କଟକ,୧୦/୧୨; ଭାରତ ଦ.ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହୋଇଛି । ମହାନଦୀ କୂଳରେ କଟକ ବାଟବାଟୀ ଷ୍ଟାଡିୟମରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏଥିରେ ବଡ଼ ବିଜୟ ହାସଲ କରିଛି ସୂର୍ଯ୍ୟସେନା । ୧୦୧ ରନ୍ ବିରାଟ ବିଜୟ ହାତେଇଛି ଘରୋଇ ଭାରତ । ସାଉଥ୍ ଆଫ୍ରିକାକୁ ଚିତପଟାଙ୍ଗ କରିଛି ସୂର୍ଯ୍ୟ ବ୍ରିଗେଡ । ତେବେ ଭାରତ ପ୍ରଥମ ଟି-ଟ୍ୱେଣ୍ଟିରେ ନୂଆ ଜର୍ସି ପିନ୍ଧି ଖେଳିଛି । ନୂଆ ଜର୍ସି ସତ ହେଲେ ସ୍ବପ୍ନ ସାମାନ୍ ରହିଛି । ନୂଆ ଜର୍ସିରେ ଦୁଇଟି ଷ୍ଟାର ରହିଛି ।

ଜର୍ସିରେ ଦୁଇଟି ତାରା କାହିଁକି ? ଭାରତର ଟି-୨୦ ଜର୍ସିରେ ବିସିସିଆଇ ଲୋଗୋ ଉପରେ ଦୁଇଟି ତାରା ଅଛି ଯାହା ମେନ୍ ଇନ୍ ବ୍ଲୁ ସବୁଠାରୁ ଛୋଟ ଫର୍ମାଟରେ ଜିତିଥିବା ଦୁଇଟି ଟି-୨୦ ବିଶ୍ୱକପକୁ ଚିହ୍ନିତ କରୁଛି । ୨୦୦୭ରେ ଏମଏସ୍ ଧୋନୀଙ୍କ ନେତୃତ୍ୱରେ ଫାଇନାଲରେ ପାକିସ୍ତାନକୁ ୫ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ । ସେହିପରି ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୭ ବର୍ଷର ବ୍ୟବଧାନ ପରେ ମେନ୍ ଇନ୍ ବ୍ଲୁ ବାରବାଡୋସରେ ସାଉଥ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟ ଟି-୨୦ ଟାଇଟଲ ଜିତିଥିଲା ।

​​​​​​​ନୂଆ ଜର୍ସି ପିନ୍ଧି ଖେଳାଳିମନେ ଫଟୋ ସୁଟ୍ କରିଥିବା ଏକ ଭିଡ଼ିଓ ବିସିସିଆଇ ତାର ଏକ୍ସରେ ପୋଷ୍ଟ କରିଛି । ସେଥିରେ କ୍ୟାପସନ୍‌ରେ ଲେଖାଅଛି ( New threads, Same dream) । ଭିଡିଓରେ ସୂର୍ଯ୍ୟକୁମାର ଯାଦବ କହୁଛନ୍ତି, ଜର୍ସିରେ ୩ଟି ଷ୍ଟ୍ରାଇପ୍ ସ୍ପଷ୍ଟ । ୩ଟି ଷ୍ଟାର ଆସି ସାରିଛି । ତୃତୀୟ ଷ୍ଟାର ଲଗାଇବାକୁ ପ୍ରସ୍ତୁତି ଜାରି ରହିଛି । ସେହିପରି ଏସିଆ କପ ହିରୋ ତିଲକ ବର୍ମା କହିଛନ୍ତି ବହୁତ ଖୁସି ଲାଗୁଛି । ଫୁଟବଲ ଜର୍ସି ପରି ଲାଗୁଛି । ସେହିପରି ଅକ୍ଷୟ ପଟେଲ କହିଛନ୍ତି ନମ୍ବର ୱାନ୍ ।

ବାରବାଟୀ ବିଜୟରୁ ବିଶ୍ୱକପ ପାଇଁ ବିଗୁଲ ବଜାଇଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ଓ ବୋଲର ଦେଲେ ସଫଳତା । ଆସନ୍ତାବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଓଡ଼ିଶା ମାଟିରୁ ବିଜୟ ଅଭିଯାନ ଆରମ୍ଭ ହୋଇଛି । ବାରବାଟୀରେ ଭାରତର ପରାଜୟ ଧାରା ଭାଙ୍ଗିଛି । ଆସନ୍ତା ୧୧ ତାରିଖରେ ନ୍ୟୁ ଚଣ୍ଡିଗଡରେ ଖେଳାଯିବ ଦ୍ୱିତୀୟ ଟ୍ୱେଣ୍ଟି । ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ