ସମ୍ବଲପୁର, ୧୩।୫ : ଆଲୋକରେ ଝଲସିବ ସହର। ସୁଉଚ୍ଚ ଓ ଆଖି ଖୋସିହେଲା ଭଳି ତିଆରି ହେବ ତୋରଣ। ଏଥର ଆକର୍ଷଣୀୟ ହେବ ବିଶ୍ବ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା। ସୋମବାର ମୁଖ୍ୟମନ୍ତ୍ରୀ ଅନୁଦାନ ରାଶି ଘୋଷଣା କରିବା ପରେ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା ବୈଠକ କରିଛନ୍ତି।
ସମ୍ବଲପୁର ସର୍କିଟ୍ ହାଉସରେ ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ, ଷଷ୍ଠୀ ସମୟରେ ତାପମାତ୍ରା ଅଧିକ ରହିବ। ତେଣୁ ଲୋକ କିଭଳି ସୁରୁଖୁରୁରେ ଦର୍ଶନ କରିବେ ତାର ସମସ୍ତ ବ୍ୟବସ୍ଥା କରାଯିବ। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ଖାଦ୍ୟ, ପାନୀୟ ଓ ଛାଇ ସୁବିଧା ଯୋଗାଇ ଦିଆଯିବ। ଏଥର ମାତା ପାର୍ବତୀଙ୍କ ପିତା ହେବାର ସୌଭାଗ୍ୟ ମିଳିଛି। ଝିଅ ପାର୍ବତୀଙ୍କୁ ଦେବ ଦେବ ମହାଦେବଙ୍କ ସହ ବାହା ଦେବାକୁ ପରମ ସୌଭାଗ୍ୟ ମନେ କରୁଛି। ବୈଠକରେ ଆରଡିସି, ଆଇଜି, ଜିଲ୍ଲାପାଳ, ଏସପି, ମହାନଗର ନିଗମ କମିଶନର ସମେତ ବହୁ ଅଧିକାରୀ ଏଥିରେ ସାମିଲ ଥିଲେ।
ଏହି କବରଟିକୁ ପଢନ୍ତୁ-ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ