ଲହୁଣୀପଡ଼ା, ୧୧।୨ ( ଆପ୍ର ) : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଧୀନ ଏକ ବିଦ୍ୟାଳୟରେ ଜଣେ ଛାତ୍ରୀକୁ ଶିକ୍ଷକ ଧର୍ଷଣ କରିଥିବା ଅଭିଯୋଗ ହୋଇଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳଳୟର ସାହିତ୍ୟ ଶିକ୍ଷକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୁଲିସ ସାହିତ୍ୟ ଶିକ୍ଷକ ତାପସ କୁମାର ବଢ଼େଇକୁ ଗିରଫ କରିଛି।

ବିଦ୍ୟାଳୟ କାମରେ ଆଧାର ବର୍ତ୍ତମାନ ଦରକାର ପଡୁଛି। ଉକ୍ତ ଛାତ୍ରୀଙ୍କ ଆଧାର କାର୍ଡ ରେ କୌଣସି ତ୍ରୁଟି ଥିଲା । ଏହାକୁ ସଂଶୋଧନ କରିବା ବାହାନାରେ ସାହିତ୍ୟ ଶିକ୍ଷକ ତାପସ ଛାତ୍ରୀଙ୍କୁ ବାଇକରେ ବସାଇ ବଣାଇଁ ଆଣୁଥିଲେ। ଫେରିବା ବେଳେ ସୁଅରପାଲି ଗ୍ରାମରେ ଥିବା ନିଜ ଘରକୁ ନେଇ ଧର୍ଷଣ କରୁଥିଲେ । ଆଧାର ସଂଶୋଧନ କରିବା ବାହାନାରେ ଏପରି ଚାରି ଚାରି ଥର ଧର୍ଷଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରି ଶିକ୍ଷକ ତାପସକୁ ଗିରଫ କରିଛି।

ଆହୁରି ପଢନ୍ତୁ : ଘରେ ପଶିଲା ବସ୍, ମହିଳା ଆହତ