ନୂଆଦିଲ୍ଲୀ: କଥାରେ ଅଛି କାହା ହାଣ୍ଡିରେ କିଏ ଚାଉଳ ପକାଇବ ତାହା ଉପରବାଲା ଜାଣିଛି । କିଏ କାହାକୁ ଜୀବନସାଥୀ କରିବା ତାହା ଉପରୁ ଠିକ୍ ହୋଇଛି । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାରର ବେଗୁସରାଇରେ । ଯେଉଁଠାରେ ଜଣେ ଯୁବକ କିନ୍ନରଙ୍କୁ ପ୍ରେମ ବିବାହ କରିଛନ୍ତି । ବାପା ଜଣେ ଶିକ୍ଷକ ହୋଇଥିବାବେଳେ ସମାଜର ନିନ୍ଦା ଅପବାଦକୁ ପଛରେ ପକାଇ ନିଜର ପ୍ରେମକୁ ଶେଷରେ ବିବାହର ରୂପ ଦେଇଛନ୍ତି । ତେବେ ଏହି ପ୍ରେମ କାହାଣୀ ଏବେ ସବୁଠି ପାଲଟିଛି ଚର୍ଚ୍ଚାର ବିଷୟ ।

ଭଗବାନପୁର ଥାନା ସଞ୍ଜତ ଗାଁର ସରକାରୀ ଶିକ୍ଷକ ଅର୍ଜୁନ ଠାକୁରଙ୍କ ପୁଅ ବିକାଶ । ଯାହାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ନିଜର ପ୍ରେମ କାହାଣୀ ସମ୍ପର୍କରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ୨୦୨୨ ମସିହାରେ ଘନଶ୍ୟାମ ସାହାଣୀ ବା ଟ୍ରାନ୍ସଜେଣ୍ଡର ସୁଶୀଳାଙ୍କ ସହ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଭେଟ ହୋଇଥିଲା । ବିକାଶ ଏକ ଡ୍ୟାନ୍ସ ଗ୍ରୁପରେ କାମ କରୁଥିବାବେଳେ କାର୍ଯ୍ୟକ୍ରମରେ ଭେଟ ହୋଇଥିଲେ ।

ପ୍ରଥମ ଦେଖାରେ ସେମାନ ବନ୍ଧୁ ହୋଇଥିବାବେଳେ ନମ୍ବର ଦିଆନିଆ କରିଥିଲେ । ବିକାଶ ସୁଶିଳାଙ୍କ ସହ କଥା ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିଥିଲା । ପରିବାର ଲୋକେ ଯେତେବେଳେ ଏହି ଖବର ପାଇଲେ ସେମାନେ ଏହାକୁ ବିରୋଧ କରିଥିଲେ । ତଥାପି ସବୁକୁ ପଛରେ ପକାଇ ଶେଷରେ ୨୦୨୩ ମସିହାରେ ଉଭୟ କୋର୍ଟ ମ୍ୟାରେଜ କରିଥିଲେ । ପ୍ରଥମେ ଯଦିଓ ପରିବାର ଏହାକୁ ବିରୋଧ କରିଥିଲେ କିନ୍ତୁ ପରେ ସେମାନେ ଏହାକୁ ସମର୍ଥନ କରିବା ଆରମ୍ଭ କରିଥିଲେ । ଆଉ ବୈଦିକ ରୀତିରେ ବିବାହ ହୋଇଥିଲା । ୧୭ ଏପ୍ରିଲରେ ସେମାନଙ୍କ ହାତଗଣ୍ଠି ପଡ଼ିଥିଲା । ଆଉ ଏବେ ଉଭୟ ବେଶ ଖୁସିରେ ଚଳୁଛନ୍ତି ।

ଉଭୟଙ୍କ ବିବାହ ପରର ବହୁ ଫଟୋ ଭିଡିଓସବୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାବେଳେ ଏହା ଭାଇରାଲ ହେବାରେ ଲାଗିଛି । ଅନେକ ତାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିବାବେଳେ ବୈବାହିକ ଜୀବନ ପାଇଁ ଶୁଭେଚ୍ଛା ଜଣାଉଛନ୍ତି । ବିକାଶ କହିଛନ୍ତି କି, ସମାଜରେ ଯିଏ ଯାହା ବି କହୁ ମୁଁ କାହା କଥା ଶୁଣେନି । ପ୍ରେମ କରିଥିଲି ମନ ଦେଖି, ମୋ ପସନ୍ଦରେ ବାହା ହୋଇଛି । ପ୍ରେମ କରିଥିଲି ଧୋକା ଦେଇନି ।

ଏହାସହ ପଢ଼ନ୍ତୁ : Karisma Kapoor Blockbuster Films: କରିସ୍ମାଙ୍କ ହିଟ୍ ଫିଲ୍ମ: ଜନ୍ମଦିନରେ ଜାଣନ୍ତୁ ସର୍ବାଧିକ ରୋଜଗାର କରିଥିବା ୫ ଫିଲ୍ମ