ପ୍ରମୁଖ ଖବର
  • ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ
  • ||
  • ବିନିକା: ଦୁଇ ବାଇକ୍ ମୁହାଁମୁହିଁଁ ଧକ୍କା, ଜଣେ ମୃତ, ୨ ଗୁୁରୁତର
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟର ଲ' ଅଫିସ୍‌ର ମାନଙ୍କର ଡେଲି ଓ ରିଟେଲ୍‌ ଫି ରେ ୫୦ ପ୍ରତିଶତ ବୃଦ୍ଧି
  • ||
  • ରାଜ୍ୟର ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଉପକୃତ ହେବେ ୧୨ ହଜାରରୁ ଅଧିକ ଗଣଶିକ୍ଷକ
  • ||
  • ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ EDର ଚଢ଼ାଉ, ଏକାକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ଅଜଣା ଗାଡି ଧକ୍କା ବାଇକ ଚାଳକଙ୍କ ଚଲିଗଲା ଜୀବନ, ଅଞ୍ଚଳବାସୀଙ୍କ ରାସ୍ତାରୋକ୍
  • ||
  • ଶୁକ୍ରବାର ସନ୍ଧ୍ୟା ୭ଟାରୁ ସୂର୍ଯ୍ୟମନ୍ଦିର ପରିଦର୍ଶନ ବନ୍ଦ, ଅକ୍ଟୋବର ୩୧ ପର୍ଯ୍ୟନ୍ତ ଭ୍ରମଣ ସମୟ ପରିବର୍ତ୍ତନ
  • ||
  • ଲୋକସଭା ପ୍ରାର୍ଥୀ ଚୟନ ନେଇ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସମ୍ଭାବ୍ୟ ପ୍ରଥମ ପ୍ରାର୍ଥୀ ତାଲିକାରେ ଏହି ନେତାଙ୍କ ନାଁ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ରୋମାଞ୍ଚକର ବିଜୟ, ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ୨୫ ରନ୍‌ରେ ହରାଇଲା
  • ||
  • ଭଞ୍ଜବିହାର ଗସ୍ତ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ସମାବର୍ତ୍ତନ ଉତ୍ସବରେ ଦେବେ ଉଦ୍‌ବୋଧନ
  • ||
  • ଏନ୍‌ଟିସିଏରେ କଲରାପତରିଆ ବାଘର ତଥ୍ୟ ଚିନ୍ତାଜନକ, ଓଡ଼ିଶାରୁ ୧୯୨ କଲରାପତରିଆ ଉଭାନ୍
  • ||
  • ଶୁକ୍ରବାର ବରମୁଣ୍ଡା ବସ୍‌ ଟର୍ମିନାଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ: ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ
  • ||
  • ରାଜ୍ୟରେ ପୁଣି ବଢ଼ିଲା ତାତି, ମାଲକାନଗିରିରେ ସର୍ବାଧିକ ୩୭ଡିଗ୍ରୀ: ଆସନ୍ତା ୩ରୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କମାଲ କଲେ ଆଦିବାସୀ ଝିଅ ତପସ୍ଵିନୀ: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଥରକରେ ହେଲେ ଉତ୍ତୀର୍ଣ୍ଣ

ରାୟଗଡ଼ା ୭/୧୦(ଆପ୍ର): - ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ କାଙ୍କୁବାଡ଼ି ପଞ୍ଚାୟତ ମଣ୍ଡାପାଇ ଗ୍ରାମର ଆଦିବାସୀ ଝିଅ ତପସ୍ଵିନୀ କୁଟୃକା ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଥରରେ ଉତ୍ତୀର୍ଣ୍ଣ ହୋଇ ସେ ଏହି କମାଲ କରିଛନ୍ତି। ଏହି ପରୀକ୍ଷାରେ ତପସ୍ଵିନୀ ୩୭୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ତପସ୍ଵିନୀ ୟୁନିଅନ ବ୍ୟାଙ୍କ ରାୟଗଡ଼ା-୧ ନମ୍ବର ଶାଖାରେ କିରାଣୀ ଭାବରେ କାର୍ଯ୍ୟରତ ଅଛନ୍ତି। ୨୬ ବର୍ଷ ବୟସର ତପସ୍ଵିନୀ ୨୦୧୯ ମସିହାରେ ଓପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ହେଲେ ବ୍ୟାଙ୍କ ଚାକିରୀ ମିଳିବା ପରେ ଦୁଇ ବର୍ଷ ବିଳମ୍ବ ହୋଇଥିବା ସୂଚନା ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବାପା ଅଙ୍ଗଦ କୁଟୃକା ଓ ମା ଙ୍କୁ ଶ୍ରେୟ ଦେଇଛନ୍ତି। ସର୍ବଦା ପିତା-ମାତାଙ୍କ ପ୍ରେରଣା ତାଙ୍କୁ ସଫଳତା ପ୍ରଦାନ କରିଥିବା ସେ ପ୍ରକାଶ କରିଛନ୍ତି। ତାଙ୍କର ବାପା ଅଙ୍ଗଦ କୁଟ୍ରୁକା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ସୂଚନା ଯୋଗ୍ୟ ଯେ, ତପସ୍ଵିନୀ ଜଣେ ମେଧାବୀ ଛାତ୍ରୀ ରହିଥିଲେ। ବିଷମକଟକ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରେ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ.ଏସସି (ଜୁଲୋଜି)ରେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ବ୍ୟାଙ୍କ ଚାକିରୀ ପାଇ କାର୍ଯ୍ୟରତ ଥିଲେ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.