ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍

Published By : Manash Sahoo | August 7, 2025 12:31 PM

ନୂଆଦିଲ୍ଲୀ, ୦୭/୦୮: ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ‘ସୁପ୍ରିମ୍’ ଶକ୍ତ ଝଟକା। ଜଷ୍ଟିସ୍‌ ବର୍ମାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଯାଞ୍ଚ କମିଟି ରିପୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ବାରା ତତ୍କାଳ ମହାଭିଯୋଗ ସୁପାରିସକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ ଜଷ୍ଟିସ୍ ବର୍ମା । ହେଲେ ସୁପ୍ରିମକୋର୍ଟ ଏହି ଚ୍ୟାଲେଞ୍ଜ ଆବେଦନକୁ ଖାରଜ୍ କରିଛନ୍ତି । ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ଏଜି ମସିହଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ୍ ବର୍ମାଙ୍କ ଆଚରଣ ବିଶ୍ବାସ ଯୋଗ୍ୟ ନୁହେଁ କହି ଅଦାଲତ ବିଚାର କରିବାକୁ ମନା କରି ଦେଇଛନ୍ତି ।

ସୂଚନାଥାଉକି, ମାର୍ଚ୍ଚ ୧୪ ତାରିଖ ହୋଲି ଦିନ ରାତି ପ୍ରାୟ ୧୧.୩୫ ସମୟରେ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ସେ ଦିଲ୍ଲୀ ବାହାରେ ଥିଲେ। ପରିବାର ସଦସ୍ୟମାନେ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିଥିଲା । ଏତିକି ବେଳେ ତାଙ୍କ ଘରୁ ବହୁ ପରିମାଣ ବିଡ଼ା ବିଡ଼ା ନୋଟ୍ ମିଳିଥିବାର ଅଭିଯୋଗ ଆସିଥିଲା । କୁହାଯାଉଛି, ଜଷ୍ଟିସ୍ ବର୍ମାଙ୍କ ଏକ କଠୋରୀରେ ନୋଟ୍ ଭର୍ତ୍ତି ହୋଇଥିଲା  । ଏହା ପରେ ମାର୍ଚ୍ଚ ୨୦ ତାରିଖରେ  ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା କଲେଜିୟମ ଡାକିଥିଲେ । ଏହି ବୈଠକରେ ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କୁ ବଦଳି ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଥିଲା । ଏହାସହିତ ଦିଲ୍ଲୀ ହାଇକୋର୍ଟଙ୍କୁ ମାମଲାର ଯାଞ୍ଚ ଭାର ଦିଆଯାଇଥିଲା । ତେବେ ଏହି ଯାଞ୍ଚ ରିପୋର୍ଟ ଆଧାରରେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ତତ୍କାଳ ନିଷ୍ପତ୍ତି ନିଆଯିବ । ହେଲେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି । ଦିଲ୍ଲୀ ଅଗ୍ନିଶମ ବିଭାଗର ମୁଖ୍ୟ ଅତୁଲ ଗର୍ଗ ଦାବି କରିଛନ୍ତି ଯେ ଜଷ୍ଟିସ୍ ଯଶଓ୍ବାନ୍ତ ବର୍ମାଙ୍କ ବାସଭବନରୁ ଅଗ୍ନିଶମ କର୍ମଚାରୀଙ୍କୁ କୌଣସି ନଗଦ ଟଙ୍କା ମିଳିନାହିଁ ।..

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.