ନୂଆଦିଲ୍ଲୀ,୨୯/୧୨; ବହୁଚର୍ଚ୍ଚିତ ଉତ୍ତରପ୍ରଦେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ଜାମିନ୍ ଆବେଦନ ଉପରେ ରୋକ ଲାଗିଛି । ହାଇକୋର୍ଟଙ୍କ ଜାମିନ୍ ଆଦେଶ ଉପରେ ସୁପ୍ରିମ୍ ରୋକ ଲାଗିଛି । ସିବିଆଇର ବିଜୟ ହୋଇଛି । କୁଳଦୀପ ସେଙ୍ଗରକୁ ମିଳିବନି ଜାମିନ । ଜେଲ୍ ହିଁ ରହିବ କୁଳଦୀବ । ସିଜେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାର ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ୨୦୧୭ରେ ଉନ୍ନାଓ ଦୁଷ୍କର୍ମ ମାମଲା ଦେଶରେ ଚହଳ ପକାଇଥିଲା ।

ଦିଲ୍ଲୀ ହାଇକୋର୍ଟ ରାୟ ବିରୋଧରେ ସିବିଆଇ ଯାଚିକା ଉପରେ ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁଳଦୀପ ସେଙ୍ଗରର ଦଣ୍ଡାଦେଶ ଦିଲ୍ଲୀ ହାଇକୋର୍ଟ ସସ୍‌ପେଣ୍ଡ କରିବା ସହିତ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ । ହେଲେ ସେ ଏବେ ଜେଲ୍‌ରେ ରହିବ । ସିବିଆଇ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ ସିବିଆଇ । ଦିଲ୍ଲୀ ହାଇକୋର୍ଟ ପ୍ରଦାନ କରିଥିବା ଜାମିନ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ ଯାହା କୁଳଦୀପକୁ ଝଟକା ଦେଇଛି । ଏହା ସହିତ ସେଙ୍ଗରକୁ ନୋଟିସ୍ ହୋଇଛି । ଦିଲ୍ଲୀ ହାଇକୋର୍ଟ ଦଣ୍ଡାଦେଶ ସସ୍‌ପେଣ୍ଡ କରିଥିଲେ ବି ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କ ହତ୍ୟା ମାମଲାରେ ସେଙ୍ଗର ଆଜୀବନ ସଜ୍ଜା କାଟୁଛି ।

ସୁପ୍ରିମକୋର୍ଟରେ କ'ଣ ହେଲା ? ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସିବିଆଇ ଦାଖଲ କରିଥିବା ଯାଚିକାର ଶୁଣାଣି କରିଥିଲେ । ସିବିଆଇର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଦେଇଥିଲେ ଯେ ଏହା ଏକ ଭୟଙ୍କର ମାମଲା ଯେଉଁଥିରେ ପୀଡିତା ଜଣେ ନାବାଳକ ଥିଲେ । ସେଙ୍ଗାରଙ୍କୁ IPCର ଧାରା ୩୭୬ ଏବଂ POCSO ଆଇନର ଧାରା ୫ ଏବଂ ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦ ବର୍ଷ କିମ୍ବା ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ହୋଇପାରେ, ବିଶେଷକରି ଯେତେବେଳେ ଅପରାଧୀ ପ୍ରଭାବଶାଳୀ ପଦବୀରେ ଥାଏ । ଜଣେ ବିଧାୟକ ହୋଇଥିବାରୁ, ସେଙ୍ଗାର ପଦବୀ'ରେ ଥିଲେ, ଯାହା ଏକ ଗୁରୁତର ଅପରାଧ । ହାଇକୋର୍ଟ ସେଙ୍ଗାରଙ୍କୁ 'ସାର୍ବଜନୀନ ସେବକ' ଭାବରେ ନ ଦର୍ଶାଇ ଭୁଲ କରିଛନ୍ତି। "

​​​​​​​ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ସିଜେଆଇ ଆଇନଗତ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ସିଜେଆଇ ପଚାରିଥିଲେ ଯେ, ପୀଡିତା ନାବାଳିକ ହେଲେ ସରକାରୀ କର୍ମଚାରୀର ଧାରଣା ଅପ୍ରାସଙ୍ଗିକ ହୋଇଯାଏ କି ? ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟ ଆଦେଶ ଉପରେ ଏକ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଲଗାଇଥିଲେ, ଯାହା ପ୍ରଭାବଶାଳୀ ଭାବରେ ସେଙ୍ଗାରଙ୍କ ଜାମିନକୁ ସ୍ଥଗିତ କରିଥିଲା ।

​​​​​​​ସୁପ୍ରିମକୋର୍ଟଙ୍କ ରହିତାଦେଶ ଉପରେ ପୀଡ଼ିତାଙ୍କ ମାଆ ସର୍ବୋଚ୍ଚ ନ୍ୟାୟଳାୟଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ''ମୋ ଝିଅକୁ ନ୍ୟାୟ ମିଳିବା ଦରକାର । ଜଣେ ସ୍ୱାମୀକୁ ହରାଇଥିବା ମହିଳାଙ୍କ ସହ ସୁପ୍ରିମକୋର୍ଟ ନ୍ୟାୟ କରିଛନ୍ତି । ସବୁ ଦୋଷୀଙ୍କୁ ଫାଶୀ ମିଳିବା ଦରକାର । ମୋ ସହିତ ଯେଉଁମାନେ ଭୁଲ କରିଥିଲେ ସୁପ୍ରିମକୋର୍ଟ ସେମାନଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ।''

​​​​​​​୨୦୧୭ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଳଦୀପ ସିଂହ ସେଙ୍ଗାରଙ୍କୁ ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିଥିବା ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଉପରେ କଂଗ୍ରେସ ନେତା ମୁମତାଜ ପଟେଲ କହିଛନ୍ତି, "ଆମେ ଏବେ ଆଶାବାଦୀ ଯେ ଉନ୍ନାଓ ପୀଡିତାଙ୍କୁ ନ୍ୟାୟ ମିଳିବ । କୁଲଦୀପ ସେଙ୍ଗାରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍ । ଏକ ନୂଆ ଆଇନ ଆସିବା ଉଚିତ୍ ଯେଉଁଥିରେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ।''