ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ; 'ଯେଉଁ ହସ୍ପିଟାଲରୁ ପିଲା ଚୋରି ହେଉଛି ତୁରନ୍ତ ଲାଇସେନ୍ସ ସସ୍‌ପେଣ୍ଡ କର'

Published By : Ankita S | April 15, 2025 1:55 PM

ନୂଆଦିଲ୍ଲୀ,୧୪/୦୪:  ପିଲା ଚୋରି ହେଉଥିବା ହସ୍ପିଟାଲର ଲାଇସେନ୍ସ ସସ୍‌ପେଣ୍ଡ କର । ଯେଉଁ ହସ୍ପିଟାଲକୁ ନବଜାତକ ଚୋରି ହେଉଛନ୍ତି ତୁରନ୍ତ ଉକ୍ତ ଡାକ୍ତରଖାନାର ଲାଇସେନ୍ସ କ୍ୟାସଲ କର । ଉତ୍ତରପ୍ରଦେଶର ଏକ ପିଲାଚୋରି ମାମଲାର ଶୁଣାଣି କରି ଏହି ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଦିଲ୍ଲୀ ଏନସିଆରରେ ନବଜାତକ ତସ୍କରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ ସହ ଜଡିତ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି, ''ଯଦି କୌଣସି ହସ୍ପିଟାଲରୁ ନବଜାତକ ଚୋରି କରାଯାଉଛି ସର୍ବପ୍ରଥମେ ଉକ୍ତ ହସ୍ପିଟାଲର ଲାଇସେନ୍ସ ସସ୍‌ପେଣ୍ଡ ହେବା ଦରକାର । ରାଜ୍ୟ ସରକାର ଏପରି ମାମଲାକୁ ଗୁରୁତର ସହିତ ନିଅନ୍ତୁ । ''

ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ- ଉତ୍ତରପ୍ରଦେଶର ଏକ ପିଲା ଚୋରି ତସ୍କରୀ ମାମଲାର ଶୁଣାଣି କରି ଦିଲ୍ଲୀରେ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଥିବା କଥା କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦାୟର ହୋଇଥିବା ଯାଚିକା ଉପରେ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ୨୦୨୪ରେ ସେମାନଙ୍କୁ ଜାମିନ୍ ମିଳିଥିଲା । ବାରଣାସୀ ଏବଂ ଏହାର ନିକଟବର୍ତ୍ତୀ ହସ୍ପିଟାଲରେ ହୋଇଥିବା ପିଲା ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଆହ୍ଲାବାଦ ହାଇକୋର୍ଟ ୨୦୨୪ରେ ଜାମିନ୍ ଦେଇଥିଲେ । ଏହା ବିରୋଧରେ ଅପହୃତ ପିଲାର ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲା ଶୁଣାଣି କରି ଅଭିଯୁକ୍ତଙ୍କ ଜାମିନ୍ ଖାରଜ କରିଛନ୍ତି । ଯେଉଁ ହସ୍ପିଟାଲରୁ ପିଲା ଚୋରି ହେଉଛି ତୁରନ୍ତ ଲାଇସେନ୍ସ ସସ୍‌ପେଣ୍ଡ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ଏହା ସହିତ ୟୁପି ସରକରାଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

ବାପା ମାଆ ସତର୍କ ରୁହନ୍ତୁ- ଅନେକ ସମୟରେ ପିଲା ଚୋଲି ଘଟଣା ସାମ୍ନାକୁ ଆସୁଛି । ଏ ନେଇ ପିତାମାତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ହସ୍ପିଟାଲରେ ତାଙ୍କ ନବଜାତକର ସୁରକ୍ଷାକୁ ନେଇ ବାପାମାଆ ଅଧିକ ସତର୍କ ରୁହନ୍ତୁ ।

ନିଃସନ୍ତାନ ମାନେ ନୁହେଁ ଯେ ଅନ୍ୟଙ୍କ ପିଲା କିଣିନିଅ- ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କୋର୍ଟ କହିଛନ୍ତି, ''ଯଦି କୌଣସି ବାପାମାଆଙ୍କ ନବଜାତକର ମୃତ୍ୟୁ ହେଉଛି ତେବେ ତାଙ୍କୁ କଷ୍ଟ ଲାଗେ । ସେମାନେ ଭାବନ୍ତି ତାଙ୍କ ପିଲା ଇଶ୍ୱରଙ୍କ ପାଖକୁ ଚାଲିଗଲା । ମାତ୍ର ଯଦି ତାଙ୍କ ପିଲା ଚୋରି ହୋଇଯାଏ ତେବେ ତାଙ୍କ କଷ୍ଟର ଅନୁମାନ କରିହେବ ନାହିଁ । ନିଃସନ୍ତାନ ମାନେ ନୁହେଁ ଯେ ଅନ୍ୟ କାହା ପିଲାକୁ କିଣିନେବା ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.