ଖନ୍ତାପଡ଼ା,୧୪/୫ : ବାହାନଗା ବ୍ଲକ ପଥର ପେଣ୍ଠ ପଞ୍ଚାୟତ ଶିବପୁରା ୧୧ନଂ ଓ୍ବାର୍ଡ଼ରେ ଏକ ବିଲାତି ଚାଷ କିଆରୀରେ ଅଜଣା ବସ୍ତୁ ପଡ଼ିଥିବାର ଦେଖିବାକୁ ମିଳିଛି । ଘଟଣା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଖଗପତି ମହାଳିକଙ୍କ ବାଡ଼ିରେ ଆକାଶ ମାର୍ଗରୁ ଏକ ବେଲୁନରେ ତାର ସଂଯୋଗ ହୋଇ ଏକ ଅଜଣା ବସ୍ତୁ ପଡି଼ଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ।
ସଙ୍ଗେ ସଙ୍ଗେ ଖନ୍ତାପଡ଼ା ଥାନା ଓ ଜିଲ୍ଲା ପ୍ରଶାସନକୁ ଏ ନେଇ ଅବଗତ କରାଇଥିଲେ। ଖବରପାଇ ୯ଟା ସମୟରେ ଖନ୍ତାପଡ଼ା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସ୍ଥିତିର ସମୀକ୍ଷା କରୁଛନ୍ତି। ଖବର ଲେଖା ହେବା ବେଳକୁ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିବାବେଳେ ଅଂଚଳରେ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ବସ୍ତୁଟି କିପରି ଭାବେ କେଉଁଠାରୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।