PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ସମ୍‌ ହସ୍ପିଟାଲର ୫ ଡାକ୍ତରଙ୍କୁ ‘ଟାଇମ୍ସ ହେଲ୍‌ଥ ଆଇକନ୍‌ ଆୱାର୍ଡ’

ଭୁବନେଶ୍ୱର,୨୯/୦୭(ବ୍ୟୁରୋ): ସ୍ୱାସ୍ଥ୍ୟସେବାରେ ଉତ୍କୃଷ୍ଟତା ପାଇଁ ସମ୍‌ ହସ୍ପିଟାଲକୁ ମିଳିଛି ସ୍ୱୀକୃତି । ପ୍ରମୁଖ ଇଂରାଜୀ ଦୈନିକ ଖବର କାଗଜ ଟାଇମ୍ସ ଅଫ୍‌ ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ଟାଇମ୍ସ ହେଲଥ୍‌ ଆଇକନ୍‌ ଆୱାର୍ଡ ମିଳିଛି ହସ୍ପିଟାଲର ୫ ଡାକ୍ତରଙ୍କୁ । ହେମାଟୋଲୋଜି ପାଇଁ ଡାକ୍ତର ରାଜେଶ ଭୋଳ, ପେଟ ଓ ଯକୃତ ବିଭାଗ ପାଇଁ ଡାକ୍ତର ମନୋଜ ସାହୁ, ନିଓନାଟୋଲୋଜି ପାଇଁ ଡାକ୍ତର ଜଗଦୀଶ ସାହୁ, ରେଡିଓଲୋଜି ପାଇଁ ଡାକ୍ତର ସତ୍ୟସୁନ୍ଦର ଗଜେନ୍ଦ୍ର, ଅଙ୍କୋଲୋଜି ପାଇଁ ସୌମ୍ୟ ସୁରଥ ପଣ୍ଡାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ଅବସରରେ ସୋଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ‘ସାର୍ଟିଫିକେଟ୍‌ ଅଫ୍‌ ଅନର’ ଟାଇମ୍ସ ହେଲଥ୍‌ ଆଇକନ୍‌ ଆୱାର୍ଡ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ପ୍ରଫେସର ନାୟକଙ୍କୁ ସମ୍ମାନିତ କରାଯାଇଛି । ପ୍ରଫେସର ନାୟକଙ୍କ ତରଫରୁ ଡାକ୍ତର ପ୍ରସନ୍ନ ପ୍ରଧାନ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ଦାସ ସମ୍ମାନ ପ୍ରଦାନ କରିବା ଅବସରରେ କହିଛନ୍ତି, ମାନସିକ ଚାପ ପାଇଁ ହିଁ ଏବେ ଆମେ ଅନେକ ରୋଗରେ ପଡୁଛେ । ତେବେ ଏହାକୁ ନିୟନ୍ତ୍ରଣ କରିବାକୁ କୌଣସି ଔଷଧ ନାହିଁ । ଆମର ସଂସ୍କୃତିରେ ହିଁ ଏହାର ଉପଚାର ରହିଛି । ଆମେ ସକାଳୁ ଉଠି ଭଜନ ଶୁଣିଲେ ଆଉ ଯୋଗ କଲେ ଦିନରେ ଚାପ କମ୍‌ ରହିଥାଏ । ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ସମସ୍ତଙ୍କ ଜୀବନରେ ମାନସିକ ଚାପ ରହିଛି । ତେବେ ଏହା ଦୁଇ ପ୍ରକାରର । ସକରାତ୍ମକ ଚିନ୍ତା ବା ଚାପରେ ସମାଜର ମଙ୍ଗଳ ହୋଇଥାଏ । ଗବେଷଣା କରି ନୂଆ ଉଦ୍ଭାବନ କରିବା ସମୟରେ ଅନେକ ଚାପ ଥାଏ ।

ସେହିଭଳି ନକରାତ୍ମକ ଚାପ ଯୋଗୁ ଅନେକ ରୋଗ ହୋଇଥାଏ । ଏବେ ଆମେ ସମୟକୁ ଠିକଣା ଭାବେ ପରିଚାଳନା କରିପାରୁନଥିବାରୁ ଚାପ ବଢୁଛି । ଚାପ ବଢିବାର ଆଉ ଏକ କାରଣ ହେଉଛି ଉଚ୍ଚଲକ୍ଷ୍ୟ । ଲକ୍ଷ୍ୟ ଆମର ଏତେ ବଡ଼ ହୋଇଥାଏ, ଯାହାକୁ ଆମେ ହାସଲ କରିବା ସମ୍ଭବ ହୋଇନଥାଏ । ତେଣୁ ଆମକୁ ଏମିତି ଲକ୍ଷ୍ୟ ଧାର୍ଯ୍ୟ କରିବା ଦରକାର ଯାହାକୁ ଆମେ ହାସଲ କରି ପାରିବା । ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟି (ସୋଆ) କୁଳପତି ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି, ଏବେ ଚାପ ଅଧିକ ନେଉଥିବାରୁ ଯୁବବର୍ଗ ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗରେ ପଡୁଛନ୍ତି । ତେଣୁ ଚାପ ନ ନେଇ ଆମେ ନିଜ ସକ୍ଷମତା ଅନୁସାରେ କାମ କରିବା ଦରକାର । ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାବାଦ୍‌ ଟାଇମ୍ସ ମେଡିପ୍ରିନିୟର କପଲ ଅଫ୍‌ ଦି ଇୟର ଆୱାର୍ଡ ପ୍ରଧାନ କରାଯାଇଛି ଅଶ୍ୱିନୀ ହସ୍ପିଟାଲର ଡାକ୍ତର ମାୟା ଗନ୍ତାୟତ ଓ ଡାକ୍ତର ସୁବ୍ରତ ଜେନାଙ୍କୁ । ଟାଇମ୍ସ ମେଡିପ୍ରିନିୟର ଅଫ୍‌ ଦି ଇୟର ମେଲ୍‌ ଆୱାର୍ଡ ବିବେକାନନ୍ଦ ହସ୍ପିଟାଲର ଶିବ ନାରାୟଣ ପତିଙ୍କୁ ଦିଆଯାଇଛି । ଟାଇମ୍ସ ଏଣ୍ଟରପ୍ରିନିୟର ଅଫ୍‌ ଦି ଇୟର ଫିମେଲ ଆୱାର୍ଡ ଦିଆଯାଇଛି ସାଲିନୀ କୋଥାକୋଣ୍ଡାଙ୍କୁ । ହୃଦ୍‌ ଇଣ୍ଟରଭେସନ୍‌ ପାଇଁ ଡାକ୍ତର ପ୍ରଶାନ୍ତ କୁମାର ସାହୁ, ଗାଇନିକ ଲାପ୍ରୋସ୍କୋପି ଆଣ୍ଡ ଇନ୍‌ଫର୍ଟିଲିଟି କ୍ଷେତ୍ରରେ ଡାକ୍ତର ଜିଏସଏସ୍‌ ମହାପାତ୍ର, ମଡର୍ଣ୍ଣ ସର୍ଜିକାଲ ଲାପ୍ରୋସ୍କୋପି କ୍ଷେତ୍ରରେ ଶକ୍ତି ପ୍ରସାଦ ସାହୁ, କ୍ଲିନିକାଲ ରେଡିଏସନ୍‌ ଅଙ୍କୋଲୋଜି କ୍ଷେତ୍ରରେ କ୍ଷୀତିଶ ଚନ୍ଦ୍ର ମିଶ୍ର, ଅର୍ଥୋଡୋଣ୍ଟିକ୍ସ ଓ ଡେଣ୍ଟାଲ ଇନ୍‌ପ୍ଲାଣ୍ଟ ପାଇଁ ଡାକ୍ତର ତୁଷାରକାନ୍ତ ନାୟକ, ପେନ୍‌ ମ୍ୟାନେଜମେଣ୍ଟ କ୍ଷେତ୍ର ପାଇଁ ଶୋଭନ ରଥ, ଆସଥେଟିକ୍‌ କସ୍ମେଟୋଲୋଜି ପାଇଁ ଲିତା ମହାପାତ୍ର, ଚକ୍ଷୁ କ୍ଷେତ୍ର ପାଇଁ ଏସ ଟି ମୁରଲିଧର, ମେଟୋବୋଲିକ୍‌ ଓ ବାରିଆଟିକ୍‌ ସର୍ଜରୀ ପାଇଁ ଶ୍ରୀଜୟ ପଟ୍ଟନାୟକ, ଡେଣ୍ଟାଲ ସାଇନ୍ସ ପାଇଁ ପି କେ ତ୍ରିପାଠୀ ଓ ମାନସୀ ତ୍ରିପାଠୀ ଓ ଓବେସିଟି ଓ ନ୍ୟୁଟ୍ରିସନ୍‌ ମ୍ୟାନେଜମେଣ୍ଟ ପାଇଁ ନଳିନୀକାନ୍ତ ମିଶ୍ରଙ୍କୁ ଟାଇମ୍ସ ହେଲଥ୍‌ ଆଇକନ୍‌ ଆୱାର୍ଡ ପ୍ରଦାନ କରାଯାଇଛି ।