ଭୁବନେଶ୍ବର,୨୮/୧୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଶୁକ୍ରବାର ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ୩,୩୮୯, କାର୍ଯ୍ୟକ୍ରମ ବ୍ୟୟ ୧୩,୭୧୬, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧୭୧, ରାଜ୍ୟ ବଜେଟରୁ ସ୍ଥାନାନ୍ତର ୧୬୪ ମୋଟ୍ ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ମୋଟ୍ ୨୩୨୭କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ପିଏମ୍ -ପୋଷଣ ଅଧୀନରେ ୩୯୨କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିଭଳି ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ବାବଦକୁ ୩୦୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୨୦୭କୋଟି ଟଙ୍କାର ଅନୁଦାନ ଏବଂ ବେସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୨୧କୋଟି ଟଙ୍କାର ଅନୁଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (MM POSHAN) ପାଇଁ ୭୧ କୋଟି ଟଙ୍କାର ବ୍ୟବସ୍ଥା ରହିଛି । ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଣ ପାଇଁ ୫୧କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଛି । ପଞ୍ଚସଖା ଶିକ୍ଷା ସେତୁ ଯୋଜନା ପାଇଁ ୫୧କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ନିରୀକ୍ଷଣ ଅଧିକାରୀଙ୍କ ପ୍ରଶିକ୍ଷଣ ପାଇଁ ୪୭କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଛାତ୍ର ପରିଧାନ ଯୋଜନା ପାଇଁ ୧୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା PM- JANMAN ଅଧୀନରେ ୧୮୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯୋଗ୍ୟ ବେସରକାରୀ କଲେଜ ପାଇଁ ୯୮ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା ରହିଛି ।
ବେସରକାରୀ କଲେଜ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୫୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୂଚନା ଏବଂ ଇ-ଗଭର୍ଣାନ୍ସ ଅଧୀନରେ ୩୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସରକାରୀ କଲେଜ ପାଇଁ ୨୬କୋଟି ଟଙ୍କା ଆବଣ୍ଟନ କରାଯାଇଛି । ମହିଳାମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ନୂତନ ଯୋଜନା ଶକ୍ତିଶ୍ରୀ ଅଧୀନରେ ୧୫କୋଟି ଟଙ୍କା ଆବଣ୍ଟନ କରାଯାଇଛି । ବିଶ୍ବବ୍ୟାଙ୍କ ସହାୟତାରେ ଓଡ଼ିଶାରେ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ପାଇଁ ୧୩ କୋଟି ଟଙ୍କାର ବ୍ୟବସ୍ଥା । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଉଚ୍ଛତର ଶିକ୍ଷା ଅଭିଯାନ (RUSA) ଅଧୀନରେ ୯୦କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା PM-SETUଅଧୀନରେ ୪୨କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କ୍ରୀଡ଼ା ଓ ଖେଳ ପାଇଁ ୩୨କୋଟି ଟଙ୍କା ଅନୁଦାନ ଓ ସହାୟତା ଆକାରରେ ଆବଣ୍ଟନ କରାଯାଇଛି ।