ଟଣ୍ଟିଂ ଲୁକ୍‌ ପାଇଁ ଆଧୁନିକ ପୋଷାକ ହିଁ ଦରକାର, ଯାହା ଆଦୌ ଠିକ୍‌ ନୁହେଁ । ଯଦି ଆପଣ ଶାଢି ପିନ୍ଧିବାକୁ ଭଲ ପାଆନ୍ତି । ତେବେ ଶାଢିରେ ମଧ୍ୟ ଷ୍ଟଣ୍ଟିଂ ଲୁକ୍‌ ପାଇପାରିବେ । ସେଥିପାଇଁ ବ୍ଲାଉଜ୍‌ କିଣିବା କିମ୍ବା ତିଆରି ବେଳେ ଏହାର ନେକ୍‌ଲାଇନ୍‌ ଡିଜାଇନ୍‌କୁ ଗୁରୁତ୍ୱ ଦେବା ଉଚିତ୍‌ । ଏହାଦ୍ୱାରା ଆପଣଙ୍କ ବର୍ଡି ଲାଇନ୍‌ ହାଇଲାଇଟ୍‌ ହୋଇଥାଏ । ଟେଲର୍‌ କିମ୍ବା ବୁଟିକ୍‌ ବା ଇଣ୍ଟର୍‌ନେଟ୍‌ରେ ବହୁ ଡିଜାଇନ୍‌ ରହିଛି । ଏସବୁ ଭିତରେ ଆପଣ ନିଜ ପାଇଁ ନେକ୍‌ ଡିଜାଇନ୍‌ ଖୋଜିବାକୁ ଦ୍ୱନ୍ଦ୍ୱରେ ପଡିଥାନ୍ତି । ତେବେ ଚାଲନ୍ତୁ ଆମେ କେତୋଟି ସିଲେକ୍ଟିଭ ଡିଜାଇନ୍‌ ବିଷୟରେ ଆପଣଙ୍କୁ ଜଣାଇବୁ, ଯାହା ବିଭିନ୍ନ ପ୍ରକାରର ଶରୀର ଉପରେ ଖୁବ୍‌ ଖାସ୍‌ ଲାଗିଥାଏ । ଯଦି ବ୍ଲାଉଜ୍‌ ଡିଜାଇନ୍‌ ଆପଣଙ୍କୁ ଫିଟ୍‌ ହୋଇଯାଏ, ତେବେ ଆପଣଙ୍କ ଲୁକ୍‌ ସହଜରେ ସମସ୍ତଙ୍କ ଆକର୍ଷିତ କରିପାରିବ ।

> ହାଇନେକ୍‌ ବ୍ଲାଉଜ୍‌ ହାଇନେକ୍‌ ବ୍ଲାଉଜ୍‌ ସମସ୍ତ ପ୍ରକାରର ମହିଳାଙ୍କୁ ଖୁବ୍‌ ମାନିଥାଏ । ହାଇନେକ୍‌ ପିନ୍ଧିବା ଦ୍ୱାରା ଆପଣଙ୍କ ବେକ୍‌ ପାଖ ଢାଙ୍କି ହେବା ସତ୍ତେ୍ୱ ହାଇଲାଇଟ୍‌ ହୋଇଥାଏ । ଏହି ବ୍ଲାଉଜ୍‌କୁ ଟିକେ ଷ୍ଟାଇଲିସ୍‌ କରିବା ପାଇଁ ହାଇନେକ୍‌ ଚାରିପଟେ ମିରର୍‌ ବା ଏମ୍ପ୍ରୋଡାରୀ କିମ୍ବା ଚୁମ୍‌କି ଫିଟ୍‌ ମଧ୍ୟ କରିପାରିବେ । ବ୍ଲାଉଜ୍‌ର ପଛପଟକୁ କୌଣସି ଡିଜାଇନ୍‌ ଦେଇପାରିବେ ।

> କି ହୋଲ୍‌ ନେକଲାଇନ୍‌ ବ୍ଲାଉଜ୍‌ର ସାମ୍‌ନା ପଟକୁ ଅଧିକ ଖୋଲା ନ ରଖି ଛୋଟ କି-ହୋଲ୍‌ ଡିଜାଇନ୍‌ ଦେଇପାରିବେ । ଏହା କେବଳ ଦେଖିବାକୁ ଭଲ ଲାଗି ନଥାଏ, ବରଂ ଟ୍ରେଣ୍ଡି ଲୁକ୍‌ ମଧ୍ୟ ଦେଇଥାଏ । ଅଫ୍‌ ସୋଡଜର୍‌ ବ୍ଲାଉଜ୍‌ ଯଦି ଆପଣ ନିଜର ସେକ୍ସି କଲର୍‌ବୋନ୍‌କୁ ଦେଖାଇବାକୁ ଚାହାନ୍ତି, ତେବେ ବ୍ଲାଉଜ୍‌କୁ ଅଫ୍‌ ସୋଲଡର୍‌ ଡିଜାଇନ୍‌ ଦିଅନ୍ତୁ । କିନ୍ତୁ ବ୍ଲାଉଜ୍‌ର ଫାବ୍ରିକ୍‌ ଭଲ ହେବା ଦରକାର । ନଚେତ୍‌ ଫିଟ୍‌ ହେବନାହିଁ । ଯଦି ବ୍ଲାଉଜ୍‌ ଢିଲା ରହେ, ତେବେ ମନ ପସନ୍ଦର ଲୁକ୍‌ ଆସି ନଥାଏ । ଏମିତି ବ୍ଲାଉଜ୍‌ ପାଇଁ ଷ୍ଟ୍ରେଚେବଲ୍‌ ଫାବ୍ରିକ୍‌ ନିଅନ୍ତୁ । ଏଭଳି ବ୍ଲାଉଜ୍‌କୁ ହାଇଲାଇଟ୍‌ କରିବା ପାଇଁ ଶାଢିକୁ ଆଧୁନିକ ଢାଞ୍ଚାରେ ପିନ୍ଧିପାରିବେ ।

>ହଲ୍‌ଟର ନେକ୍‌ କଲର୍‌ବୋନ୍‌କୁ ହାଇଲାଇଟ୍‌ କରିବା ପାଇଁ ହଲ୍‌ଟର ନେକ୍‌ ବ୍ଲାଉଜ୍‌ ଏକ ଭଲ ବିକଳ୍ପ । ଏଭଳି ବ୍ଲାଉଜ୍‌କୁ ଆପଣ କୌଣସି ଅଫିସ୍‌ ଇଭେଣ୍ଟ, ସାଙ୍ଗସାଥୀଙ୍କ ସହ ଆଉଟିଂ ବା ଡିନର୍‌ ଡେଟ୍‌ ପାଇଁ ମଧ୍ୟ ଯାଇପାରିବେ । ଏହି ଡିଜାଇନ୍‌ ପିନ୍ଧି ଆପଣ ଯେକୌଣସି ପାର୍ଟିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିପାରିବେ ।

>ସ୍କୋୟାର ନେକ୍‌ ଡିଜାଇନ୍‌ ବୋଟ, ହାଇ ଓ ରାଉଣ୍ଡ ନେକ୍‌ ପରେ ଯଦି କିଛି ନୂଆ କରିବାକୁ ଚାହାନ୍ତି, ତେବେ ସ୍କୋୟାର ଡିଜାଇନ୍‌ ମଧ୍ୟ କରିପାରିବେ । ଆପଣ ଚାହିଁଲେ ଏହି ବ୍ଲାଉଜ୍‌କୁ ଗ୍ରେସ୍‌ଫୁଲ୍‌ କରିବା ପାଇଁ ଚୁମ୍‌କି ଓ ମିରର ବ୍ୟବହାର କରିପାରିବେ । ଶିଫନ୍‌ ଶାଢି ସହ ଏମିତି ବ୍ଲାଉଜ୍‌ ପିନ୍ଧିଲେ ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ଲାଗିଥାଏ ।