ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ରାଜରାସ୍ତାରେ ହଠାତ୍‌ ବ୍ରେକ୍ ମାରିବା 'ଦାୟିତ୍ୱହୀନତା'; ଘରୁ ଗାଡ଼ି କାଢିବା ଆଗରୁ ଜାଣନ୍ତୁ ସୁପ୍ରିମକୋର୍ଟଙ୍କ ରାୟ

Published By : Ankita S | August 1, 2025 11:28 AM

ନୂଆଦିଲ୍ଲୀ,୦୧/୦୮: ବ୍ରେକ୍‌ ମାରିବା ବେଳେ ୧୦୦ ଥର ଭାବନ୍ତୁ । ରାଜରାସ୍ତାରେ ହଠାତ୍‌ ବ୍ରେକ୍ ମାରିଲେ ହୋଇପାରନ୍ତି ଦଣ୍ଡିତ । ଘରୁ ଗାଡ଼ି କାଢିଲେ କିଛି ନିଷ୍ପତ୍ତି ବିଷୟରେ ଭଲ ଭାବେ ଜାଣି ନିଅନ୍ତୁ । ଏ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ବିନା କୌଣସି ସଙ୍କେତ ଦେଇ ରାଜପଥରେ ଯଦି ଜଣେ କାର୍‌ ଚାଳକ ହଠାତ୍‌ ବ୍ରେକ୍‌ ମାରନ୍ତି ତେବେ ତାକୁ ଘୋର ଅବହେଳା ଭାବେ ବିବେଚନା କରାଯିବ । ଏଭଳି କ୍ଷେତ୍ରରେ ଯଦି ଦୁର୍ଘଟଣା ଘଟେ ତେବେ କାର୍‌ ଚାଳକଙ୍କୁ ଦାୟୀ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ସୁଧାଂଶୁ ଧୁଳିଆ ଓ ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ତାମିଲନାଡୁର କୋଏମ୍ବାଟୁରରେ ଘଟିଥିବା ଏକ ସଡକ ଦୁର୍ଘଟଣା ମାମଲାର ଶୁଣାଣି କରିବା ଅବସରରେ ଏହି ରାୟ ଦେଇଛନ୍ତି ।

୨୦୧୭ ଜାନୁଆରୀ ୭ରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଶିକାର ହୋଇ ଗୋଟିଏ ଗୋଡ ହରାଇଥିଲେ ଏସ୍‌ ମହମ୍ମଦ ହକିମ । ବାଇକରେ ଯାଉଥିବା ହକିମଙ୍କ ଆଗରେ ହଠାତ ଏକ କାର୍‌ ବ୍ରେକ ମାରିବାରୁ ହକିମ ପଛରୁ ଧକ୍କା ଦେଇ ତଳେ ପଡିଯାଇଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ବସ୍‌ ହକିମଙ୍କ ବାମ ଗୋଡ ଉପରେ ଚଢ଼ି ଯାଇଥିଲା । ଶୁଣାଣି ବେଳେ କାର୍‌ ଚାଳକ କହିଥିଲେ ତାଙ୍କ ଗର୍ଭବତୀ ପତ୍ନୀଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ସେ ବ୍ରେକ୍‌ ମାରିଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ ତାକୁ ଗ୍ରହଣ କରିନଥିଲେ । କହିଥିଲେ ଯେତେ ଜରୁରି ଥିଲେ ସୁଦ୍ଧା ପଛରୁ ଆସୁଥିବା ଗାଡିକୁ କୌଣସି ସଙ୍କେତ ନ ଦେଇ ରାସ୍ତା ଉପରେ ହଠାତ୍‌ ବ୍ରେକ ମାରିବା ବିପଜ୍ଜନକ ଓ ଦାୟିତ୍ୱହୀନତା । ଏହି ଘଟଣାରେ ସମ୍ପୃକ୍ତ ୩ ପକ୍ଷ (କାର ଚାଳକ, ବସ୍‌ ଡ୍ରାଇଭର ଓ ହକିମ)ଙ୍କୁ ଦାୟୀ କରିଥିଲେ ସର୍ବୋଚ୍ଚ ଅଦାଲତ । 

ଖଣ୍ଡପୀଠ କହିଥିଲେ ଏଥିରେ କାର୍‌ ଚାଳକଙ୍କ ୫୦ ପ୍ରତିଶତ ଭୁଲ ଥିଲା ବେଳେ ବସ୍‌ ଚାଳକଙ୍କର ୩୦ ପ୍ରତିଶତ ଓ ହକିମଙ୍କର ୨୦ ପ୍ରତିଶତ ଭୁଲ ରହିଛି । କାରଣ ହକିମ ଆଗରେ ଯାଉଥିବା ଗାଡିଠାରୁ ସର୍ବନିମ୍ନ ଦୂରତା ବଜାୟ ରଖି ନଥିଲେ ଏବଂ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା । ତେଣୁ ଏହି ଘଟଣାରେ ବୀମା କମ୍ପାନି ଠାରୁ ହକିମଙ୍କୁ ୧ କୋଟି ୧୪ ଲକ୍ଷ ଟଙ୍କା କ୍ଷତିପୂରଣ କରିବା କଥା । କିନ୍ତୁ ତାଙ୍କର ୨୦ ପ୍ରତିଶତ ଭୁଲ ଥିବାରୁ ହକିମଙ୍କୁ ୯୧ ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ମିଳିବ । କାର୍‌ ଓ ବସ୍‌ର ବୀମା କମ୍ପାନିଙ୍କୁ ୪ମାସ ଭିତରେ କ୍ଷତିପୂରଣ ରାଶି ହକିମଙ୍କୁ ପ୍ରଦାନ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.