ମେଷ : ଘାତବାର,ଏକାଦଶଚନ୍ଦ୍ର ଓ ମଙ୍ଗଳ,ରାହୁଉଭୟଙ୍କ ନକ୍ଷତ୍ରଭୋଗହେଉଥିବାରୁ ଅସମ୍ଭବକୁସମ୍ଭବକରିବାରେସମର୍ଥ ହେବେଏବଂସମସ୍ତ ଆଶା,ଆକାଂକ୍ଷା,ଅଭିଳାଷପୂର୍ଣ୍ଣହେବ । ଧନ,ସମ୍ପଦ ବୃଦ୍ଧିପାଇବଏବଂ ଆୟର ନୂତନ ମାର୍ଗଖୋଲିବ । ଆକସ୍ମିକ ଧନଲାଭ,କୌଣସିବିଶେଷସୂତ୍ରରୁ ଧନପ୍ରାପ୍ତିଏବଂ ଅନ୍ୟକୁଦେଇଥିବା ଧନ ଓ ହୃତଧନ ଫେରିପାଇବେ ।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେଆୟ ଅତିଉତ୍ତମହେବଏବଂ ନୂତନ ବ୍ୟବସାୟରସୁଯୋଗଜୁଟିବ ।କର୍ମରେସଫଳତା ଓ କର୍ମସ୍ଥାନରସମସ୍ତସୁବିଧାସୁଯୋଗହାସଲକରିବେ ।ଯେଉଁମାନଙ୍କର ଅଶ୍ୱିନୀ ଓ ଦ୍ୱିଜାମେଷ,ସେମାନେ ଉପକୃତହେବେ ।
ଶୁଭରଙ୍ଗ : ହଳଦିଆ,ସଂଖ୍ୟା : ୬,ଆରାଧନା : ମା’ଚଣ୍ଡୀ
ବୃଷ : ଦଶମଚନ୍ଦ୍ର ଓ ରାହୁଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛିମାତ୍ରାରେ ସମର୍ଥ ହେବେଏବଂ ହୃତଗୌରବ,ହୃତ ସମ୍ମାନ ପୁନଶ୍ଚ ଫେରିପାଇବେ । କର୍ମରେ ଉନ୍ନତି,କର୍ମ ପ୍ରତି ଏକାଗ୍ରତା, ଆନ୍ତରିକତା ବୃଦ୍ଧିପାଇବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ।ଚାଲିଚଳନ,ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତହେବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକସ୍ଥିତିରେ ସୁଧାର ଆସିବ ।କର୍ମରେ ସଫଳତା ଓ ସମସ୍ତକର୍ମ ଆପଣଙ୍କ ପାଇଁ ଆଜି ସହଜ ହେବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରାବୃଷ,ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ସିଲ୍ଭର,ସଂଖ୍ୟା : ୪,ଆରାଧନା : ମା’କମଳା
ମିଥୁନ : ଘାତଚନ୍ଦ୍ରଯୋଗୁ ମନରେ ଦୁଶ୍ଚିନ୍ତା,ଦୁର୍ଭାବନା, ହତୋତ୍ସାହଭାବ ପ୍ରକାଶ ପାଇବ ଏବଂ ଅପମାନ,ଅପଯଶ ଓ ଅପନିନ୍ଦା ମିଳିବ ।ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଅଯଥା ଖର୍ଚ୍ଚ,ବଦ୍ଖର୍ଚ୍ଚ, ପରିବାରର ଖର୍ଚ୍ଚଭାର ବୃଦ୍ଧିପାଇବ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକସ୍ଥିତି ପ୍ରଭାବିତ ହେବ ।କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଆର୍ଦ୍ରାମିଥୁନ,ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ମେରୁନ୍,ସଂଖ୍ୟା : ୮,ଆରାଧନା : ମା’ଛିନ୍ନମସ୍ତା
କର୍କଟ : ଅଷ୍ଟମଚନ୍ଦ୍ର ସକାଳ ୭ଟା ୫୬ ମିନିଟ୍ପରେ ରାହୁଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ବାଦବିବାଦ,ସ୍ୱାସ୍ଥ୍ୟ,ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣଏବଂ ଯାନାବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ମନରେ ଅସ୍ଥିରତା,ପରିବାରରେ ମନୋମାଳିନ୍ୟ,ସ୍ୱଜନରେ ବିବାଦ,ପଡ଼ୋଶୀଙ୍କ ସହ ତିକ୍ତତା,ଶାରୀରିକ ପୀଡ଼ା ଭୋଗିବେ । ମନ ଅସ୍ଥିର,ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ ତଥା ଚାଲିଚଳନ,ବ୍ୟବହାର,କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ଅଶ୍ଲେଷାକର୍କଟ,ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ଲାଲ,ସଂଖ୍ୟା : ୫,ଆରାଧନା : ମା’ସମଲେଶ୍ୱରୀ
ସିଂହ: ସପ୍ତମଚନ୍ଦ୍ରଯୋଗୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା,ପରିବାରରେ ମିତ୍ରତା,ଚାଲିଚଳନରେ ସଂଯମତା,ବଚନରେ ମଧୁରତା ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ଆମୋଦପ୍ରମୋଦ, ମଉଜମଜଲିସ୍ ଅଧିକ ଆଗ୍ରହ ରହିବ ଏବଂ ଦାମ୍ପତ୍ୟଜୀବନରେ ମଧୁରତା ଆସିବ । ପରିଚିତ ମହିଳାଙ୍କଠାରୁ ସାହାଯ୍ୟ,ସହଯୋଗ ଓ ଧନ ମିଳିବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁନୀସିଂହ,ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ଗୋଲାପି,ସଂଖ୍ୟା : ୩,ଆରାଧନା : ମା’ମାଣିକେଶ୍ୱରୀ
କନ୍ୟା : ଷଷ୍ଠଚନ୍ଦ୍ର,ରବିବାର ଓ ସକାଳ ୭ଟା ୫୬ ମିନିଟ୍ପରେରାହୁଙ୍କ ନକ୍ଷତ୍ରଭୋଗହେଉଥିବାରୁରୋଗ,ଋଣ,ଦୁଃଖ,ଶୋକ,କ୍ଳେଶ,ମାନସିକ ଅବସାଦରୁମୁକ୍ତିମିଳିବଏବଂଦେହ,ମନ ସୁସ୍ଥରହିବ ।ଶତ୍ରୁମାନେ ମିତ୍ରତାରହାତବଢ଼ାଇବେଏବଂଶତ୍ରୁମାନେ ବଶୀଭୂତହେବେ ।ପରୋପକାର,ସମାଜସେବା,ଧାର୍ମିକକର୍ମରେ ଅଧିକ ଆଗ୍ରହରହିବଏବଂସମସ୍ତ ଆଶା,ଆକାଂକ୍ଷା ଓ ଅଭିଳାଷପୂର୍ଣ୍ଣହେବ ।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେଆୟ ଅତିଉତ୍ତମହେବଏବଂକର୍ମରେସଫଳତା ଓ କର୍ମସ୍ଥାନରସମସ୍ତବାଧାବିଘ୍ନ ଦୂରହେବ ।ଯେଉଁମାନଙ୍କରଉତ୍ତରା ଫାଲ୍ଗୁନୀ ଓ ଚିତ୍ରାକନ୍ୟା,ସେମାନେ ଉପକୃତହେବେ ।
ଶୁଭରଙ୍ଗ : କଫି,ସଂଖ୍ୟା : ୧୨,ଆରାଧନା : ଭଗବାନ ବିଷ୍ଣୁ
ତୁଳା : କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ସକାଳ ୭ଟା ୫୬ ମିନିଟ୍ପରେ ଘାତ ନକ୍ଷତ୍ରଯୋଗୁ ମାନ,ସମ୍ମାନ ହାନି,ମାନସିକ ଦୁଶ୍ଚିନ୍ତା,ପରିବାରରେ ମନୋମାଳିନ୍ୟ,ସ୍ୱଜନରେ ବିବାଦ,ପଡ଼ୋଶୀଙ୍କ ସହ ତିକ୍ତତା,ଇତରଜନଠାରୁ ଅପମାନ ଅପାଇବେ । ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଏବଂ ପାରିବାରିକ ବିବାଦ ଉଗ୍ରରୂପ ଧାରଣ କରିବ ।ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ସେମାନଙ୍କ ଶିକ୍ଷା,ଦୀକ୍ଷା ଓ କର୍ମରେ ବାଧା ପହଞ୍ଚିବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର ସ୍ୱାତୀତୁଳା ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ନୀଳ,ସଂଖ୍ୟା : ୧୨,ଆରାଧନା : ପ୍ରଭୁଶ୍ରୀରାମ
ବିଛା : ଚତୁର୍ଥ ଚନ୍ଦ୍ର,ରବିବାର ଓ ମଙ୍ଗଳ,ରାହୁଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା,କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା,ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ନୂତନ କର୍ମାରମ୍ଭ,ବ୍ୟବସାୟ ଆରମ୍ଭ,ବିଦେଶ ଯାତ୍ରାର ସୁଯୋଗ ମିଳିବ ଏବଂ ଧନ,ସମ୍ପଦ ବୃଦ୍ଧିପାଇବ । ପୁରାତନ ବିବାଦ,ଜମିଜମା ବିବାଦର ସମାଧାନ ହେବ ଏବଂ ମାଲିମକଦ୍ଦମାରେ ବିଜୟ ହାସଲ କରିବେ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ ।ଯେଉଁମାନଙ୍କର ବିଶାଖା ଓ ଅନୁରାଧାବିଛା,ସେମାନେ ଉପକୃତ ହେବେ ।
ଶୁଭରଙ୍ଗ : ହଳଦିଆ,ସଂଖ୍ୟା : ୧୧,ଆରାଧନା : ପ୍ରଭୁହନୁମାନ
ଧନୁ : ତୃତୀୟଚନ୍ଦ୍ର,ରବିବାର,ମଙ୍ଗଳ,ରାହୁ ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ମନରେ ଉନ୍ନତ ଚିନ୍ତାଧାରା,ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ନୂତନ କର୍ମାରମ୍ଭ,ବ୍ୟବସାୟ ଆରମ୍ଭ,ବିଦେଶ ଯାତ୍ରାର ସୁଯୋ ଜୁଟିବ ଏବଂ ଆୟର ନୂତନ ମାର୍ଗ ଖୋଲା ରହିବ । ସ୍ୱଜନ,ପରିଜନ,ବନ୍ଧୁବାନ୍ଧବ,ସହକର୍ମୀ,ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ,ସହଯୋଗ ମିଳିବ ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହ,ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ ।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତକର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ,ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ଲାଲ,ସଂଖ୍ୟା : ୨,ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ
ମକର : କୃଷ୍ଣପକ୍ଷର ଦ୍ୱିତୀୟଚନ୍ଦ୍ରଯୋଗୁ ଧନକ୍ଷତି,ମାନସିକ ଅସ୍ଥିରତା,ପରିବାରରେ ମନୋମାଳିନ୍ୟ,ସ୍ୱଜନରେ ବିବାଦ,ପଡ଼ୋଶୀଙ୍କ ସହ ତିକ୍ତତା,ଶାରୀରିକପୀଡ଼ା ଭୋଗିବେ ।ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ ଏବଂ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ଅଯଥା ଖର୍ଚ୍ଚ,ବଦ୍ଖର୍ଚ୍ଚ,ବୃଦ୍ଧିପାଇବ ଏବଂ ଆର୍ଥିକସ୍ଥିତି ପ୍ରଭାବିତ ହେବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଶ୍ରବଣାମକର,ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ଇନ୍ଦ୍ରନୀଳ,ସଂଖ୍ୟା : ୩,ଆରାଧନା : ମା’ଦୁର୍ଗା
କୁମ୍ଭ : ଶ୍ରୀଚନ୍ଦ୍ରଯୋଗୁ ଧନ,ମାନ,ସମ୍ମାନ,ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି,ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ,ସୁବସନ ପ୍ରାପ୍ତିହେବ । ସ୍ୱଜନ, ପରିଜନଙ୍କ ସହ ସୁସମ୍ପର୍କ ଏବଂ ଚାଲିଚଳନ,ବ୍ୟବହାର,କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ । ଆମୋଦପ୍ରମୋଦ ଓ ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସ୍ୱର୍ଗୀୟସୁଖ ଅନୁଭୂତ ହେବ । ସୁଖବର,ସୁସମ୍ବାଦ ମିଳିବ ଏବଂ ସମସ୍ତକର୍ମରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବେ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ରକୁମ୍ଭ,ସେମାନେ ଉପକୃତ ହେବେ ।
ଶୁଭରଙ୍ଗ : କଳା,ସଂଖ୍ୟା : ୧୧,ଆରାଧନା : ମା’କାଳୀ
ମୀନ : ଘାତଚନ୍ଦ୍ରଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବଏବଂ ଆର୍ଥିକସ୍ଥିତି ବିଗିଡ଼ି ଯିବ । ଠିକ ସମୟରେଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ଗ୍ରହଣ କରିବେ । ଅଯଥା ଖର୍ଚ୍ଚ,ବୃଥା ଭ୍ରମଣ ଲାଗି ରହିବ ଏବଂ ସତ୍ସଙ୍ଗ ପରିତ୍ୟାଗ କରିକୁ ସଙ୍ଗରେ ପଡ଼ିବେ । ମନ ଅସ୍ଥିର,ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକପୀଡ଼ା ଭୋଗିବେ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ ।ଯେଉଁମାନଙ୍କର ରେବତୀମୀନ,ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ହଳଦିଆ,ସଂଖ୍ୟା : ୨,ଆରାଧନା : ମା’ତାରା
ଜ୍ୟୋତିର୍ବିଦ୍: କୈଳାସ ଦାଶ
ଫୋନ୍ :୯୪୩୭୧୩୩୪୭୩