ଚେନ୍ନା,୪।୫: ତାମିଲନାଡୁ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ। ମୁଖ୍ୟମନ୍ତ୍ରୀ ଓ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍ ମଧ୍ୟ ନିଜ ଆସନ ବଞ୍ଚାଇ ପାରିନାହାଁନ୍ତି। ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁଙ୍କଠାରୁ କୋଲାଥୁରରୁ ହାରି ଯାଇଛନ୍ତି। ଭିଏସ୍ ବାବୁଙ୍କୁ ୬୪ ହଜାରରୁ ଅଧିକ ଭୋଟ୍ ମିଳିଛି, ସେଭଳି ଷ୍ଟାଲିନ୍ ପ୍ରାୟ ସାଢେ ୭ ହଜାର ଭୋଟ୍‌ ପଛରେ ରହି ଯାଇଛନ୍ତି। ଏହି ସିଟ୍ ତାଙ୍କର ସବୁଠାରୁ ମଜବୁତ ଗଡ ବୋଲି କୁହାଯାଉଥିଲା। ସେଠାରୁ ଷ୍ଟାଲିନ୍ ୨୦୧୧, ୨୦୧୬ ଓ ୨୦୨୧ ରେ ଲଗାତାର ଜିତି ଆସୁଥିଲେ। ଏଥର ବିଜୟଙ୍କ ପାର୍ଟି ଟିଭିକେର ପ୍ରାର୍ଥୀ ଓ ତାଙ୍କର ପୁରୁଣା ସହଯୋଗୀ ଭିଏସ୍ ବାବୁ ଷ୍ଟାଲିନ୍‌ଙ୍କୁ ହରାଇଛନ୍ତି।

ଭିଏସ୍ ବାବୁ ପୂର୍ବରୁ ଡିଏମକେରେ ଥିଲେ ଓ ୨୦୧୧ ରେ କୋଲଥୁର ଆସନରେ ଷ୍ଟାଲିନଙ୍କ ନିର୍ବାଚନ ପ୍ରଭାରୀ ରହି ସାରିଛନ୍ତି। ପରେ ସେ ପାର୍ଟି ଛାଡି ଏଆଇଏଡିଏମକେକୁ ଯାଇଥିଲେ। ତା ପରେ ୭ ଫେବୃଆରୀ ୨୦୨୬ ରେ ଟିଭିକେରେ ସାମିଲ ହୋଇଥିଲେ। ସେଠାରୁ ନିର୍ବାଚନ ଲଢି ଏହି ବିଡ ବିଜୟ ହାସଲ କରିଛନ୍ତି।

ତାମିଲନାଡୁରେ ଶାସନ ବିରୋଧୀ ଲହର ଏତେ ତୀବ୍ର ଥିଲା ଯେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତାଙ୍କ ଆସନ ବଜାୟ ରଖିପାରିଲେ ନାହିଁ। ସେ କୁଲାଥୁର ବିଧାନସଭା ଆସନରୁ ଷ୍ଟାଲିନ୍‌ଙ୍କ ପରାଜୟ ଏହାର ବଡ଼ ଉଦାହରଣ। ଏପର୍ଯ୍ୟନ୍ତ ବିଜୟଙ୍କ ଦଳ ୧୦୩ ଆସନରେ ଆଗୁଆ ଅଛି। ଡିଏମକେ ନେତୃତ୍ୱାଧୀନ ମେଣ୍ଟ ୭୪ ଆସନରେ ଆଗୁଆ ଅଛି। ଏଆଇଏଡିଏମକେ ନେତୃତ୍ୱାଧୀନ ଏନଡିଏ ୫୪ ଆସନ ସହିତ ତୃତୀୟ ସ୍ଥାନରେ ଅଛି।

ଆହୁରି ପଢନ୍ତୁ : ବଙ୍ଗଳାରେ ବିଜେପିର ବିଜୟ ଖୁସିରେ କାନ୍ଦି ପକାଇଲେ କୈଳାଶ ବିଜୟବର୍ଗୀୟ, କହିଲେ- ମୋ ନାଁରେ ମିଛରେ ଦୁଷ୍କର୍ମ ଓ ଚାଇଲ୍ଡ ଟ୍ରାଫିକିଂ...