ବେଗୁନିଆ ୦୨/୦୩(ଶିବପ୍ରସାଦ ଷଡ଼ଙ୍ଗୀ): ଓଡ଼ିଶାରେ ପ୍ରଥମଥର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଆରମ୍ଭ ହୋଇଛି ହରିତ ଶୈବାଳ ତଥା ସ୍ପିରୁଲିନା ଚାଷ । ଯାହାର ଚାହିଁଦା ବିଶ୍ୱ ବଜାରରେ ଢେର ଅଧିକା । ବିଶ୍ୱ ବଜାରକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଚାଷ କରିଛନ୍ତି ଜଣେ ଆଇଟି ପ୍ରଫେସନାଲ ପ୍ରବିତ୍ର ସାହୁ । ବେଗୁନିଆ ବ୍ଲକ୍ ଅଞ୍ଚଳର ଆଖୁପଦର ଗ୍ରାମରେ ପ୍ରାୟ ୫ ଏକର ଜାଗାରେ ଏହି ସ୍ପିରୁଲିନା ଚାଷ କରିଛନ୍ତି ପବିତ୍ର । ସ୍ପିରୁଲିନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ସୁପରଫୁଡ୍ ଭାବେ ପ୍ରମାଣିକୃତ କରିବା ପରେ ଏହାର ଚାହିଦା ବିଶେଷ କରି ପାଶ୍ଚାତ୍ୟ ଦେଶମାନଙ୍କରେ ଢେର ଅଧିକା । ତେବେ ଭାରତରେ ମଧ୍ୟ ଏହାର ଆବଶ୍ୟକ ଢେର ବଢିଗଲାଣି । ଯାହାକୁ ନେଇ ରାଜ୍ୟରେ ପ୍ରଥମ ଥର ପାଇଁ ଆଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ପଲ୍ଲୀ ହାଉସରେ ଏହି ସ୍ପିରୁଲିନା ଚାଷ କରିଛନ୍ତି ପବିତ୍ର ।
ମୁଖ୍ୟମନ୍ତ୍ରୀ କୃଷି କଲ୍ୟାଣ ଯୋଜନା ମାଧ୍ୟମରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଚାଷକୁ ଆପଣାଇଛନ୍ତି । କେବଳ ଚାଷ କରିନାହାନ୍ତି ଏଥିରୁ ନିଜସ୍ୱ ଲ୍ୟାବ୍ ମାଧ୍ୟମରେ ନିଜସ୍ୱ ମଦର କଲଚର ସଂଗ୍ରହ କରିଛନ୍ତି ଏବଂ ୧୮ଟି କୁଣ୍ଡରେ ଏହାକୁ ଚାଷ କରିଛନ୍ତି । ଏହାକୁ କ୍ୟାପସୁଲ, ପାଉଡ଼ର ଏବଂ ଟ୍ୟାବ୍ଲେଟ୍ ଭାବେ ନିଜସ୍ୱ କମ୍ପାନୀ ମାଧ୍ୟମରେ ପ୍ୟାକେଟ କରି ଦେଶ ତଥା ଅନ୍ତଜାର୍ତୀୟ ବଜାରରେ ବ୍ୟବସାୟ କରିବା ଆରମ୍ଭ କରିଛନ୍ତି । ଯାହାକୁ ସହଯୋଗର ହାତ ବଢାଇଛନ୍ତି ରାଜ୍ୟ ସରକାର । ପବିତ୍ରଙ୍କ କହିବା ଅନୁସାରେ, ୫ ଏକର ଯାଗାରେ ୧୮ଟି ପଲ୍ଲୀ ହାଉସ ମାଧ୍ୟମରେ କରାଯାଇଥିବା ଏହି ପ୍ରକଳ୍ପ ବାର୍ଷିକ ୭୫ ଟନ୍ ଅମଳର କ୍ଷମତା ରହିଥିବାବେଳେ ଏଥିରୁ ବାର୍ଷିକ ୧୦ରୁ ୧୫ଟନ୍ କ୍ୟାପସୁଲ ଏବଂ ଟ୍ୟାବ୍ଲେଟ ପ୍ରସ୍ତୁତ କରାଯାଉଛି । ଯାହାକୁ ଜାତୀୟ ତଥା ଅନ୍ତଜାର୍ତୀୟ ବଜାରରେ ବ୍ୟବସାୟ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ସ୍ପିରୁଲିନା ଚାଷ କରି ଲାଭବାନ ହୋଇଥିବା ପବିତ୍ର ସାହୁ କହିଛନ୍ତି ମୁଁ ଦେଶ ବାହାରେ ବହୁ ବର୍ଷ କାମ କରିଛି । ସେଠାରେ ବହୁତ ଲୋକ ସ୍ପିରୁଲିନା ଖାଉଥିଲେ ତେଣୁ ଏହାର ଚାହିଦା ଦେଖି ଆମ ରାଜ୍ୟରେ ଏହାକୁ ଚାଷ କରିବା ପାଇଁ ମନ ବଳେଇଥିଲି । ପ୍ରଥମେ ଏଥିରେ ଆଠ କୋଟି ଟଙ୍କା ବିନିଯୋଗ କରିଥିଲି କୁନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ଏଗାର କୋଟି ଟଙ୍କା ବିନିଯୋଗ କରିଛନ୍ତି । ଭାରତୀୟ ବଜାରରେ ସ୍ପିରୁଲିନା ଚାହିଦା ଗତ ପାଞ୍ଚରୁ ସାତ ବର୍ଷ ହେବ ବଢୁଛି । ଆମ ଦେଶରେ ୨୨ ରୁ ୨୩ଟି ବଡ଼ ବଡ଼ କମ୍ପାନୀ ସ୍ପିରୁଲିନା ବିକ୍ରି କରୁଛନ୍ତି କିନ୍ତୁ ସେମାନେ ଚାଷ କରୁନାହାନ୍ତି । ଆମେ ଏଠାରେ ସ୍ପିରୁଲିନା ଚାଷ କରୁଛୁ ଏବଂ ଭଲ ଗ୍ରେଡ୍ର ସ୍ପିରୁଲିନା ଉତ୍ପାଦନ କରି ବ୍ୟବସାୟ କରୁଛୁ ।
ସ୍ପିରୁଲିନା ଏକ ପ୍ରକାର ଶିଉଳି
ସେହିଭଳି ଏଠାରେ କାର୍ଯ୍ୟରତ ଆଗ୍ରା ବୈଜ୍ଞାନିକ ଅଭିଜିତ୍ ପାଣିଗ୍ରାହୀ କହିଛନ୍ତି ସ୍ପିରୁଲିନା ଗୋଟେ ପ୍ରକାର ଶିଉଳି । ଏହା ଅଲଗା ଶିଉଳିଠାରୁ ଭିନ୍ନ ଏହାକୁ ଆନ୍ତରୀକ୍ଷ ଖାଦ୍ୟ ବା ସୁପରଫୁଡ୍ର ମାନ୍ୟତା ମିଳିଛି । ଏଥିରେ ବହୁ ଉନ୍ନତମାନର ପୁଷ୍ଟିସାର ଖାଦ୍ୟ ରହିଛି ଯେମିତି କି ପ୍ରୋଟିନ, ଆଇରନର ପରିମାଣ ଅଧିକ ଅଛି । ଆମେରିକାର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନାସା ଏହାକୁ ସୁପରଫୁଡ୍ର ମାନ୍ୟତା ଦେଇଛି । ଏକ ଗ୍ରାମ ସ୍ପିରୁଲିନା ଏକ କେଜି ପରିବା ସହ ସମାନ । ସେହିପରି ବେଗୁନିଆ ବ୍ଲକ ସହକାରୀ କୃଷି ଅଧିକାରୀ ଶୁଭ୍ରନ କୁମାର ରାଉଳ କହିଛନ୍ତି ଆମ ଜିଲ୍ଲା ତଥା ରାଜ୍ୟରେ ଏହା ପ୍ରଥମ କରି ଚାଷ ହୋଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏହି ପ୍ରକଳ୍ପ କରାଯାଇଛି । ଏହି ପ୍ରକଳ୍ପରୁ ସ୍ପିରୁଲିନା ଟାବ୍ଲେଟ, କ୍ୟାପସୁଲ ଓ ପାଉଡର ପ୍ରସ୍ତୁତ କରୁଛନ୍ତି । ଏହା ମେଡ଼ିସିନ ନୁଁହ ଏହା ଏକ ସୁପରଫୁଡ୍ । ଏହା ଏକ ପ୍ରକାର ନୀଳ ହରିତ ଶୈବାଳ । ଗଛ ଯେମିତି ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼େ ଏବଂ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରେ ସେମିତି ସ୍ପିରୁଲିନା ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରେ ।(ଅଭିଜିତ୍ ପାଣିଗ୍ରାହୀ, ଆଗ୍ରା ବୈଜ୍ଞାନିକ)
ସାରା ବିଶ୍ୱରେ ପହଞ୍ଚିବ ଜିଲ୍ଲାରେ ପ୍ରସ୍ତୁତ ସ୍ପିରୁଲିନା
ଭାରତ ବଜାରରେ ସ୍ପିରୁଲିନା ବ୍ୟବସାୟବଢୁଥିବାବେଳେ ପବିତ୍ର ସାରା ବିଶ୍ୱରେସ୍ପିରୁଲିନା ବ୍ୟବସାୟ କରିବାକୁ ଲକ୍ଷ୍ୟରଖିଛନ୍ତି । ବିଶେଷ କରି ଅଷ୍ଟ୍ରେଲିଆଓ ୟୁରୋପୀୟ ଦେଶ ସହ କଥାବାର୍ତ୍ତାସରିଥିବାବେଳେ ଆଗକୁ ଆମେରିକାଭଳି ଦେଶକୁ ବ୍ୟବସାୟ କରିବାକୁ ଲକ୍ଷରଖିଛନ୍ତି । ଭାରତରେ ସ୍ପିରୁଲିନାର କିଲୋପ୍ରତି ଦର ୧୪୦୦ରୁ ୧୬୦୦ଟଙ୍କା ଥିବାବେଳେଆନ୍ତର୍ଜାତିକ ବଜାରରେ ଏହାର ଦର ୩ହଜାରରୁ ୭ ହଜାର ପର୍ଯ୍ୟନ୍ତ ରହିଛି । ଏହିସ୍ପିରୁଲିନାକୁ ବିଶେଷ କରି ସୁପରଫୁଡ୍ ଭାବେସବୁବର୍ଗର ଲୋକମାନେ ଖାଇପାରିବେ ।ନାସା ଏହାକୁ ପ୍ରଥମଥର ପାଇଁ ଅନ୍ତରୀକ୍ଷଯାତ୍ରୀମାନଙ୍କ ପାଇଁ ଦେବାର ବ୍ୟବସ୍ଥାକରିଥିଲା । ଶୈବାଳ ଯୁକ୍ତ ଖାଦ୍ୟ ସ୍ପିରୁଲିନାସମସ୍ତଙ୍କ ପାଇଁ ବେଶ୍ ଉପଯୋଗୀ ତଥାସମସ୍ତଙ୍କ ଅଭାବି ଭିଟାମିନ୍କୁ ପୂରଣ କରିବାରସହାୟକ ହେବ ବୋଲି କହିଛନ୍ତି ପବିତ୍ରସାହୁ । ପବିତ୍ରଙ୍କ ଏହି ଚାଷରେ ପାଖାପାଖି୩୨ ଜଣ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ୫ ଜଣ ଆଗ୍ରା ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି ।ବାର୍ଷିକ ୪ରୁ ୫ କୋଟି ଟଙ୍କାର ରୋଜଗାରଲକ୍ଷ୍ୟ ରଖିଥିବାବେଳେ ୨ରୁ ଅଢେଇକୋଟି ଲାଭ ହେବାର ଲକ୍ଷ୍ୟ ରଖାଯାଇଛି । (ଆଇଟି ପ୍ରଫେସନାଲ ପ୍ରବିତ୍ର ସାହୁ)