ମୁମ୍ବାଇ, ୦୯/୦୩: ଟିମ୍ ଇଣ୍ଡିଆକୁ ତୃତୀୟ ଟାଇଟଲ୍ । ବ୍ୟାକ୍ ଟୁ ବ୍ୟାକ୍ ଚମ୍ପିଆନ୍ ଭାରତ । ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ହିରୋ ହୋଇଥିଲେ ଯଶପ୍ରୀତ ବୁମରା, ସଞ୍ଜୁ ସାମସନ, ଇଷାନ କିଶାନ, ଅଭିଷେକ୍ ଶର୍ମା ଏବଂ ଅକ୍ଷର ପଟେଲ୍ । ବୁମରା ଆଇସିସି ଟି-ଟ୍ବେଣ୍ଟି ଫାଇନାଲରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେ ୪ ଓଭର ବୋଲିଂ କରି ମାତ୍ର ୧୫ ରନ ଖର୍ଚ୍ଚ କରି ୪ଟି ୱିକେଟ୍ ନେଇଥିଲେ । ଯାହା ତାଙ୍କ ଟି-ଟ୍ବେଣ୍ଟି କ୍ୟାରିୟରରେ ଗୋଟିଏ ମ୍ୟାଚରେ ସର୍ବାଧିକ ଓ୍ବିକେଟ୍ ଅକ୍ତିଆର କରିବା । ସେହିପରି ସଞ୍ଜୁ ସାମସନ ବିଶ୍ବକପର ସୁପର-୮, ସେମିଫାଇନାଲ୍ ଏବଂ ଫାଇନାଲରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ରେକର୍ଡ କରିବା ସହିତ ଟିମ୍ ଇଣ୍ଡିଆକୁ ବିଜୟ ଟୀକା ପିନ୍ଧାଇଛନ୍ତି । ଅନ୍ୟପଟେ ବିଶ୍ବକପ ଫାଇନାଲ୍ ମ୍ୟାଚରେ ଅଭିଷେକ୍ ଶର୍ମା ଏବଂ ଇଷାନ କିଶାନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେହିଭଳି ଉପ-ଅଧିନାୟକ ଅକ୍ଷର ପଟେଲ୍ ମଧ୍ୟ ତିନୋଟି ଓ୍ବିକେଟ୍ ନେଇଥିଲେ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତୀୟ ଦଳ ଫିଲ୍ଡିଂରେ ସାମାନ୍ୟ ଝୁଣ୍ଟି ଥିଲେ ମଧ୍ୟରେ ମୋଟାମୋଟି ଭାବେ ଚମତ୍କାର ପ୍ରଦର୍ଶନ କରିଛି । ତେବେ ଫିଲ୍ଡିଂକୁ ନେଇ ଗ୍ରାଉଣ୍ଡରେ ଖେଳାଳିଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଛି । ଫିଲ୍ଡଂରେ କିଏ ଭଲ ପ୍ରଦର୍ଶନ କରିବ ତାକୁ ନେଇ ପ୍ରତିଦ୍ବନ୍ଦ୍ବିତା ହୋଇଛି । ଏହି ପ୍ରତିଯୋଗୀତା କେବଳ କିଛି ଟଙ୍କା ପାଇଁ । ଟିମ୍ ଇଣ୍ଡିଆ ମାତ୍ର ୧୦ ହଜାର ଟଙ୍କା ପାଇଁ ଖେଳାଳିଙ୍କ ମଧ୍ୟରେ ମୁକାବିଲା ।

୧୦ ହଜାର ଟଙ୍କା ପାଇଁ ମୁକାବିଲା:

ବିସିସିଆଇ ତଥ୍ୟ କହୁଛି, ଭାରତୀୟ ଖେଳାଳିଙ୍କୁ କୋଟି କୋଟି ଟଙ୍କା ମିଳୁଛି । ଗୋଟିଏ ମ୍ୟାଚ୍ ପିଛା ସେମାନଙ୍କୁ ଲକ୍ଷାଧିକ ଟଙ୍କା ମିଳିଥାଏ । ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଏହା ପରେ ବି ଭାରତୀୟ ଦଳରେ ମାତ୍ର ୧୦ ହଜାର ଟଙ୍କା ପାଇଁ ଖେଳାଳିଙ୍କ ଭିତରେ ମୁକାବିଲା ହେଉଛି । ଏହା ଆମେ କହୁନାହୁଁ ବରଂ ବରିଷ୍ଠ ଖେଳ ସାମ୍ବାଦିକ ବିମଲ କୁମାର ନିଜ ରିପୋର୍ଟରେ ପ୍ରକାଶ କରିଛନ୍ତି । ସେ ଟିମ୍ ଇଣ୍ଡିଆର ଫିଲ୍ଡିଂ ଏବଂ ଫିଲ୍ଡିଂ କୋଚଙ୍କ ବିଷୟରେ ଆଲୋଚନା କରିଛନ୍ତି ଯେ ୧୦ ହଜାର ଟଙ୍କା ପାଇଁ ଖେଳାଳିଙ୍କ ମଧ୍ୟରେ କିଭଳି ପ୍ରତିଯୋଗୀତା ଲାଗୁଛି । ମ୍ୟାଚରେ ଯିଏ ସର୍ବଶ୍ରେଷ୍ଠ କ୍ଷେତ୍ର ରକ୍ଷଣ କରିବ, ତାଙ୍କୁ ଏହି ଅର୍ଥ ରାଶି ମିଳୁଛି ।

​​​​​​​

ସିନିୟର ରିପୋର୍ଟ ବିମଲ କୁମାର କହିଛନ୍ତି, ଭାରତୀୟ ଦଳ ଫିଲ୍ଡିଂ କୋଚ୍ ଟି. ଦିଲ୍ଲୀପ୍ ପ୍ରତି ମ୍ୟାଚରେ ସର୍ବଶ୍ରେଷ୍ଠ ଫିଲ୍ଡିଂ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରି ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି । ସେ ଆହୁରି ମଧ୍ୟ କହିଥଛନ୍ତି, ଟିମ୍ ଇଣ୍ଡିଆ ଖେଳାଳି ମାନେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ୧୦ ହଜାର କିମ୍ବା ୨୦ ହଜାର ବଡ଼ କଥା ନୁହେଁ । ହେଲେ ଟି. ଦିଲ୍ଲୀପଙ୍କ ହାତରୁ ସେହି ୧୦ ହଜାର ଟଙ୍କା ପାଇବା ପାଇଁ ଅଭ୍ୟାସ ସମୟରେ ପ୍ଲେୟାର ମାନେ ମୁକାବିଲା କରିଥାନ୍ତି । ଫିଲ୍ଡିଂ କୋଚ୍ ଏହି ଟଙ୍କାକୁ ଏକ ବନ୍ଦ ଲଫାପାରେ ଦେଇଥାନ୍ତି । ଟି-ଟ୍ବେଣ୍ଟି ବିଶ୍ବକପରେ ଏହି ଅର୍ଥ ରାଶି ଇଷାନ କିଶାନ, ଅକ୍ଷର ପଟେଲଙ୍କ ମିଳିଛି । ଅନ୍ୟପଟେ ଉନ୍ନତ ମାନର ଫିଲ୍ଡିଂ ପାଇଁ ଟିମ୍ ମ୍ୟାନେଜମେଣ୍ଟ ଏହି ପ୍ରୟାସ କରୁଛି ।   

 ​​​​​​​