ଭୁବନେଶ୍ବର, ୧୧/୧୨: ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମୁକାବିଲା । ସଂଧ୍ୟା ୭ଟାରୁ ପଞ୍ଜାବର ନ୍ୟୁ-ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳା।ଯିବ ଏହି ମ୍ୟାଚ୍ । ତେବେ ଟିମ୍ ଇଣ୍ଡିଆ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବ ଭ୍ରମଣକାରୀ ସାଉଥ୍ ଆଫ୍ରିକା । ଏପଟେ ଭାରତୀୟ ଦଳ ପୂର୍ବ ମ୍ୟାଚର ସମାନ ଚୂଡ଼ାନ୍ତ ଏକାଦଶ ସହିତ ପଡ଼ିଆକୁ ଓହ୍ଲାଇବ । ସପେଟେ ଦ. ଆଫ୍ରିକା ଚୂଡ଼ାନ୍ତ ଏକାଦଶରେ ଟିମ୍ ତିନୋଟି ପରିବର୍ତ୍ତନ କରିଛି । ଟିମ୍ ଆଡେନ ମାର୍କ୍ରାମ ଆଜିର ମ୍ୟାଚ୍ ଜିତି ସିରିଜ୍ କୁ ଫେରିବାକୁ ଚେଷ୍ଟା କରିବ । 

ଭାରତ: ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

ଦକ୍ଷିଣ ଆଫ୍ରିକା: ରେଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ୍ ଡି କକ୍ (ଓ୍ବିକେଟ୍ କିପର), ଆଡେନ ମାର୍କ୍ରାମ (ଅଧିନାୟକ), ଡିୱାଲ୍‌ଡ ବ୍ରେଭିସ୍, ଡେଭିଡ୍ ମିଲର, ଡୋନୋଭାନ ଫେରେରା, ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ୍, ଲୁଥୋ ସିପାମଲା, ଲୁଙ୍ଗି ନିଗିଡି, ଓଟନେଲ ବାର୍ଟମ୍ୟାନ୍