କଟକ,୦୯/୦୭: ମରଣଯନ୍ତା ପାଲଟିଛି କଟକ ସିଡିଏ ରାସ୍ତା । ସାମାନ୍ୟ ବର୍ଷାରେ ଧୋଇଯାଉଛି ରାସ୍ତା । ହେଲେ ଏହାର ଦୀର୍ଘ ଦିନ ପର୍ଯ୍ୟନ୍ତ ହୋଇପାରୁନି ମରାମତି। ଆଉ ଏଭଳି ସ୍ଥିତିରେ କଟକ ସହରବାସୀଙ୍କୁ ମେୟର ସୁବାସ ସିଂ ଦେଖାଇଥିବା ୟୁରୋପ ସ୍ବପ୍ନକୁ ନେଇ ଅଭିନବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ସୁଭାଷ ସଂଗଠନ ।
ସଂଗଠନର ସଦସ୍ୟମାନେ ସିଡିଏ ସେକ୍ଟର ୧୦ରେ ହୋଇଥିବା ଏକ ଗାତରେ ପଶି ପ୍ରତିବାଦ ଜଣାଇଛନ୍ତି। କଟକ ମେୟରଙ୍କ ଅବଦାନ ସୁଡ଼ଙ୍ଗ ଓ ଆସନ୍ତୁ ସୁଡ଼ଙ୍ଗ ଦେଇ ୟୁରୋପ ଯିବା ଭଳି ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ସହରର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଛି। ସାଧାରଣ ଲୋକଙ୍କ ଅଭିଯୋଗ ସତ୍ତ୍ବେ ହୋଇପାରୁନି ଏହାର ସମାଧନ ।