• ଏ ସମୟରେ ବାଂଲାଦେଶ ରାଜନୀତି ସରଗରମ

  • ଜାୟମା ରେହମାନଙ୍କୁ ନେଇ ଖୁବ୍ ଚର୍ଚ୍ଚା

  • ପୂର୍ବତନ ରାଷ୍ଟ୍ରପତି ଜିୟାଉର ରେହମାନଙ୍କ ନାତୁଣୀ ଜାୟମା

ଢାକା : ବାଂଲାଦେଶର ରାଜନୀତିରେ ଜିୟା ପରିବାରର ୪ର୍ଥ ପିଢିର ପ୍ରବେଶକୁ ନେଇ ଚର୍ଚ୍ଚା ଜୋରଦାର। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର କାର୍ଯ୍ୟବାହକ ଅଧ୍ୟକ୍ଷ ତାରିକ୍ ରେହମାନଙ୍କ ଏକମାତ୍ର ଝିଅ ବାରିଷ୍ଟର ଜାୟମା ରେହମାନ, ଏବେ ସକ୍ରିୟ ରାଜନୀତିରେ ପାଦ ରଖିବାକୁ ପ୍ରସ୍ତୁତ ହେଉଛନ୍ତି। ୧୭ ବର୍ଷ ଲଣ୍ଡନରେ ନିର୍ବାସନର ଜୀବନ ବିତାଇବା ପରେ ୨୫ ଡିସେମ୍ୱରରେ ପିତାଙ୍କ ସହ ଦେଶକୁ ଫେରିଥିବା ଜାୟମା ଫେସବୁକ୍ ପୋଷ୍ଟ ଓ ପାର୍ଟି ମିଟିଂରେ ନିଜର ଇଚ୍ଛା ବ୍ୟକ୍ତି କରିଛନ୍ତି ଯେ, ସେ ବାଂଲାଦେଶର ପୁନର୍ନିର୍ମାଣରେ ଯୋଗଦାନ ଦେବାକୁ ଚାହାନ୍ତି ଏବଂ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ଦେଶକୁ ବୁଝିବାକୁ ଚାହାନ୍ତି।

ଏହାସହ ମଧ୍ୟ ପଢନ୍ତୁ :  ଖାଲିଦା ଜିୟାଙ୍କ ପୁଅଙ୍କ ବାଂଲାଦେଶ ଫେରିବା ନେଇ ବିବାଦ , ଶେଖ ହସିନାଙ୍କ ପାର୍ଟି ଖୋଲିଲା ‘ଗୁପ୍ତ ଡିଲ୍’ର ପୋଲ୍

ଜାୟମା ରେହମାନଙ୍କର ଜନ୍ମ ୨୬ ଅକ୍ଟୋବର ୧୯୯୫ରେ ହୋଇଥିଲା। ସେ ପୂର୍ବତନ ରାଷ୍ଟ୍ରପତି ଜିୟାଉର ରେହମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟାଙ୍କ ନାତୁଣୀ। ପିଲାଦିନ ଢାକାରେ ବିତିଥିଲା , କିନ୍ତୁ ୨୦୦୮ରେ ଯେବେ ତାରିକ୍ ରେହମାନ ଚିକିତ୍ସା ଓ ରାଜନୀତିକ କାରଣରୁ ଲଣ୍ଡନ ଚାଲିଗଲେ , ସେତେବେଳେ ୧୩ ବର୍ଷର ଜାୟମା ମଧ୍ୟ ମାଆ ଡା. ଜୁବାଇଦା ରେହମାନଙ୍କ ସହ ସେଠାକୁ ଚାଲିଗଲେ। ଲଣ୍ଡନରେ କ୍ୱିନ ମେରି ୟୁନିଭର୍ସିଟିରୁ ଆଇନ ଡିଗ୍ରୀ ପଢିଲେ ଏବଂ ଲିଙ୍କନ୍ସ ଇନ୍ରୁ ବାରିଷ୍ଟର ହୋଇଛନ୍ତି। ଆଇନ ପ୍ରାକ୍ଟିସ୍ ସହ ସେ ଲୋକଙ୍କ ସହ କାମ କରି ସହାନୁଭୂତି , ସଚ୍ଚୋଟତା ଓ ନ୍ୟାୟକୁ ବିକଶିତ କରିଛନ୍ତି।

 

ମୁଁ କେବେ ନିଜର ମୋ ଦେଶର ଦେଖାଶୁଣା କରିବାରେ ଭୁଲି ନାହିଁ, ଏହି ଲାଇନ୍ ଜାୟମା ନିକଟରେ ତାଙ୍କର ଏକ ଫେସବୁକ୍ ପୋଷ୍ଟରେ ଲେଖିଥିଲେ। ଜାୟମା ନିଜର ପୋଷ୍ଟରେ ନିଜର ଜେଜେମା ତଥା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦାଙ୍କୁ ସ୍ନେହରେ ଡାଡୁ କହି ମନେପକାଇଛନ୍ତି। କହି ରଖୁଛୁ କି , ଜାୟମା ଏବେସୁଦ୍ଧା ନା କୌଣସି ଆନୁଷ୍ଠାନିକ ପାର୍ଟି ପଦଭାର ଗ୍ରହଣ କରିଛନ୍ତି ନା ହିଁ କେବେ ନିର୍ବାଚନ ଲଢିଛନ୍ତି। ଗତ ୧୭ ବର୍ଷରେ ତାଙ୍କ ଜୀବନ ମୁଖ୍ୟତଃ ଲଣ୍ଡନରେ ତାଙ୍କର ଆଇନଗତ ପେଶାରେ ଜଡ଼ିତ ରହିଛନ୍ତି।

 

ଅନ୍ୟପଟେ ତାରିକ୍ ରେହମାନଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନରେ ହଜାର ହଜାର ସମର୍ଥକ ଢାକାର ସଡ଼କରେ ଭିଡ଼ ଜମାଇ ଥିଲେ। ଏହା ଏକ ରାଜନୀତିକ ଶକ୍ତି ପ୍ରଦର୍ଶନ ମଧ୍ୟ ଥିଲା। ହେଲେ , ଜାୟମା ରେହମାନଙ୍କ ଏଣ୍ଟ୍ରି ଅପେକ୍ଷାକୃତ ଶାନ୍ତ ରହିଛି। ସେ ନିଜର ମାଆ ଜୁବୈଦା ରେହମାନଙ୍କ ସହ ଗୁରୁବାର ଗୁଲସନ ଆଭେନ୍ୟୁର ୧୯୬ ନମ୍ୱର ଆବାସରେ ପହଞ୍ଚି ଥିଲେ। ରାଜନୀତିକ ମଞ୍ଚରେ ଆଲୋକ ଯଦି ତାରିକ ରେହମାନଙ୍କ ଉପରେ ଥିଲା , କିନ୍ତୁ ଲଣ୍ଡନରୁ ଢାକା ଯାଏ ଯାତ୍ରାର ଫଟୋ ଭାଇରାଲ ହେବା ସହ ଜାୟମା ରେହମାନ ମଧ୍ୟ ଦେଶର ରାଜନୀତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।