ଚନ୍ଦାହାଣ୍ଡି , ୨୭।୧ :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମହକୁମା ସ୍ଥିତ ପାନାବେଡା ଜୁନିଏର ମହାବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟରେ  ଦୁର୍ନୀତି ଅଭିଯୋଗ କରି କଲେଜ ଗେଟ ସମ୍ମୁଖରେ ସଚେତନ ନାଗରିକ  ପକ୍ଷରୁ ଧାରଣା ଦିଆଯାଇଛି। ଧାରଣାସ୍ଥଳରେ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ଏବଂ ତହସିଲଦାର ସହଦେଵ କୁଟ୍ରୁକା ପହଞ୍ଚି ଥିଲେ l  ଉପଜିଲ୍ଲାପାଳ ତଥା କଲେଜ ସଭାପତି ଶ୍ରୀ ମିଶ୍ର ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।  ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ନବରଙ୍ଗପୁର ଏପିଡି ଘଟଣାର ତଦନ୍ତ କରି  ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ଲିଖିତ ଦେଇଥିଲେ ।  ଏଥି ସହ ଆଗକୁ ପିଲାଙ୍କପରୀକ୍ଷା ଥିବାରୁ ଆନ୍ଦୋଳନ ଦ୍ୱାରା ପାଠ ପଢାରେ ବ୍ୟାଘାତ ହେଉଥିବା ନେଇ ଆନ୍ଦୋଳନ କାରୀଙ୍କୁ ବୁଝେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। 

ପ୍ରକାଶ ଥାଉକି ଗତ ୧୮  ତାରିଖ ଠାରୁ ଚନ୍ଦାହାଣ୍ଡି ଆଞ୍ଚଳର କିଛି ସଚେତନ ନାଗରିକ ଏକ ଆଠ ଦଫା ଦାବି ନେଇ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା ଦେଉଥିଲେ ।ଏହି ଦାବି ଗୁଡିକ ମଧ୍ୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ରେ ୨୦୧୧ ଠାରୁ ଆଜି ପର୍ଯ୍ୟନ୍ତ  ସମସ୍ତ ଅନୁଦାନ ର ଆର୍ଥିକ ଉଚ୍ଚ ସ୍ତରୀୟ ତଦନ୍ତ  କରାଯିବା ସହ   ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ଦିଆ ଯାଇଥିବା  କର୍ମଚାରୀଙ୍କ ସଠିକ କାଗଜାତ ଯାଞ୍ଚ, ମହାବିଦ୍ୟାଳୟକୁ ବିଭିନ୍ନ ଭିତ୍ତିଭୂମି  ନିର୍ମାଣର ଅର୍ଥ ଅପବ୍ୟହାର ଆଦି ଦାବୀପତ୍ରରେ ଉଲ୍ଲେଖ ରହିଥିଲା l