ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଜାଫର ଏକ୍ସପ୍ରେସରେ BLA ଆତ୍ମଘାତୀ, ଯାତ୍ରୀଙ୍କୁ କରିଛନ୍ତି ମାନବ ଢାଲ: ନିଜେ ମରିବେ ପଛେ ଅନ୍ୟକୁ ମାରିବାକୁ ପ୍ରସ୍ତୁତ

Published By : Harapriya Biswal | March 12, 2025 3:38 PM

ନୂଆଦିଲ୍ଲୀ,୧୨।୩:  ଏବେ ବି ବଲୁଚ ଲିବରେସନ ଆର୍ମି କବଜାରେ ପାକିସ୍ତାନର ଜାଫର ଏକ୍ସପ୍ରେସ୍। ରାତିସାରା ଲଢେଇରେ ଏପର୍ଯ୍ୟନ୍ତ ଯାଇ ସାରିଲାଣି ୩୦ ରୁ ଅଧିକ ସୈନିକଙ୍କ ଜୀବନ। ପାକିସ୍ତାନ ସେନା ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଜାରି ରଖିଛି ରେସକ୍ୟୁ ଅପରେସନ୍। କିନ୍ତୁ ବିଏଲଏ ବିଦ୍ରୋହୀମାନେ ଯାତ୍ରୀଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଛନ୍ତି । ବନ୍ଧକଙ୍କ ଭିତରେ ନିଜର ସୁସାଇଡ୍ ବମର୍ସଙ୍କୁ ବସାଇ ରଖିଛି। ଯାହାଫଳରେ ସେନାକୁ ଅପରେସନ୍ କରିବାରେ ସମସ୍ୟା ହେଉଛି। ଖୁବ୍ ସତର୍କତାର ସହ ରେସକ୍ୟୁ ଅପରେସନ୍‌ କରିବାକୁ ପଡୁଛି।

ପାକିସ୍ତାନର ଜାଫର ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ମୁକ୍ତ କରିବା ନେଇ ଜାରି ରହିଛି ରେସକ୍ୟୁ ଅପରେସନ୍।  ବିଏଲ୍‌ଏ ବିଦ୍ରୋହୀଙ୍କ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ପାକିସ୍ତାନ ଆର୍ମି । କିନ୍ତୁ ଏବେ ଯାଏଁ କୌଣସି ରାସ୍ତା ବାହାରି ପାରିନି । କାରଣ ବିଏଲଏ ବିଦ୍ରୋହୀ ଟ୍ରେନ୍ ଭିତରେ ତାର ଆତ୍ମଘାତୀ ସୁଇସାଇଡ୍ ବମରଙ୍କୁ ଭର୍ତ୍ତି କରି ରଖିଛି । ଯାତ୍ରୀଙ୍କ ମଧ୍ୟରେ ଆତ୍ମଘାତୀ ବିଏଲଏ ଆର୍ମି ଜଗି ରହିଛନ୍ତି ।  ନିଜେ ମରିବେ ପଛେ ସେମାନେ ଯାତ୍ରୀଙ୍କୁ ମାରିବାକୁ ପ୍ରସ୍ତୁତ ରହିଛନ୍ତି।  ବର୍ତ୍ତମାନ ସୁଦ୍ଧା ପାକ୍ ସେନା ୧୫୫ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛି। ଏବେ ବି ୨୦୦ରୁ ଅଧିକ ଲୋକ ଅଛନ୍ତି ବନ୍ଧକ ।  ୨୭ରୁ ଅଧିକ ବିଦ୍ରୋହୀଙ୍କୁ ମାରିବାରେ ସଫଳ ହୋଇଛି । ଏହା  ଭିତରେ ବିଏଲଏ ଆର୍ମି ତାଙ୍କ ଦାବି ପୂରା କରିବା ପାଇଁ ପାକ୍ ସେନାକୁ ୪୮ଘଣ୍ଟାର ସମୟ ଦେଇଛି। ଏହା ସହ ପ୍ରତି ଘଣ୍ଟାରେ ୧୦ଜଣ ଯାତ୍ରୀଙ୍କୁ ମାରିବାର ଧମକ ଦେଇଛି । ପାକିସ୍ତାନ ଜେଲରେ ବନ୍ଦୀ ଥିବା ବଲୁଚ ନାଗରିକଙ୍କୁ ନଛାଡିଲେ ଏଭଳି ଦଶା ଭୋଗିବାକୁ ପଡିବ ବୋଲି କହିଛନ୍ତି ବିଏଲଏ।  ଯଦି ପାକିସ୍ତାନ ଆର୍ମି ଡ୍ରୋନ୍ ଆଟାକ କରେ କିମ୍ୱା ଗୁଳି ଚାଳନା ବନ୍ଦ ନକରେ ଯାତ୍ରୀଙ୍କୁ ହତ୍ୟା କରିଯିବ । 

ପାକିସ୍ତାନୀ ଗଣମାଧ୍ୟମର ସୁତ୍ର ଅନୁସାରେ ଏହାର ମାଷ୍ଟରମାଇଣ୍ଡ ଅଫଗାନିସ୍ତାନରେ ଅଛନ୍ତି। ସେମାନେ ସାଟେଲାଇଟ୍ ଫୋନ୍ ଜରିଆରେ ବିଏଲଏ ସହ ଆଲୋଚନା କରୁଛନ୍ତି। ବିଶେଷ ଭାବରେ ମହିଳା ଏବଂ ଶିଶୁଙ୍କୁ ସେମାନେ ଢାଲ କରିଛନ୍ତି। ସେପେଟ ପାକିସ୍ତାନ ରେଲଓ୍ବେ ଅଧିକାରୀ କହିଛନ୍ତି, କ୍ବେଟାରୁ ଦେଶର ଅନ୍ୟ ଭାଗକୁ ଯାଉଥିବା ବୋଲନ୍ ମେଲ ଓ ଜାଫର ଏକ୍ସପ୍ରେସ୍ ଆଗାମୀ ୩ ଦିନ ପାଇଁ ସସ୍‌ପେଣ୍ଡ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.