ନୂଆଦିଲ୍ଲୀ : ସିରିଆରେ କ୍ଷମତା ବଦଳିବା ପରେ ୫୦ ବର୍ଷ ଧରି ଶାସନ କରି ଆସୁଥିବା ଅସଦ ପରିବାରର ପାଳି ଶେଷ ହୋଇଛି। ବଶର ଅଲ ଅସଦ ପଳାୟନ କରି ରୁଷ୍‌ରେ ଲୁଚି ଯାଇଛନ୍ତି। ଏବେ ଏହା ମଧ୍ୟ ସାମନାକୁ ଆସୁଛି କି ବଶର ଅଲ୍ ଅସଦଙ୍କ ସରକାରରେ ସିରିଆର ଲୋକଙ୍କ ଉପରେ କେଉଁ ପ୍ରକାରର ଆତଙ୍କର ବାଦଲ ଘୋଟି ରହିଥିଲା। ଏହି ମଧ୍ୟରେ ଦାବି କରି ଯାଉଛି କି, ଅସଦ ଡ୍ରଗ୍ସରୁ ଖୁବ୍‌ ଆୟ କରୁଥିଲେ ଏବଂ ଏହାର ବ୍ୟବହାର ସେ ନିଜର ସଉକ୍‌ ପୂରା କରିବା ପାଇଁ ମଧ୍ୟ କରୁଥିଲେ। ବିଦ୍ରୋହୀ ଗ୍ରୁପ୍‌ର ହାତରେ ଗରିବଙ୍କ କୋକିନ କୁହାଯାଉ ଥିବା କାପ୍ଟାଗନର ବଡ଼ ଷ୍ଟକ୍‌ ହାତରେ ଲାଗିଛି। 

ସିରିଆର ବିଦ୍ରୋହୀ ସଙ୍ଗଠନ ହୟାତ ତହରୀର ଅଲ ଶାମ୍‌ (ଏଚଟିଏସ) ମିଲିଟାରୀ କ୍ୟାମ୍ପରରୁ ବହୁ ମାତ୍ରାରେ କେପ୍ଟାଗନ ଜବତ କରିଛି। ଏହି ଡ୍ରଗ୍‌ର ରପ୍ତାନୀ ବହୁ ମାତ୍ରାରେ ସିରିଆରେ କରାଯାଉ ଥିଲା। କେପ୍ଚାନଗନରୁ ହିଁ ପ୍ରତି ବର୍ଷ ଅସଦଙ୍କର ସରକାର ୫ ବିଲିୟନ ଡଲାରର ଆୟ କରୁ ଥିଲେ। ଚିକିତ୍ସିକୀୟ ଆବଶ୍ୟକତା ପାଇଁ ଏହି ଡ୍ରଗର ଆବଶ୍ୟକତା ପଡ଼ିଥାଏ, କିନ୍ତୁ ଏତେ ପରିମାଣରେ ନୁହେଁ। ଏହାର ବ୍ୟବହାର ଶସ୍ତା ମାଦକଦ୍ରବ୍ୟ ଭାବେ କରାଯାଉ ଥିଲା। 

ଇସ୍ରାଏଲର ୱେବସାଇଟ୍‌ ବାୟନେଟ୍‌ ରିପୋର୍ଟରେ ଦାବି କରିଛି କି, ହମାସର ଯୋଦ୍ଧାଙ୍କ ପାଖରେ ମଧ୍ୟ କେପ୍ଟାଗମ ଡ୍ରଗ୍‌ ମିଳିଛି। ଏହି ଡ୍ରଗ୍‌ ସିରିଆରୁ ହିଁ ହମାସ ଓ ହିଜବୁଲ୍ଲାକୁ ମିଳୁଥିଲା। ଏସବୁ କାମ ବଶର ଅଲ୍‌ ଅସଦଙ୍କ ଭାଇ ମାହେର ଅସଦ ଦେଖୁ ଥିଲେ। କେପ୍ଟାଗନ ଉତ୍ତେଜକ ଔଷଦ ଯାହାର ଉତ୍ପାଦନ ସିରିଆରେ ମଧ୍ୟ ବହୁ ମାତ୍ରାରେ ହେଉ ଥିଲା। ଏହି ଡ୍ରଗ୍‌କୁ ଦକ୍ଷିଣ ଆମେରିକା ଓ ମେକ୍ସିକୋରେ ମଧ୍ୟ ପଠାଯାଉ ଥିଲା। ଏହି ଡ୍ରଗ୍‌ସରେ ହିଜବୁଲ୍ଲା, ହମାସ , ଅସଦଙ୍କ ପରିବାର ଓ ସିରିଆର ସେନା ମଧ୍ୟ ଖୁବ୍‌ ଆୟ କରୁ ଥିଲା।

ରିପୋର୍ଟ ମୁତାବିକ,ବିଶ୍ୱର ୮୦ରୁ ୯୦ ପ୍ରତିଶତ କେପ୍ଟାଗନ ସିରିଆରେ ହିଁ ତିଆରି ହୁଏ। ଅସଦଙ୍କ ପାଖରେ ଏକ ସେନାର ଡିଭିଜନ ମଧ୍ୟ ଥିଲା, ଯାହାର ନାଁ ହିଁ କେପ୍ଟାଗମ ଡିଭିଜନ ଥିଲା। ଜାର୍ଡନ ଭଳି ପଡୋଶୀ ଦେଶ ଏହି ଡ୍ରଗ୍ ଉତ୍ପାଦନ ବିରୋଧରେ ଥିଲା ଏବଂ ସେ ଏହାର ଉତ୍ପାଦନ ରୋକିବାକୁ ଅନେକ ଚେଷ୍ଟା କରିଛି। ଏହି କାରଣରୁ ବିବାଦ ବ୍ୟାପି ଥିଲା। କହି ରଖୁଛୁ କି, କେପ୍ଟାଗନ ଔଷଧର ଏକ ପୁରୁଣା ଫର୍ମୂଲାରୁ ନିର୍ମିତ ଏକ ଡ୍ରଗ୍‌। ଜର୍ମାନୀରେ ଏହାର ଉତ୍ପାଦନ ୧୯୬୦ର ପାଖାପାଖି ହିଁ ଆରମ୍ଭ ହୋଇଥିଲା। ଏଥିରେ ଏମ୍ପେଟାମାଇନ ଓ ମେଥାଂଫେଟାମାଇନର ବ୍ୟବହାର କରାଯାଏ।

ପୂର୍ବରୁ ଏହି ଔଷଧର ବ୍ୟବହାର ଏଡିଏଚଡି ଓ ସ୍ଲିପିଂ ଡିସଅର୍ଡର ନାର୍କୋଲେପ୍ସି ପାଇଁ କରାଯାଉ ଥିଲା। ଏହି ଡ୍ରଗ୍‌ ଦ୍ୱାରା ମସ୍ତିଷ୍କରେ   ଡୋପାମିନ ବଢିଯାଏ ଏବଂ ଏଥିରେ ଲୋକଙ୍କୁ ଭଲ ଅନୁଭବ ହୁଏ। ଏହା ବ୍ୟତୀତ ଏହା ଆଡିକ୍ଟ କରି ଦିଏ। ଏଥିରେ କିଛି ସମୟ ପାଇଁ କାମ କରିବାର କ୍ଷମତା ମଧ୍ୟ ବଢିଯାଏ । ମୋଟାମୋଟି ଭାବେ ଏବାକୁ ଏନର୍ଜି ବୁଷ୍ଟର କହି ପାରିବା। ହେଲେ ଏହାର ବ୍ୟବହାରରେ ଲୋକେ ଆଡିକ୍ଟେଡ୍‌ ହୋଇ ଯାନ୍ତି। ନିଶା ପାଇଁ ଏହାର ବ୍ୟବହାର କରନ୍ତି।