ମାଲକାନଗିରି,୧୧/୬(ଆପ୍ର): ମାଲକାନଗିରି ଜିଲ୍ଲାର ୧୪ ବର୍ଷରୁ ୩୫ ବର୍ଷ ପର୍ଯ୍ୟନ୍ତ ଯୁବ ଗୋଷ୍ଟୀଙ୍କୁ ନେଇ ସନ୍ତରଣ ପ୍ରଶିକ୍ଷଣ ଜିଲ୍ଲା ପ୍ରଶାସନ ଓ ଓଡ୍ରାପ ଟିମ ପକ୍ଷରୁ ଅନୁଷ୍ଠିତ ହୋଇଛି।
ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇ ଏହି ସନ୍ତରଣ ତାଲିମ ପାଣି ସହ ଲଢ଼ିବାର କୌଶଳ ଶିଖାଇବା ସହିତ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଅଭ୍ୟାସ ମାଧ୍ୟମରେ ଅତିକ୍ରମ କରିବାର ସାହସ ଯୋଗାଇ ଦେବ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ରାଜସ୍ୱ ସହାୟକ କୁନା ନାୟକ ସମସ୍ତଙ୍କୁ ସ୍ୱାଗତ କରି ସପ୍ତ ଦିବସ ସନ୍ତରଣ ତାଲିମ ଓସଡମା ସହାୟତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ୱାରା ସଫଳତାର ସହିତ ଚାଲି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୦ଟି ବ୍ୟାଚରେ ୨୭୦ ଜଣ ପିଲାଙ୍କୁ ତାଲିମ୍ ପ୍ରଦାନ କରି ୱାଟର ସ୍ମାର୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ସକାଳେ ଯୁବ ଗୋଷ୍ଟିଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବଣ୍ଡାବାକୁଲିଗୁଡା ପୁଷ୍କରଣୀରେ ସନ୍ତରଣ ପ୍ରଶିକ୍ଷଣ ଓଡ୍ରାପ ଟିମଙ୍କ ଦ୍ୱାରା ଦିଆଯାଇଥିଲା ।